ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ହିନ୍ଦୁ-ମୁସଲିମ ଭାଇଚାରାକୁ ଅଧିକ କ୍ଷତାକ୍ତ କରୁଛି। ଅନ୍ୟପକ୍ଷେ ପଡ଼ୋଶୀ ବଙ୍ଗଳା ଦେଶରେ ମଧ୍ୟ ହିନ୍ଦୁ ମନ୍ଦିର, ପୂଜକଙ୍କ ପ୍ରତି ହେଉଥିବା ଆକ୍ରମଣ ଚିନ୍ତାର କାରଣ ସାଜିଛି। ଏହାକୁ ପ୍ରତିହତ କରି ଏବେବି ଓଡ଼ିଶାର ଅନେକ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସମୟରେ ମା’ଙ୍କ ପ୍ରତିମୂର୍ତ୍ତୀ ଗୁଡ଼ିକ ମୁସଳମାନ କାରିଗର ମାନେ ତିଆରି କରୁଥିବା ବେଳେ ଅନେକ ପୂଜା କମିଟିର ସଭାପତି ଦାୟିତ୍ୱ ମୁସଲିମ ମାନେ ହିଁ ମୁଣ୍ଡାଇଛନ୍ତି। ସେହିପରି ଏକ ହିନ୍ଦୁ-ମୁସଲିମ ଭାଇଚାରାର ଭିନ୍ନ ଏକ ନିଦର୍ଶନ ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଞ୍ଚାୟତ ଦଳଦଳି ଗାଁରେ ଦେଖୁବାକୁ ମିଳିଛି। ଗ୍ରାମରେ ନାମଯଜ୍ଞ ଚାଳିଛି। ଏଥିରେ ମୁଖ୍ୟ ପୁରୋଧା ଫିରୋଜ ଖାନ ରହିଛନ୍ତି। ଫିରୋଜ ପାର୍ବଣ ସମୟରେ ହୋଟେଲ ବନ୍ଦ ରଖିଥାନ୍ତି । ତାଙ୍କ କହିବା ଅନୁସାରେ, ପୂର୍ବ ପୁରୁଷମାନଙ୍କ ଅମଳରୁ ଏହି ନାମଯଜ୍ଞ ଚାଲି ଆସୁଛି । ସେମାନେ ମଧ୍ୟ ଯଜ୍ଞରେ ସାମିଲ ହେଉଥିଲେ । ତେଣୁ ମୁଁ କିପରି ଯଜ୍ଞ ଆଯୋଜନ ସମୟରେ ହୋଟେଲ ଖୋଲି ଆମିଷ ବିକ୍ରି କରିବି ବୋଲି କହିଥିଲେ। ଗାଁରେ ମାତ୍ର ୨ଟି ପରିବାର ମୁସଲମାନ ଥାଇ ମଧ୍ୟ ସେମାନେ କଣଠେସା ହୋଇ ନାହାନ୍ତି । ସମସ୍ତ ହିନ୍ଦୁ ପର୍ବପର୍ବାଣିରେ ଆଗଧାଡ଼ିରେ ଛିଡ଼ା ହୋଇ ରହିଛନ୍ତି । ସମସ୍ତ ହିନ୍ଦୁ ପରିବାର ତାଙ୍କୁ କୋଳେଇ ନେଉଛନ୍ତି । ହିନ୍ଦୁ-ମୁସଲିମକୁ ନେଇ ଅନେକ ହିଂସା,ଦଙ୍ଗା ରୀତିମତ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ନୂଆପଡ଼ା ଜିଲାର ଏହି ଛୋଟିଆ ଗାଁରେ ବିଭିନ୍ନତା ମଧ୍ୟରେ ଏକତା ସମାଜକୁ ଭିନ୍ନ
ନିମନ୍ତ୍ରଣ କରିଥାନ୍ତି । ତାଙ୍କ ନିମନ୍ତ୍ରଣ ରକ୍ଷା କରି ଅନେକ ବ୍ୟକ୍ତି ଯଜ୍ଞରେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?