କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ, ବଲିଉଡ୍‌ ଗୀତର କ୍ରେଜ୍‌ ବିଦେଶୀ ବିବାହରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଯେଉଁଥିରେ ନରଓ୍ବେ ଡ୍ୟାନ୍ସରମାନେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ‘କାଲା ଚଷ୍‌ମା’ ଗୀତରେ ଏକ ଡ୍ୟାନ୍ସ କରୁଛନ୍ତି।

ଯଦିଓ ବିବାହରେ ଘଟୁଥିବା ମଜାଳିଆ ଡ୍ୟାନ୍ସର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏହି ଭିଡିଓରେ କିଛି ବିଶେଷତ୍ତ୍ୱ ରହିଛି। ଏଥିରେ ଭାରତୀୟ ନୁହେଁ ବରଂ ବିଦେଶୀ ଯୁବକମାନେ ଦେଶୀ ଗୀତରେ ଡ୍ୟାନ୍ସ କରୁଛନ୍ତି। ଯିଏ ଏହି ଡ୍ୟାନ୍ସ ଦେଖୁଛି, ସେ ଯୁବକମାନଙ୍କୁ ପ୍ରଶଂସା ନ କରି ରହିପାରୁନି। ଏପରି ଜବରଦସ୍ତ ଡ୍ୟାନ୍ସ ଦେଖି ଦର୍ଶକ ବିଭୋର।

ଭାଇରାଲ ହେଉଥିବା ଭିଡିଓ ଏକ ରିସେପ୍ସନ ପାର୍ଟି ପରି ଦେଖାଯାଉଛି। କିଛି ଯୁବକ ଏହି ପାର୍ଟିକୁ ଆସି ବଲିଉଡ୍‌ର ପ୍ରସିଦ୍ଧ ଗୀତ ‘କାଲା ଚଷ୍‌ମା’ରେ ଡ୍ୟାନ୍ସ କରୁଛନ୍ତି। ଦର୍ଶକମାନେ ସେମାନଙ୍କର ଷ୍ଟାଇଲ୍‌ ଦେଖି ଆଶ୍ଚର୍ଯ୍ୟ। ଏହି ଯୁବଗୋଷ୍ଠୀ କଳା ରଙ୍ଗର, ଶୁଟ୍‌, ବୁଟ୍‌ ଏବଂ କଳା ଚଷମା ପିନ୍ଧିଛନ୍ତି।

ଭିଡିଟିକୁ ବର୍ତ୍ତମାନ ସୁଦ୍ଧା ୮୨ ଲକ୍ଷ ଲୋକ ଦେଖିସାରିଲେଣି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ୟାସିନ୍‌ ଟାଟ୍‌ବି ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ୟାସିନ ଟାଟ୍‌ବି ନରଓ୍ବେର ଜଣେ ନୃତ୍ୟଶିଳ୍ପୀ ଏବଂ ତାଙ୍କର ଏକ ଡ୍ୟାନ୍ସ ଗ୍ରୁପ୍‌ ରହିଛି। ଭିଡିଓକୁ ୮ ଲକ୍ଷ ଲୋକ ପସନ୍ଦ କରିଛନ୍ତି। ଏହି ଭିଡିଓ ଉପରେ ହଜାର ହଜାର ଲୋକ ମନ୍ତବ୍ୟ ଦେବା ସହ ଯୁବକମାନଙ୍କ ଡ୍ୟାନ୍ସ ଏବଂ ଏନର୍ଜିକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଅଭିନେତ୍ରୀଙ୍କୁ ଇଡିର ଜେରା

ମୁମ୍ବାଇ: ଇଡିର ପଞ୍ଝାରେ ଫସୁଛନ୍ତି ଅନେକ ବଲିଉଡ୍‌ କଳାକାର। ନିକଟରେ କିଙ୍ଗଖାନ୍‌ଙ୍କ ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଘଟଣା ଚର୍ଚ୍ଚାରେ...

ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍‌-ଚକୋଲେଟ୍‌-ଚିପ୍ସ୍‌

ହଷ୍ଟନ,୨୫।୧: ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ...

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା...

ସ୍ତ୍ରୀଙ୍କୁ ବାର୍‌ ଖୋଲିବାକୁ ମନାକଲେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ନିକଟରେ ଏକ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଟ୍ରେଲର ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଅଭିନେତ୍ରୀ ସାରା...

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ୫ ଅଭିନେତ୍ରୀ; ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି…

ଭାରତୀୟ ସମାଜରେ ବିବାହ ପରେ ମା’ ହେବା ଏକ ବିଶେଷ ଅନୁଭବ ନେଇ ଆସିଥାଏ। ବିବାହ ପୂର୍ବରୁ ଗର୍ଭଧାରଣକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।...

ବରକୁ ସିଗାରେଟ୍‌ ପିଆଇ ସ୍ବାଗତକଲେ ଝିଅଘର ଲୋକେ

ଗାନ୍ଧୀନଗର: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ନିକଟରେ ଦକ୍ଷିଣ ଗୁଜରାଟର ଏକ ବିବାହରେ ଅଜବ ପରମ୍ପରାର ଭିଡିଓ ସୋସିଆଲ...

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ନବ୍ୟା: ପ୍ରକାଶ କଲେ ନିଜ ବିବାହ ଯୋଜନା…

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ରହିଛନ୍ତି।...

ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ପ୍ରଭାସ, କରିଥିଲେ ଏମିତି କାମ

ବମ୍ବେ: ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍‌ସ୍କ୍ରିନ୍‌ କପଲ୍‌ ହେଲେ ଅନୁଷ୍କା ସେଟ୍ଟୀ- ପ୍ରଭାସ। ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ସେ। ଉଭୟଙ୍କ କେମିଷ୍ଟ୍ରି...

Advertisement
Archives

Model This Week