Advertisement

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ କରୁଥିବା ଅନେକଙ୍କ ମଧ୍ୟରେ ଦିଲ୍ଲୀର ମିନାକ୍ଷୀ ଶର୍ମାଙ୍କ ଯୋଗଦାନ ପ୍ରେରଣାଦାୟକ। ମିନାକ୍ଷୀ ବର୍ଜ୍ୟ କପଡ଼ାକୁ ଅପ୍‌ସାଇକେଲ କରୁଛନ୍ତି। ସେ ‘ୟୁଜ ମି ଓ୍ବାର୍କ୍ସ’ କମ୍ପାନୀ ପ୍ରତିଷ୍ଠା କରି ବର୍ଜ୍ୟ କପଡ଼ାରୁ ଆକର୍ଷଣୀୟ ଘରସଜ୍ଜା ଜିନିଷ, ବ୍ୟାଗ୍‌, ଲୁଗା ଆଦି ତିଆରି କରୁଛନ୍ତି। ୨୦୧୧ରୁ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ମିନାକ୍ଷୀଙ୍କ ବୟସ ୩୪। କଲେଜରେ ପଢୁଥିବାବେଳେ ପର୍ଲ ଏକାଡେମୀ ଅଫ୍‌ ଫ୍ୟାଶନରେ ଏକ ପ୍ରୋଜେକ୍ଟ ଉପସ୍ଥାପନ କରିବା ପରେ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥିଲା। ଦିଲ୍ଲୀର ଛତ୍ରପୁରରୁ ୩୦ ଜଣ ଗରିବ ମହିଳାଙ୍କୁ ସେ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ସେମାନେ ମାସକୁ ୫,୦୦୦ରୁ ୧୦,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ମାତ୍ର ୪୫୦ ବର୍ଗଫୁଟ ଜାଗାରେ ତାଙ୍କ କମ୍ପାନୀ ଚାଲିଛି। ମିନାକ୍ଷୀ ଗୋଟିଏ ମାସରେ ୨୦୦ କେଜି ବର୍ଜ୍ୟ କପଡ଼ା ଅପ୍‌ସାଇକେଲ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ଚାହିଦା ରହିଛି ଓ ସିଙ୍ଗାପୁର, ଆମେରିକା ଏବଂ ଇଂଲଣ୍ଡରେ ଏହାର ଗ୍ରାହକ ରହିଛନ୍ତି। ମାସକୁ ପାଖାପାଖି ୨୦୦ ଅର୍ଡର ସେ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ୟୁପି ନିଷିଦ୍ଧ: ଏକ ବଡ଼ ପଦକ୍ଷେପ

ଭୂପେନ୍ଦ୍ର ଯାଦବ ୨୦୧୮ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆମର ବାର୍ତ୍ତା ଥିଲା ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା। ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ(ଏସ୍‌ୟୁପି)ର ଅବସାନ...

ସମ୍ପାଦକୀୟ/ଆଜି ଅସଲି, କାଲି ନକଲି

ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ...

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

ଏଇ ଭାରତରେ

ଜଣେ ମହିଳା ଚାଷୀ ବର୍ଷକୁ ୩୦ ଲକ୍ଷରୁ ଅଧିତ୍କ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମହାରାଷ୍ଟ୍ରର ଏହି ଚାଷୀ ହେଉଛନ୍ତି ସଙ୍ଗୀତା...

ମମତାଙ୍କୁ ଡର ନାହିଁ

ଆସନ୍ତା ଅକ୍ଟୋବରରେ ଇଟାଲୀ ରାଜଧାନୀ ରୋମ୍‌ସ୍ଥିତ ଏକ କ୍ୟାଥଲିକ୍‌ ଫାଉଣ୍ଡେଶନ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଅଦୃଶ୍ୟ ଯୁଦ୍ଧ ଆଉ କେତେ ଦିନ

ଡ. ଅଜୟ କୁମାର ନନ୍ଦ   ଜୀବନରେ ସାମ୍ନା କରି ନ ଥିବା ଏକ ଅଦୃଶ୍ୟ ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଯୋଦ୍ଧା।...

ଏଇ ଭାରତରେ

ଖଣି ଶ୍ରମିକରୁ ଶିକ୍ଷାର ବର୍ତ୍ତିକା ସାଜିଛନ୍ତି ଝାଡ଼ଖଣ୍ଡର ନୀରଜ ମୁର୍ମୁ। ଗିରିଡିହର ଡୁଲିୟାକରମ୍‌ ଗାଁରେ ତାଙ୍କ ଘର। ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କୁ ଏବେ ବୟସ...

Advertisement
Archives

Model This Week