Posted inଫୁରସତ

ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ

ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ ମେମ୍ବର ସମ୍ପୃକ୍ତ ଯୁବକଙ୍କ ଗୋଡରେ ଚା’ ଢାଳିଦେଇଥିଲେ। ଏଥିରେ ତାଙ୍କ ଗୋଡର କିଛି ଅଂଶ ପୋଡି ହୋଇଯାଇଥିଲା। ପରେ ଯୁବକଙ୍କ ମା’ ବିମାନ କମ୍ପାନୀ ନାଁରେ ଏକ ମାମଲା ରୁଜୁ କରିଥିଲେ। ୪ ବର୍ଷ ପରେ ଏବେ କୋର୍ଟ ନିଜ ରାୟ ଶୁଣାଇଛନ୍ତି। ବିମାନ କମ୍ପାନୀ ପକ୍ଷରୁ ଯୁବକଙ୍କୁ କ୍ଷତିପୂରଣ ବାବଦରେ ୫୮ ଲକ୍ଷ ଦେବାକୁ ପଡିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଡୁବଲିନ୍‌ରୁ ଇସ୍ତାନବୁଲ ଯାଉଥିବା ଏକ ବିମାନରେ ଆୟାରଲାଣ୍ଡରେ ରହୁଥିତ୍ବା ଏମରେ କରାକ୍ୟାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ତାଙ୍କ ବୟସ ମାତ୍ର ୧୩ ବର୍ଷ ଥିଲା। ଏମରେଙ୍କ ମା’ଙ୍କ କହିବା ଅନୁଯାୟୀ, ଏହି ଘଟଣା ପରଠାରୁ ତାଙ୍କ ପୁଅ ମାନସିକ ଏବଂ ଶାରିରୀକ ଭାବେ ଖୁବ୍‌ ଆଘାତ ପାଇଛି। ପୁଅର ଗୋଡ ଶୁଖିବାକୁ ପ୍ରାୟ ୩-୪ ସପ୍ତାହ ଲାଗିଥିଲା। ଏବେ ପର୍ଯ୍ୟନ୍ତ ମଧ୍ୟ ପୋଡା ଦାଗ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ

ଯୌବନ ମଣିଷକୁ ଈଶ୍ୱରଙ୍କର ଏକ ବରଦାନ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ଆସେ। କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ। ହେଲେ...

ଅଧାରୁ ଏମ୍‌ବିଏ ପଢ଼ା ଛାଡ଼ିଦେଇଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ କେତେ ପଢ଼ିଛନ୍ତି ତାଙ୍କ ପୁଅଝିଅ

ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ୍‌ ଲିମିଟେଡ୍‌ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସମୟରେ ସଫଳ ବ୍ୟବସାୟୀ ପାଲଟିଥିବା ମୁକେଶ କିନ୍ତୁ...

ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ଅପରେଶନ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଚାଖୁ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ। କିନ୍ତୁ ଏଥର ମହିଳାଙ୍କ ପେଟରେ...

ଅଣ ମୁସଲମାନ୍‌ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍‌

ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍‌ ଗଫୁର ମସଜିଦ୍‌କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ...

ଆଜି ବିଶ୍ୱ ଧରିତ୍ରୀ ଦିବସ: ଆମ ପୃଥିବୀର ପୁନରୁଦ୍ଧାର

ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ଧରିତ୍ରୀ। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା; ଘଣ୍ଟା ପ୍ରତି ୧୨୨.୫୯ କି.ମି. ବେଗରେ…

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ପାଟନାର ଏହି ୧୭ ବର୍ଷୀୟ ଯୁବକଙ୍କ ପାଟିରୁ ବାହାରିଲା ୮୨ ଦାନ୍ତ: ଡାକ୍ତରମାନେ କହିଲେ…

ପାଟନା: ଜଣେ ସାଧାରଣ ମନୁଷ୍ୟ ଶରୀରରେ ୩୨ ଦାନ୍ତ ଥିବା କଥା ସମସ୍ତେ ଜାଣନ୍ତି। ହେଲେ ଯଦି ଆପଣଙ୍କୁ ୮୨ ଦାନ୍ତ ଥିବା କୁହାଯାଏ ତେବେ...

ବ୍ୟାଣ୍ଡ୍‌-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ

ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି...

Advertisement
Archives

Model This Week