Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‌ ୨୧ ତାରିଖ – Daily Horoscope

ମେଷ
ଆଜି ଭାବାତ୍ମକ ରାଶି କର୍କଟରେ ଚନ୍ଦ୍ର ଅବସ୍ଥାନ କରି ଶନିଙ୍କ ଦୃଷ୍ଟିରେ ଥିବାରୁ ଆଧ୍ୟାମିକଭାବନା ଜାଗ୍ରତ ହେବ। ପରିବାର ଭିତରେ ଭୁଲ୍‌ ବୁଝାମଣା କାରଣରୁ ଚିନ୍ତାଶୀଳ ହେବେ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତଥାପି ଶୁକ୍ର ଓ ଚନ୍ଦ୍ର କୃପାରୁ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ସଙ୍ଗକୁ ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିବେ।
ବୃଷ
ବୃଷ
ଆଜି ଚନ୍ଦ୍ର ଓ ବୃହସ୍ପତି ଷଡାଷ୍ଟକ ସ୍ଥିତିରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଶ୍ଚିନ୍ତା ବଢାଇବ। ସାମାଜିକ ସ୍ତରରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ କାର୍ଯ୍ୟ ସାଧନ କରିବେ। ନିର୍ମାଣ, ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇବେ। ମହିଳାମାନେ ପାରିବାରିକ ସୁଖ ଲାଭ କରିବେ।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ରାଶିରେ ଥିବାରୁ ଜୀବନଯାତ୍ରା ଉତ୍ତେଜନାପ୍ରବଣ ରହିପାରେ। ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା ସକାଶେ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। ବିବାଦୀୟ ପରିସ୍ଥିତିରେ, କର୍ମକ୍ଷେତ୍ରରେ କିମ୍ବା ବ୍ୟବସାୟରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣକରିବା ଭଲ ହେବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଏକାଧିକଗ୍ରହ ସାଧାରଣ କଥାକୁ ବଡ କରି କଳହର ମାତ୍ରାକୁ ବଢାଇ ପାରନ୍ତି। ଅଫିସ୍‌ କାମରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। କଳା, ସାହିତ୍ୟ, ସଙ୍ଗୀତ ତଥା ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା ବଢିପାରେ। ହଠାତ୍‌ ଆଶା କରୁଥିବା ଶୁଭ ଖବର ଅସମର୍ଥିତ ସୂତ୍ରରୁ ଶୁଣି ଖୁସି ହେବେ।
ସି˚ହ
ସି˚ହ
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିବାର ସକାଶେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ। ନିଜେ ରହୁଥିବା ସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘ ଦିନରୁ ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି।
କନ୍ୟା
ଅଷ୍ଟମସ୍ଥ ରବି ବିଷମ ପରିସ୍ଥିତିକୁ ସମତା ରକ୍ଷା କରିବାରେ ସାହାଯ୍ୟ କରିବେ। ତଥାପି କେତେକ ଅପୂରଣୀୟ ଆଶା ମନକୁ ବାରମ୍ବାରୁ ଆଲୋଡିତ କରିବ। ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ମୁଖଭାବସ୍ଥ କେତୁଙ୍କ କୁପ୍ରଭାବରୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ମଙ୍ଗଳ ଓ କେତୁଙ୍କ ପ୍ରଭାବରେ ବିଭିନ୍ନ ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହାଁଇବା ଠିକ୍‌ ହେବନି। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। କିନ୍ତୁ ପ୍ରଶାସନ, ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ଅଷ୍ଟମସ୍ଥ ଚନ୍ଦ୍ରଙ୍କ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଶେୟାର ବଜାର, ଆମଦାନୀ କାରବାର, ପରିବା ଦୋକାନୀ, ହୋଟେଲ ମାଲିକମାନେ ବେଶ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ମାଲିମକଦ୍ଦମାର ସମାଧାନ ସକାଶେ ଆଲୋଚନା କରିପାରନ୍ତି।
ମକର
ମକର
ଆଜିର ଗ୍ରହସ୍ଥିତି ପ୍ରତ୍ୟେକ କ୍ଷେତ୍ରକୁ ସରସ ସୁନ୍ଦର ସହ ସଫଳତାର ଶୀର୍ଷକୁ ଛୁଆଁଇ ପାରିବ। ଫେରିବା ବାଟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରି ପାରନ୍ତି।
କୁମ୍ଭ
କୁମ୍ଭ
ଚତୁର୍ଥକେନ୍ଦ୍ରସ୍ଥ ରାହୁଙ୍କ ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ମୀନମୀନ
ଆଜି ରବି ଓ ଚନ୍ଦ୍ରଙ୍କ ସ୍ଥିତି ହେତୁକ ପୂର୍ବାପେକ୍ଷା ପରିସ୍ଥିତି ଶାନ୍ତ ରହିବ। ପାରିବାରିକ ସ୍ତରରେ ପଛକଥା ନ ଭାବି ପରିସ୍ଥିତିକୁ ସାମନା କରନ୍ତୁ। ଯାତ୍ରା, ବ୍ୟବସାୟ,ମାଲି ମକଦ୍ଦମା, ସଂଗଠନ, ଲେଖାପଢା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଆର୍ଥିକ ସମସ୍ୟା ମଧ୍ୟରେ ଗତିକଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri