ଓଡ଼ିଶାର ସ୍କିଲ୍‌ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡ଼ିଶା ଆଜି ଉଦାହରଣ ସାଜିଛି। ରାଜ୍ୟର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ (ଟିଭିଇଟି) ବିଷୟରେ ଜାଣିବା ନିମନ୍ତେ ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ୪୦ ଜଣିଆ ଦଳ ଓଡ଼ିଶା ଗସ୍ତରେ ଆସିଥିଲେ। ସେମାନେ ଗତ ୪ଦିନ ଧରି ସରକାରୀ ଆଇଟିଆଇ କଟକ, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକ ଏଲ୍‌ଏଣ୍ଡ୍‌ଟି ସେଣ୍ଟର, ୱାଲର୍‌ଡ ସ୍କିଲ୍‌ ସେଣ୍ଟର, ଛତ୍ରପୁର ସିଏସ୍ତା ହସ୍ପିଟାଲିଟି ସେଣ୍ଟର, ବ୍ରହ୍ମପୁର ସରକାରୀ ଆଇଟିଆଇ, ପୁରୀ ସରକାରୀ ଆଇଟିଆଇ ଏବଂ କେନ୍ଦ୍ରାପଡ଼ା ସଂକଳ୍ପ ଯୋଜନା ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଦ୍ୱାରା ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌ ସେଣ୍ଟରଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଓଏସ୍‌ଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ କହିଲେ, ପୁରାତନ କାଳରୁ ଓଡ଼ିଶା ସ୍କିଲର ଗନ୍ତାଘର। ଓଡ଼ିଶା ସରକାର ଦକ୍ଷତା ଶିକ୍ଷାରେ ମହିଳା, ପଛୁଆ ଓ ଅବହେଳିତ ଶ୍ରେଣୀକୁ ଅଗ୍ରାଧିକାର ଦେଇଛନ୍ତି। ନାନୋ ୟୁନିକର୍ଣ୍ଣ ଭଳି ଉଦ୍ୟୋଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁରେ କ୍ଷୁଦ୍ର ଶିଳ୍ପର ବିକାଶ ହେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର ହୋଇପାରିବ ବୋଲି ବାଗ୍‌ଚୀ କହିଥିଲେ।
ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରେଘୁ ଜି ଓଡ଼ିଶାର ଟିଭିଇଟି କ୍ଷେତ୍ରର ସଫଳତା ବିଷୟରେ ସୂଚନା ଦେଇଥିଲେ। ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ଉପ ନିର୍ଦ୍ଦେଶକ ନାମଦେଓ ଭୋସଲେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପାଇଁ ନେଇଥିବା ପ୍ରତିବଦ୍ଧତା ଦେଖି ଖୁସିବ୍ୟକ୍ତ କରିଥିଲେ। ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ଅନୁସଚିବ ସନ୍ତୋଷ ରକାଡ଼େ ଆଇଟିଆଇରେ ପ୍ରଦାନ କରାଯାଉଥିବା ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ନାନୋ ୟୁନିକର୍ଣ୍ଣ ଉଦ୍ୟୋଗିତା କାର୍ଯ୍ୟକ୍ରମ ଏବଂ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଭଳି ପଦକ୍ଷେପ ନେବାକୁ ଆମେ ଆମ ମିଶନ ନିକଟରେ ପ୍ରସ୍ତାବ ଦେବୁ ବୋଲି ସେ କହିଥିଲେ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ରେଣୁପ୍ରଭା ନାୟକ, ଉପ ନିର୍ଦ୍ଦେଶକ ଏସ୍‌. କେ. ଦାସ, ନିୟୋଜନ ଅଧିକାରୀ ଏସ୍‌. ଭି ଏନ୍‌ ରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri