୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଗତ ୪ଟି ତ୍ରୈ ମାସିକଠାରୁ ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲରୁ ଜୁନ୍‌) ତ୍ରୈମାସରେ ଭାରତୀୟ ଅର୍ଥନୀତି ୧୩.୫% ହାରରେ ବୃଦ୍ଧି ପାଇଛି। ଏପରିକି ପୂର୍ବ ବର୍ଷ ସମାନ ଅବଧିରେ ୨୦.୧% ର ଅଭିବୃଦ୍ଧି ହୋଇଥିଲା। କିନ୍ତୁ ଏଥିରେ ଲୋ ବେସ୍‌ର ବଡ଼ ଭୂମିକା ଥିଲା। ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କୋଭିଡ୍‌ ଲକ୍‌ଡାଉନ ଯୋଗୁ ଅର୍ଥନୀତିରେ ୨୩.୮%ର ହ୍ରାସ ଘଟିଥିଲା। ସେହିଭଳି ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ମାତ୍ର ୪.୧% ରହିଥିଲା । କିନ୍ତୁ ଜୁନ୍‌ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ବଢିବା ପଛରେ ଲୋ ବେସ୍‌ ସହ ଆର୍ଥିକ ଗତିବିଧି ମଧ୍ୟ ଗତିଶୀଳ ହେବା ପ୍ରମୁଖ କାରଣ ରହିଛି। ତେବେ ଏହା ସଂଖ୍ୟା ଆକଳନଠାରୁ କମ୍‌ ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କର ରିପୋର୍ଟ ଅନୁସାରେ ଦେଶର ବିକାଶ ହାର ୧୫.୭% ରହିବ ବୋଲି ଆକଳନ କରାଯାଇଥିଲା। ଅନ୍ୟପଟେ ଆର୍‌ବିଆଇ ମଧ୍ୟ ଚଳିତ ମାସ ଆରମ୍ଭରେ ହୋଇଥିବା ମୁଦ୍ରାନୀତି ବୈଠକରେ ଭାରତର ପ୍ରଥମ ତ୍ରୈମାସର ଜିଡିପି ହାର ୧୬.୨% ରହିବ ବୋଲି କହିଥିଲା। ତେବେ ୧୩.୫% ର ବିକାଶ ହାର ଭାରତୀୟ ଅର୍ଥନୀତିର ଦ୍ୱିତୀୟର ସବୁଠୁ ବଡ଼ ଅଭିବୃଦ୍ଧି। ଏହା ପୂର୍ବକୁ ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସରେ ଜିଡିପି ବିକାଶ ହାର ୨୦.୧% ଥିଲା। ଏହିପରି ଭାରତ ଦୁନିଆରେ ସବୁଠୁ ଦ୍ରୁତଗତିରେ ବିକାଶ କରୁଥିବା ଅର୍ଥନୀତି ହୋଇଛି। ଏହାରି ଭିତରେ କୋର ସେକ୍ଟର ଡାଟା ମଧ୍ୟ ଜାରି କରାଯାଇଛି। ଗୋଟିଏ ବର୍ଷ ତୁଳନାରେ ଜୁଲାଇ ୨୦୨୨ରେ କୋର ସେକ୍ଟର ଆଉଟପୁଟ୍‌ ଧିମେଇବା ସହ ଏହାର ଗ୍ରୋଥ ୪.୫% ରହିଥିଲା। ଅପରପକ୍ଷରେ ୨୦୨୧ ଜୁଲାଇରେ କୋର ସେକ୍ଟରରେ ୯.୯%ର ଅଭିବୃଦ୍ଧି ରେକର୍ଡ ହୋଇଥିଲା। ପରିସଂଖ୍ୟାନ ଅନୁସାରେ, ମୂଳ ଉଦ୍ୟୋଗ (କୋର ସେକ୍ଟର) କୋଇଲା, ଅଶୋଧିତ ତେଲ, ପ୍ରାକୃତିକ ଗ୍ୟାସ୍‌, ରିଫାଇନେରି ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳିର ବୃଦ୍ଧି ହାର ଚଳିତ ବର୍ଷର ପ୍ରଥମ ୪ ମାସ ଏପ୍ରିଲ-ଜୁଲାଇରେ ୧୧.୫% ରହିଛି। ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୨୧.୪% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri