ନୂଆଁଖାଇର ନିଆରା ଧାରା

ଅନ୍ନର ଅନ୍ୟ ନାମ ବ୍ରହ୍ମ, ଈଶ୍ୱର।
ପ୍ରତ୍ୟେକ ଏଇ ଅନ୍ନରୁ ଜାତ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ । ତେଣୁ ଜୀବନ ଧାରଣ ପାଇଁ ଯିଏ ଅସରନ୍ତି ଭାବେ ଖାଦ୍ୟ ସମ୍ଭାରର ସନ୍ଧାନ ଦିଅନ୍ତି, ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଦ୍ଦେଶ୍ୟରେ ନବାନ୍ନ ପର୍ବର ସୃଷ୍ଟି। ଭାରତରେ ଆବହମାନ କାଳରୁ ପ୍ରଚଳିତ ବହୁ ପର୍ବପର୍ବାଣି ମଧ୍ୟରୁ ଶସ୍ୟ ପୂଜା ବା ନବାନ୍ନ ଏକ ପ୍ରାଚୀନ ପର୍ବ।
ଭାରତର ବିଭିନ୍ନ ସ୍ଥାନରେ, ବିଭିନ୍ନ ସମାଜରେ, ବିଭିନ୍ନ ଧର୍ମରେ ଏହି ପର୍ବ ପାଳନ କରାଯାଏ, ମାତ୍ର ପଶ୍ଚିମ ଓଡ଼ିଶା ଭଳି ଏତେ ସାମୂହିକ ଭାବରେ ନୁହେଁ ।
ନୂଆଁଖାଇ ପର୍ବ ଅବସରରେ ସାଧାରଣତଃ ଲୋକମାନେ ୯ଟି ମୁଖ୍ୟବିଧି ପାଳନ କରିଥାନ୍ତି। ୧. ବେହରଣ – ନୂଅଁାଖାଇ ପାଳନର ତିଥି ନିର୍ଣ୍ଣୟ ପାଇଁ ବୈଠକ। ୨. ଲଗ୍ନ ଦେଖା – ଶସ୍ୟ ଅମଳ କରିବାର ପ୍ରଥମ ଦିନ ଧାର୍ଯ୍ୟ। ୩. ଡକାହକା – ନିଜ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା। ୪. ସଫାସୁତରା – ଘର ଦୁଆରକୁ ଲିପାପୋଛା କରି ନୂଆ କରି ସଜାଇବା। ୫. ଘିନା ବିକା – ଏହି ଦିନ ନୂତନ ଦ୍ରବ୍ୟ ଓ ପୋଷାକପତ୍ର କିଣାବିକା କରିବା। ୬. ନୂଅଁାଧାନ ଖୋଜା – ଏହି ଦିନ ଘରକୁ ନୂଆଧାନ ଆଣିବା। ୭. ବାଲିପକା – ଦେବୀଙ୍କ ନିକଟରେ ନୂଆ ଧାନକୁ ଭୋଗଲାଗି କରିବା। ୮. ନୂଅଁାଖାଇ – ସମସ୍ତ ପରିବାରବର୍ଗ ଭୋଗଲାଗି ହୋଇଥିବା ପ୍ରସାଦ ଖାଇବାର ବିଧି। ୯. ଜୁହାର ଭେଟ – ଏହି ଦିନ ଘରେ ଓ ଗଁାରେ ଗୁରୁଜନମାନଙ୍କୁ କନିଷ୍ଠମାନେ ଭକ୍ତି ପ୍ରଦର୍ଶନ କରିବାର ବିଧି।
ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦୀରେ ଚୌହାନ ବଂଶର ରମାଇ ଦେଓ ନାମରେ ଜଣେ ରାଜା ଥିଲେ। ସେ ପାଟନାର ରାଜା। ପଶ୍ଚିମ ଓଡ଼ିଶାର କେତେକାଂଶ ବିଶେଷତଃ ବଲାଙ୍ଗୀର ଜିଲା ପାଟନା ରାଜାଙ୍କ ଅଧୀନରେ ଥିଲା। ଅର୍ଥନୈତିକ ଅଭିବୃଦ୍ଧି ତଥା ଜୀବିକା ନିର୍ବାହ କରିବା ପାଇଁ ରାଜା ରମାଇ ଦେଓ କୃଷିକାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଉତ୍ସାହ ପ୍ରଦାନ କଲେ ଏବଂ ସମ୍ବଲପୁରକୁ ରାଜ୍ୟ ଭାବେ ଘୋଷଣା କଲେ। ଫଳରେ ଏଠାରେ କୃଷିଭିତ୍ତିକ ପରମ୍ପରା ଗଢ଼ିଉଠିଲା। ଏହି କୃଷିଭିତ୍ତିକ ପରମ୍ପରା ଅନୁଯାୟୀ ସେବେଠାରୁ ଏହି ନୂଅଁାଖାଇ ପର୍ବ ପାଳନ ହୋଇଆସୁଛି ବୋଲି ବିଶ୍ୱାସ କରାଯାଏ।
ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର ନୂଅଁାଖାଇ ମୂଳ ପର୍ବ। ଜଙ୍ଗଲକୁ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଆଦିବାସୀମାନେ ସଭ୍ୟତା ଉନ୍ମେଷର ବହୁ ବର୍ଷ ପୂର୍ବରୁ ଖାଦ୍ୟ ଅନ୍ବେଷଣ କରୁଥିଲେ ଏବଂ ପ୍ରତିଟି ଖାଦ୍ୟକୁ ନିଜ ପାଟିକୁ ନେବା ପୂର୍ବରୁ ତାଙ୍କର ପ୍ରିୟ ‘ଜୀ’ ବା ଡୁମା (ପିତୃ-ପୁରୁଷଙ୍କ) ଉଦ୍ଦେଶ୍ୟରେ ଭୋଗ ଲଗାଉଥିଲେ। ସେମାନଙ୍କର ବିଶ୍ୱାସ ଯେ ଯେତିକି ଶସ୍ୟ ବା ଫଳକୁ ଖାଦ୍ୟ ଉପଯୋଗୀ ବୋଲି ଭାବି ଖାଉଛନ୍ତି ତାହା ତାଙ୍କର ପିତୃ ପୁରୁଷମାନେ ତାଙ୍କ ପାଇଁ ଛାଡ଼ି ଯାଇଛନ୍ତି। ସେମାନେ ବି ସେମାନଙ୍କର ପରପିଢ଼ି ପାଇଁ କିଛି ନୂଆ ଖାଦ୍ୟ ଅନୁସନ୍ଧାନ ଓ ଆବିଷ୍କାର କରି ଛାଡ଼ିଯାଆନ୍ତି। ଏହି ପ୍ରକ୍ରିୟାରେ ଅନେକ ନୂଆଖାଦ୍ୟ ଯଥା ଟୋଲ, ଚର, ମହୁଲ, କେନ୍ଦୁ, କୋଦୁଅ ମାଖନ୍‌ ଏବଂ ଧାନ ଆଦି ଖାଇବା ଯୋଗ୍ୟ ପଦାର୍ଥ ସେମାନେ ତାଙ୍କର ପରପିଢ଼ି ପାଇଁ ଜଣାଇ ଦେଇଯାଇଥିଲେ। ଏହିସବୁ ନୂଆ ଫଳକୁ ଖାଇବା ଓ ଚାଖିବାର ପ୍ରକ୍ରିୟାକୁ ନୂଅଁାଖାଇ କୁହାଯାଏ। ଯାହାକି ଆଦିବାସୀ ପରମ୍ପରା ଓ ସଂସ୍କୃତି ସହ କାହିଁ କେଉଁ କାଳରୁ ଜଡ଼ିତ। ତେଣୁ ଯେତେବେଳେ ଆଦିବାସୀମାନେ କୌଣସି ଫଳ ବା ଶସ୍ୟକୁ ଖାଇବା ପାଇଁ ଯାଆନ୍ତି ତା’ ପୂର୍ବରୁ ସେ ତାଙ୍କର ପ୍ରିୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି।
ବହୁ ପ୍ରାଚୀନ କାଳରୁ ଅନ୍ନକୁ ଭଗବାନଙ୍କ ଅନ୍ୟରୂପ ଏବଂ ତାଙ୍କ ଦାନର ସ୍ବରୂପ ରୂପରେ କଳ୍ପନା କରାଯାଇଛି। ସଂସାର ଜଞ୍ଜାଳ ମଧ୍ୟରେ ମଣିଷ ନିଜକୁ ଖୁବ୍‌ ଛୋଟ ମନେକରେ, ମାତ୍ର ଏପରି ଏକ ସୁଯୋଗ ଖୋଜେ ଯାହା ମାଧ୍ୟମରେ କି ସେଇ ପୃଥିବୀର ସଂକୀର୍ଣ୍ଣ ପରିସର ଊର୍ଦ୍ଧ୍ୱରେ ରହି ଏକ ସ୍ଥିର ଚିନ୍ତନରେ ରହି ସେଇ ଭଗବତ୍‌ ଶକ୍ତି ସହ ସମ୍ମିଳିତ ହୋଇପାରିବ। ଏଇ ଚିନ୍ତନ ହିଁ ରୂପରେଖ ନେଇଛି ନାନା ପର୍ବ ଓ ପର୍ବାଣି, ପୂଜା ଓ ପାଠ ମାଧ୍ୟମରେ। ଆଉ ଏହିପରି ଅନେକ ପର୍ବ ମଧ୍ୟରେ ନବାନ୍ନ ପର୍ବ ଅନ୍ୟତମ। ଏହା ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ନାମରେ ଜଣାଯାଏ। ଭାରତର ଅନ୍ୟାନ୍ୟ ପ୍ରଦେଶରେ ତଥା ଓଡ଼ିଶାର ଅନ୍ୟାନ୍ୟ ଜିଲାରେ ନୂତନ ଅନ୍ନକୁ ଭଗବାନଙ୍କ ପାଖରେ ଦେଇ ତାହା ପରେ ତାକୁ ନିଜେ ଗ୍ରହଣ କରିବା ବିଧି ପ୍ରଚଳିତ ଥିଲେ ମଧ୍ୟ ‘ନୂଆଁଖାଇ’ ପର୍ବ ତା’ଠାରୁ ବହୁତ ଅଲଗା । କେତେକ ସ୍ଥାନରେ ବିଜୟାଦଶମୀ ଏବଂ ଅନ୍ୟ କେତେକ ସ୍ଥାନରେ ଦୀପାବଳି ଓ ଅନ୍ୟ ଭଲ ଦିନ ଦେଖି ନବାନ୍ନ ଭକ୍ଷଣ କରାଯାଇଥାଏ । ଅର୍ଥାତ୍‌ ନୂଆଁଖାଇ ପାଳନ କରାଯାଇଥାଏ । ଏହି ମାସରେ ପ୍ରଥମ ଧାନ କଟା ଯାଇ ନ ଥାଏ । କେବଳ ଧାନ ଫଳ ଧରିବା ଆରମ୍ଭ କରିଥାଏ। ଏହି ଦିବସରେ ପୂର୍ବ ଦିନରୁ ନୂତନ ଧାନ ସଂଗ୍ରହ କରାଯାଏ । ଦିବସର ପାହାନ୍ତିଆରୁ ଘରର ବୋହୂମାନେ ସ୍ନାନାଦି ସାରି ସମଗ୍ର ଅଞ୍ଚଳଟିକୁ ପରିଷ୍କାର କରି ରଖନ୍ତି । ଏହି ଦିନ ପ୍ରତ୍ୟେକ ଘରେ ପିଠାପଣା, ଖିରି ତଥା ଅନ୍ୟ ପୂଜା ସାମଗ୍ରୀ ତିଆରି ହୁଏ । ପ୍ରଥମେ ତାହା ଇଷ୍ଟଦେବ ବା ମହାଲକ୍ଷ୍ମୀଙ୍କ ଆଗରେ ପୂଜା କରାଯାଇଥାଏ। ପୂଜା ପରେ ଘରର ସଭିଏ ଏକତ୍ର ବସି ଏହି ପ୍ରସାଦ ସେବନ କରନ୍ତି। ପ୍ରସାଦ ସେବନ ପରେ ଘରେ ଇଷ୍ଟଦେବଙ୍କ ଦର୍ଶନ କରାଯାଏ ଏବଂ ତା’ ପରେ ସାନମାନେ ବଡ଼ମାନଙ୍କୁ ଭୂମିଷ୍ଠ ପ୍ରଣାମ କରିଥାନ୍ତି। କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସୌହାର୍ଦ୍ଦ୍ୟର ସଂହତି ସ୍ଥାପନ କରେ ତାହା ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ଉପାଦେୟତା ରହିଛି । ନବାନ୍ନ ଦିନ ନୂଆ ଅନ୍ନ ଭକ୍ଷଣ ପରେ ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହାର ଅନ୍ୟ ଏକ ମୁଖ୍ୟ ଅଙ୍ଗ । ନୂଆଁଖାଇ ଜୁହାର ବର୍ତ୍ତମାନ ଏହି ଦିବସର ସାମାଜିକ ପରମ୍ପରା । ନବାନ୍ନ ଭକ୍ଷଣ ପରେ ଦେବଦର୍ଶନ ଆରମ୍ଭ ହୋଇଥାଏ । ଏହି ଦିବସରେ ହସଖୁସିରେ ଲୋକେ ପରସ୍ପରକୁ ଜୁହାର କରି ‘ଜିଇଁ ଜାଗିଥିଲେ ବରଷେ’ ବୋଲି କହିଥାନ୍ତି । ଅର୍ଥାତ୍‌ ଭଗବାନଙ୍କ ଦୟାରୁ ଜୀବନରେ ଥିଲେ ପୁଣି ଏପରି ଏକ ମଧୁମୟ ଉତ୍ସବ ପାଳନ କରିବାର ସୁଯୋଗକୁ ଅତି ଆଗ୍ରହଭରା ପ୍ରାଣରେ ଅପେକ୍ଷା କରିବାର ଆଶାପୋଷଣ କରାଯାଏ । ଏଥିସହ ଆଗାମୀ ବର୍ଷ ପୁଣି ନୂତନ ଫସଲ ଉପୁଜାଇ ଏଇ ଉତ୍ସବର ପାଳନ ପାଇଁ ଚାଷୀ ସଂକଳ୍ପ ନେଇଥାଏ । ତେଣୁ ଏହାକୁ ସଂକଳ୍ପ ଦିବସ ମଧ୍ୟ କୁହାଯାଏ । ନବାନ୍ନ ପର୍ବ କେବଳ ପଶ୍ଚିମ ଓଡ଼ିଶାରେ ପାଳନ ହୁଏ ନାହିଁ ବସ୍ତର, ଛତିଶଗଡ଼, ସାରଙ୍ଗଗଡ଼, ବୈସନା, ସରାଇପାଲି, ଫୁଲଝର ଓ ରାୟଗଡ଼ ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ମହାସମାରୋହରେ ପାଳନ କରାଯାଏ।

– ଅଲେଖ ଚନ୍ଦ୍ର ସାମଲ
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ଧନୁପାଲି, ସମ୍ବଲପୁର, ମୋ- ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?