ରାତି ଆକାଶରେ ଚଳନ୍ତା ରେଳଗାଡ଼ି

ପ୍ରଫେସର ସିତାଂଶୁ କୁମାର ସାମଲ

 

ଗତ ସେପ୍ଟେମ୍ବରରେ ଉଭୟ ବୈଦ୍ୟୁତିକ ଏବଂ ଛାପା ଗଣମାଧ୍ୟମରେ ରାତି ଆକାଶରେ ଚଳନ୍ତା ରେଳଗାଡ଼ି ଚର୍ଚ୍ଚାର ବିଷୟ ଥିଲା। ଚର୍ଚ୍ଚାର କାରଣ ହେଲା ଉତ୍ତର ଭାରତର ବହୁଅଞ୍ଚଳରେ ପ୍ରାୟ ରାତି ଆଠଟାରେ ଅନେକ ସମଦୂରତାରେ ଥିବା ଉଜ୍ଜ୍ୱଳ ବିନ୍ଦୁମାନଙ୍କର ସରଳ ରୈଖିକ ଗତି ଯାହା ରାତି ଆକାଶରେ ଏକ ଚଳନ୍ତା ରେଳଗାଡ଼ିର ଭ୍ରମ ସୃଷ୍ଟି କରୁଥିଲା। ଏହା ବାସ୍ତବରେ ପୃଥିବୀର ନିମ୍ନ କକ୍ଷରେ ଘୂର୍ଣ୍ଣାୟମାନ ଅନେକ କୃତ୍ରିମ ଉପଗ୍ରହର ଗତି ଥିଲା। ରାତି ଆଠଟା ବେଳକୁ ସୂର୍ଯ୍ୟ ଅସ୍ତ ହୋଇ ଥିଲେ ମଧ୍ୟ ଉକ୍ତ ଉପଗ୍ରହଗୁଡ଼ିକ ସୂର୍ଯ୍ୟାଲୋକର ପ୍ରତିଫଳନ ହେତୁ ଉଜ୍ଜ୍ୱଳ ଦେଖାଯାଉଥିଲେ। ଏଠାରେ ସୂଚନା ଥାଉକି, ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ। ଏହା ସୂର୍ଯ୍ୟାଲୋକର ପ୍ରତିଫଳନ ହେତୁ ଆଲୋକିତ ହୋଇଥାଏ। ଏଥର ଆସ ଆମେ କୃତ୍ରିମ ଉପଗ୍ରହଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିବା।
ଆମ ସୌରମଣ୍ଡଳର ସମସ୍ତ ଗ୍ରହଙ୍କ ଚତୁଃପାର୍ଶ୍ୱରେ ଚନ୍ଦ୍ରକୁ ମିଶାଇ ଭିନ୍ନ ଭିନ୍ନ କକ୍ଷରେ ୨୦୭ଟି ପ୍ରାକୃତିକ ଉପଗ୍ରହ ଗତି କରୁଛନ୍ତି। ପ୍ରତ୍ୟେକ ଉପଗ୍ରହ ଏକ ନିର୍ଦ୍ଦିଷ୍ଟ ଅଣ୍ଡାକୃତି କକ୍ଷରେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଅହରହ ଏକ ନିର୍ଦ୍ଦିଷ୍ଟ ଗ୍ରହ ଚାରିପଟେ ଘୂରି ବୁଲୁଛନ୍ତି। ଏହି ଉପଗ୍ରହଗୁଡିକ କଠିନ ବସ୍ତୁ ଏବଂ ଏମାନଙ୍କର ଆକାର ତଥା ପ୍ରକାର ଭିନ୍ନ। କୃତ୍ରିମ ଉପଗ୍ରହଗୁଡିକ କିନ୍ତୁ ମନୁଷ୍ୟ ଦ୍ୱାରା ନିର୍ମିତ ବସ୍ତୁ। ଏମାନଙ୍କର ଆକାର, ଆକୃତି, ପ୍ରକାର ତଥା ଗଠନ ଶୈଳୀ ଭିନ୍ନ। ଏମାନଙ୍କୁ ମହାକାଶ ଯାନ ବା ରକେଟ୍‌ ଦ୍ୱାରା ପୃଥିବୀ ଚତୁଃପାର୍ଶ୍ୱରେ ଏକ ନିର୍ଦ୍ଦିଷ୍ଟ କକ୍ଷରେ ଅବସ୍ଥାପିତ କରାଯାଇଥାଏ। ଅତି କ୍ଷୁଦ୍ର ଉପଗ୍ରହର ଓଜନ ଏକ କିଲୋଗ୍ରାମଠାରୁ କମ୍‌ ମାତ୍ର ଆନ୍ତର୍ଜାତିକ ମହାକାଶ ରହଣିସ୍ଥଳ ପରି ବଡ଼ ଉପଗ୍ରହଗୁଡ଼ିକର ଓଜନ ପାଖାପାଖି ୪ହଜାର କିଲୋଗ୍ରାମ ଏବଂ ଏହାର ଆକାର ଏକ ଫୁଟବଲ୍‌ ଖେଳପଡ଼ିଆ ସଦୃଶ। ଏହି ଉପଗ୍ରହଗୁଡ଼ିକରେ ଅତ୍ୟାଧୁନିକ କମ୍ପ୍ୟୁଟର ବ୍ୟବସ୍ଥା, ଉଚ୍ଚକ୍ଷମତାସମ୍ପନ୍ନ ଯନ୍ତ୍ରପାତି, ଏକାଧିକ କ୍ୟାମେରା, ସୂର୍ଯ୍ୟାଲୋକର ଶକ୍ତିକୁ ବିଦ୍ୟୁତ୍‌ ଶକ୍ତିରେ ରୂପାନ୍ତରିତ କରି ଗଚ୍ଛିତ କରିରଖିବା ପାଇଁ ସୌର ପ୍ୟାନେଲ୍‌ ଓ ବ୍ୟାଟେରି ଖଞ୍ଜା ଯାଇଥାଏ। ଏତଦ୍‌ବ୍ୟତୀତ ଉପଗ୍ରହ ଏବଂ ତାହାକୁ ପଠାଇଥିବା ଦେଶ ବା ସଂସ୍ଥା ମଧ୍ୟରେ ତଥ୍ୟ ବା ଡାଟା ବିନିମୟ ପାଇଁ ଶକ୍ତିଶାଳୀ ଆଣ୍ଟିନା ଏବଂ ଉପଗ୍ରହର କକ୍ଷ ପରିବର୍ତ୍ତନ ପାଇଁ ଛୋଟ ରକେଟ୍‌ ବା ଥ୍ରଷ୍ଟରର ପ୍ରାବଧାନ ହୋଇଥାଏ। ମହାକାଶକୁ ରକେଟ୍‌ ଦ୍ୱାରା କୃତ୍ରିମ ଉପଗ୍ରହ ନିକ୍ଷେପଣ ୩୦୦ ବର୍ଷ ପୂର୍ବ ଆଇଜାକ୍‌ ନିଉଟନ୍‌ଙ୍କ ଗତିର ତୃତୀୟ ନିୟମ ଉପରେ ପର୍ଯ୍ୟବସିତ। ଉକ୍ତ ନିୟମାନୁସାରେ ପ୍ରତି କ୍ରିୟା ବା ଆକ୍ସନ୍‌ ବଳର ସମାନ ଏବଂ ବିପରୀତ ପ୍ରତିକ୍ରିୟା ବା ରିଆକ୍ସନ୍‌ ବଳ ଅଛି। ତେଣୁ ରକେଟ୍‌ ଇନ୍ଧନ ଦହନରୁ ବାଷ୍ପ ଯେଉଁ ବେଗରେ ରକେଟ୍‌ ପଛରୁ ନିର୍ଗତ ହୁଏ, ସେହି ବେଗରେ ରକେଟ୍‌ ଆଗକୁ ଗତିକରିଥାଏ। ପୃଥିବୀର ମାଧ୍ୟାକର୍ଷଣ ଜନିତ ତ୍ୱରଣ ( ଯାହା ଉପରକୁ ଯାଉଥିବା ବସ୍ତୁଟିକୁ ନିଜ କେନ୍ଦ୍ର ଆଡ଼କୁ ଟାଣିଆଣେ) ଠାରୁ ଅଧିକ ବେଗରେ ଅର୍ଥାତ୍‌ ଘଣ୍ଟା ପ୍ରତି ୧୭,୮୦୦ ମାଇଲ ବେଗରେ ରକେଟ୍‌ଟି କୃତ୍ରିମ ଉପଗ୍ରହକୁ ନେଇ ପୃଥିବୀପୃଷ୍ଠ ଅତିକ୍ରମ କରେ ଏବଂ ତାହାକୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ କକ୍ଷରେ ଅବସ୍ଥାପିତ କରାଏ। ତତ୍କାଳୀନ ସୋଭିଏଟ୍‌ ସଂଘ ୧୯୫୭ ମସିହା ଅକ୍ଟୋବର ୪ ତାରିଖରେ ପାଖାପାଖି ୮୪ କିଲୋଗ୍ରାମ ଓଜନବିଶିଷ୍ଟ ସ୍ପୁଟିନିକ୍‌-୧ କୃତ୍ରିମ ଉପଗ୍ରହଟିକୁ ପ୍ରଥମ ଥର ସଫଳତାର ସହିତ ମହାକାଶକୁ ପ୍ରେରଣ କରିଥିଲା। ଏହାର ମାସକ ଭିତରେ ସେହି ରାଷ୍ଟ୍ର ସ୍ପୁଟିନିକ୍‌-୨ ଉପଗ୍ରହରେ ଲାଇକା କୁକୁରକୁ ପ୍ରଥମ ଜୀବନ୍ତ ପଶୁଭାବେ ମହକାଶକୁ ପଠାଇ ଅନ୍ୟ ଏକ ବିଶ୍ୱ ରେର୍କଡ ସ୍ଥାପନ କରିଥିଲା। ଆମ ଦେଶ ଭାରତ ତା’ର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟକୁ ୪ ଏପ୍ରିଲ ୧୯୭୫ ମସିହାରେ ମହାକାଶକୁ ପଠାଇ ମହାକାଶ ଗବେଷଣା କ୍ଷେତ୍ରରେ ସ୍ଥାନ ପାଇଥିବା ଦେଶ ତାଲିକାରେ ଯୋଡ଼ିହେଲା। ତଥ୍ୟାନୁସାରେ ଏ ଯାଏ ବିଶ୍ୱର ବିଭିନ୍ନ ଦେଶ ବା ସଂସ୍ଥା ୮୦୦୦ରୁ ଊର୍ଦ୍ଧ୍ୱ କୃତ୍ରିମ ଉପଗ୍ରହ ମହାକାଶକୁ ସଫଳତାର ସହିତ ପ୍ରେରିତ କରିଛନ୍ତି। ତନ୍ମଧ୍ୟରୁ ପାଖାପାଖି ୫୦୦୦ କୃତ୍ରିମ ଉପଗ୍ରହ ବିଭିନ୍ନ କକ୍ଷରେ ଘୂର୍ଣ୍ଣୟମାନ। ପୃଥିବୀର ସବୁଠାରୁ ଧନୀଦେଶ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବାଧିକ ୨,୯୪୦ଟି ଏବଂ ସ୍ପେସ୍‌ ଏକ୍ସ ପରି ଆମେରିକାର ବଡ଼ ଘରୋଇ ସଂସ୍ଥା ୨,୩୦୦ଟି କୃତ୍ରିମ ଉପଗ୍ରହ ପଠାଇଛନ୍ତି। ଆମ ଦେଶର ଏବେ ୫୩ଟି କୃତ୍ରିମ ଉପଗ୍ରହ ଯୋଗାଯୋଗ, ନାଭିଗେସନ୍‌, ପୃଥିବୀ ନିରୀକ୍ଷଣ, ବିଜ୍ଞାନ ଗବେଷଣା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ।
କୃତ୍ରିମ ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍‌ର ଦ୍ରୁତଗତି ସେବା ହେତୁ ବିଶ୍ୱସ୍ତରରେ ଉନ୍ନତ ମାନର ଟେଲିଯୋଗାଯୋଗ, ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର, ଟେଲିଭିଜନରେ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟାପକତା, ଇଣ୍ଟରନେଟ୍‌ ଦ୍ୱାରା ଭିଡିଓ ମାଧ୍ୟମରେ ଶିକ୍ଷାଦାନ, ଯାହାର ଗୁରୁତ୍ୱ ଗତ କୋଭିଡ୍‌ ସମୟରେ ଉପଲବ୍ଧ ହେବା, ଟେଲିମେଡିସିନ୍‌ ମାଧ୍ୟମରେ ବହୁ ଦୂରରେ ଥିବା ରୋଗ ବିଶେଷଜ୍ଞଙ୍କ ଦ୍ୱାରା ରୋଗ ନିରୂପଣ, ଆବଶ୍ୟକ ପରାମର୍ଶ ଏବଂ ଔଷଧ ଭିଡିଓ ବାର୍ତ୍ତାଳାପ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ମିଳିବା ସମ୍ଭବ ହୋଇପାରୁଛି। ଏତଦ୍‌ବ୍ୟତୀତ ଉପଗ୍ରହଠାରୁ ମିଳୁଥିବା ତଥ୍ୟକୁ ନେଇ ପାଣିପାଗର ଠିକ୍‌ ଆକଳନ ଏବଂ ତାହାର ପୂର୍ବ ସୂଚନା ସରକାରଙ୍କୁ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ଓ ଧନ ଜୀବନ ସୁରକ୍ଷିତ କରାଇବା, ସମୁଦ୍ରରେ କେଉଁ ସମୟରେ କେଉଁ ସ୍ଥାନରେ ଅଧିକ ମାଛ ମିଳିବା ତଥ୍ୟ ଧୀବରମାନଙ୍କୁ ପ୍ରଦାନ, ବୃହତ୍‌ ଘନ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନର ଠିକ୍‌ ଚିହ୍ନଟ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଖାଦ୍ୟଶସ୍ୟ ଉପତ୍ାଦନ ଓ ନିର୍ଦ୍ଦିଷ୍ଟ ସ୍ଥାନର ଭୂତଳ ଜଳ ପରିମାଣର ଠିକ୍‌ ଆକଳନ, ଜମିଜମା ସର୍ବେକ୍ଷଣ ଇତ୍ୟାଦି ସମ୍ଭବ ହୋଇପାରୁଛି। ଉଡ଼ାଜାହାଜ, ଜଳଜାହାଜ ଓ କ୍ଷେପଣାସ୍ତ୍ର ପରି ଗତିଶୀଳ ବସ୍ତୁ ଏବଂ ଅଜଣା ସ୍ଥାନ ଖୋଜି ପାଇବା ସହଜ ହେଉଛି। ଗୁପ୍ତରେ ଭାରତ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀମାନଙ୍କ ନିପାତ, ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନରେ ଲାଡେନଙ୍କ ପରି ଦୁର୍ଦ୍ଧର୍ଷ ଆତଙ୍କବାଦୀର ହତ୍ୟା ଏହାଦ୍ୱାରା ସମ୍ଭବ ହୋଇପାରିଛି। ଫଳତଃ ଏହା ଦେଶ ତଥା ବ୍ୟକ୍ତିର ନିରାପତ୍ତାରେ ବେଶ୍‌ ସହାୟକ ହେଉଛି। ସ୍ପେସ୍‌ ଏକ୍ସ ଓ ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ପ୍ରବେଶ ଫଳରେ ଦିନକୁ ଦିନ ଅଧିକ ସଂଖ୍ୟକ ଉପଗ୍ରହ ପୃଥିବୀର ଚତୁଃପାର୍ଶ୍ୱରେ ରହି ଆଣ୍ଟାର୍କଟିକା ପରି ବରଫାବୃତ୍ତ ଅଞ୍ଚଳ ତଥା ବିଶ୍ୱର ଅନ୍ୟ ଅପହଞ୍ଚ ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ୍‌ ସେବା ପହଞ୍ଚାଇବା ସହିତ ସମଗ୍ର ବିଶ୍ୱବାସୀଙ୍କର ନିରାପତ୍ତା ଏବଂ ଜୀବନ ଶୈଳୀରେ ଉନ୍ନତି ପରିଲକ୍ଷିତ ହେଉଛି। ଏହା ସହିତ ମହାକାଶ ପର୍ଯ୍ୟଟନ ଏକ ବାସ୍ତବତାରେ ପରିଣତ ହେଲାଣି।
ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର
ମୋ: ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri