ଦୁଇମୁଣ୍ଡିଆ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା ଅଫିସ/କଟକ ଅଫିସ, ୧୨। ୪: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍‌ରେ ରବିବାର ଅସ୍ବାଭାବିକ ଶିଶୁକନ୍ୟା ଜନ୍ମ ହୋଇଛି। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟ ଏସ୍‌ଏନ୍‌ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ଶିଶୁଭବନର ପେଡିଆଟିକ୍‌ ନ୍ୟୁବର୍ନ ଓ୍ବାର୍ଡ ଆଇସିୟୁ କ୍ୟାବିନ୍‌ରେ ଶିଶୁକୁ ରଖାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ସୋମବାର ଏକ ସ୍ବତନ୍ତ୍ର ଟିମ୍‌ ଶିଶୁର ଅବସ୍ଥା ଅନୁଧ୍ୟାନ କରିବ ବୋଲି ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି।
ଅନ୍ୟପକ୍ଷରେ ଶିଶୁଙ୍କ ମା’ ଅମ୍ବିକାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡ. ଦେବାଶିଷ ସାହୁ କହଛନ୍ତି ଯେ, ଏହା ହେଉଛି ଯୋଡ଼ି ହୋଇରହିଥିବା ଯାଅଁାଳା ଶିଶୁ, ଯାହାକି ଏକ ବିରଳ ଜନ୍ମଗତ ବିଶୃଙ୍ଖଳା। ପେଟ ଓ ବକ୍ଷଦେଶ ଯୋଡ଼ି ହୋଇରହିଛି। ଛାତି, ପେଟ ଏବଂ ମେରୁଦଣ୍ଡର ଅଲଟ୍ରାସାଉଣ୍ଡ ପରେ ଶିଶୁର ପ୍ରକୃତ ଅବସ୍ଥା ଜାଣିହେବ ବୋଲି ଡ. ସାହୁ କହିଛନ୍ତି। ଅନ୍ୟପକ୍ଷରେ ଯୋଡ଼ା ଶିଶୁକନ୍ୟାର ବାପା ଉମାକାନ୍ତ କହିଛନ୍ତି ଯେ, ତାଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ। ସେ ମୂଲ ଲାଗିବା ସହ ପରିବା ବିକ୍ରି କରି ପରିବାର ଚଳାଉଛନ୍ତି। ଏପରି ସ୍ଥଳେ ପିଲାଟିର ଚିକିତ୍ସା ତାଙ୍କ ଦ୍ୱାରା ସମ୍ଭବ ନୁହେଁ। ସରକାର କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କ ସହଯୋଗ ମିଳିଲେ ଶିଶୁର ଜୀବନ ବଞ୍ଚତ୍ବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ କନ୍ଧମାଳର ଯୋଡ଼ାମୁଣ୍ଡ ଯାଅଁାଳା ଶିଶୁ ଜଗା-କାଳିଆଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିବାରେ ଦିଲ୍ଲୀ ଏମ୍‌ସର ଡାକ୍ତରମାନେ ସଫଳ ହୋଇଥିଲେ। ଦୀର୍ଘଦିନ ଧରି ଚିକିତ୍ସାଧୀନ ରହିବା ପରେ କାଳିଆର ନିକଟରେ ମୃତ୍ୟୁ ଘଟିଥିଲା। କିନ୍ତୁ ଜଗାର ସ୍ବାସ୍ଥ୍ୟରେ ବହୁ ଉନ୍ନତି ଆସିଛି। ସେ ଏବେ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri