Posted inଜାତୀୟ

ଜିଲାପାଳଙ୍କ ଗାଈ ଅସୁସ୍ଥ: ଚିକିତ୍ସା ପାଇଁ ୭ ଡାକ୍ତରଙ୍କୁ ନିର୍ଦ୍ଦେଶ

ଫତେହପୁର,୧୨।୬: ଉତ୍ତରପ୍ରେଦଶ ଫତେହପୁର ଜିଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି। ଅସୁସ୍ଥ ଗାଈର ଯତ୍ନ ନେବା ପାଇଁ ଜିଲ୍ଲାପାଳ ୭ ଜଣ ସରକାରୀ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ରବିବାର ଦିନ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଡାକ୍ତରଙ୍କ ଏହି ଟିମ୍‌ ସକାଳ ଓ ସାରେ ଜିଲାପାଳଙ୍କ ଗାଈର ଯତ୍ନ ନେବେ ଏବଂ ରିପୋର୍ଟ ଦାଖଲ କରିବେ।
ଫତେହପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସନ୍ଦୀପ କୁମାର ତିୱାରୀ ଗତ ଜୁନ୍‌ ୯ରେ ଏକ ଚିଠି ଜାରି କରିଥିଲେ। ଏହି ଚିଠିରେ ସେ ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ମନୀଷ ଅବସ୍ତି, ଡା ଭୁବନେଶ କୁମାର, ଡା ଅନିଲ କୁମାର, ଡା ଅଜୟ କୁମାର ଦୁବେ, ଡା ଶିବସ୍ବରପ, ଡା ପ୍ରଦୀପ କୁମାର, ଡା ଅତୁଲ କୁମାରଙ୍କୁ ଜିଲାପାଳଙ୍କ ଗାଈ ଚିକିତ୍ସା ଡ୍ୟୁଟିରେ ରଖାଯାଇଥିବା ଉଲ୍ଲେଖ କରିଛନ୍ତି।
ଏହି ପ୍ରସଙ୍ଗରେ ଜିଲାପାଳ ଅପୁର୍ବା ଦୁବେ କହିଛନ୍ତି ଯେ, ତାଙ୍କ ଦ୍ୱାରା କୌଣସି ଆଦେଶ ଦିଆଯାଇନାହିଁ। ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନମୁଖୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଡର ଯାଞ୍ଚ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ଆକାଉଣ୍ଟ୍‌ ହ୍ୟାକ୍‌, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍‌ …

ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ୍‌ ରବିବାର ହ୍ୟାକ୍‌ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩...

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ୩ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ,୫ା୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଉତ୍କଟ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଏକାଧିକ ନିର୍ଦ୍ଦେଶ...

ଭୁଶୁଡିଲା ଚାଉଳ ମିଲ୍‌: ୪ ମୃତ, ୨୦ ଆହତ

ଚଣ୍ଡିଗଡ,୧୮।୪: ହରିୟାଣାର କରନାଲରେ ଏକ ଚାଉଳ ମିଲ୍‌ ସୋମବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଫଳରେ ୪  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ...

ପଟିଆଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୩୦।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ପାଟିଆଲାରେ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଏବଂ...

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ,...

ଏମ୍‌ପିଙ୍କ ପାଇଁ ଡୁପ୍ଲେକ୍ସ ଫ୍ଲାଟ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୦।୮: ରାଜଧାନୀ ଦିଲ୍ଲୀର ନର୍ଥ ଏଭିନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପିମାନଙ୍କ ପାଇଁ ସୋମବାର ନବନିର୍ମିତ ୩୬ଟି ଡୁପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଲୋକ ସଭାକୁ ନିର୍ବାଚିତ...

ଡରାଇଲାଣି କୋରୋନା ଭାଇରସ: ସନ୍ଦେହରେ ମୁମ୍ବାଇର ୨ ବ୍ୟକ୍ତି

ମୁମ୍ବାଇ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ଖେଳାଇଛି। ଏବେ ଚାଇନାରୁ ଆସିଥିବା ୨ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ...

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ...

Advertisement
Archives

Model This Week