ସୂକ୍ଷ୍ମ ତଫାତ୍‌

କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଉଦ୍ୟମ ଆରମ୍ଭ ହୋଇଛି। କେଉଁଠି ଲକ୍‌ଡାଉନ କରାଯାଉଥିବା ବେଳେ ଅନ୍ୟ କେଉଁଠି ସପ୍ତାହାନ୍ତ ଶଟ୍‌ଡାଉନ କରାଯାଉଛି। ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ଜନସାଧାରଣ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଏଠାରେ ଉତ୍ତରପ୍ରଦେଶ କଥା ଦେଖିଲେ ଦୈନିକ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ, କାନପୁର ଓ ଗୋରଖପୁରରେ ସ୍ଥିତି ଅସମ୍ଭାଳ ହେଉଥିବା ଲକ୍ଷ୍ୟ କରିବା ପରେ ଆଲ୍ଲାହାବାଦ ହାଇକୋର୍ଟ ୧୯ ଏପ୍ରିଲରେ ଏହିସବୁ ସହରରେ ଲକ୍‌ଡାଉନ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେଲେ। ଜନସାଧାରଣଙ୍କ ଜୀବିକା ଗୁରୁତ୍ୱ ରଖୁଥିବାରୁ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ନ ଥିଲେ। ବରଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସର୍ବୋଚ୍ଚ ଅଦାଲତ ୨୦ ଏପ୍ରିଲ ଅର୍ଥାତ୍‌ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟା ନ ପୂରୁଣୁ ତା’ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦେଇଛନ୍ତି।
ବାସ୍ତବରେ ଦେଖିଲେ ଏକ ଗଣତାନ୍ତ୍ରିକ ସରକାର କେଉଁ ପଦ୍ଧତିରେ ଶାସନ ପରିଚାଳନା କରିବେ ଓ ନାଗରିକଙ୍କ ପାଇଁ କେଉଁଭଳି ନିଷ୍ପତ୍ତି ନେବେ, ତାହା ସରକାରୀ ବ୍ୟବସ୍ଥା ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ଅର୍ଥ ବ୍ୟବସ୍ଥାପକ କାର୍ଯ୍ୟରେ ଅନାବଶ୍ୟକ ଦଖଲ ବୋଲି ଧରାଯିବ। ଭାରତୀୟ ସମ୍ବିଧାନରେ ‘ଡକ୍‌ଟ୍ରିନ୍‌ ଅଫ୍‌ ସେପାରେଶନ ଅଫ୍‌ ପାଓ୍ବାର’ ବିଷୟରେ ଉଲ୍ଲେଖ କରାଯାଇଛି। ଏକ ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ସ୍ବତନ୍ତ୍ର କ୍ଷମତା ଓ ଦାୟିତ୍ୱ ଦିଆଯାଇଛି, ଯେଉଁଥିରେ ଗୋଟିଏ ଅନ୍ୟ ଦୁଇଟିର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବ ନାହିଁ। ଏଥିରୁ ଖିଅଟାଣି କୁହାଯାଇପାରେ ଯେ ଯଦି କେହି ସେଭଳି କରନ୍ତି, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଅରାଜକତା କବଳିତ ହେବ। କିନ୍ତୁ ଆଜିର କୋଭିଡ୍‌ ଦ୍ୱିତୀୟ ଲହର ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ସେଥିପାଇଁ ତେଲଙ୍ଗାନା, ବମ୍ବେ ଏବଂ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାର ଚିନ୍ତା ବୁଝିହେଉଛି। ଏହାର ମୁଖ୍ୟ କାରଣ ଭାବେ ସରକାରୀ ଅପାରଗତାକୁ ଦୋଷ ଦେଇହେବ। ଭାରତର ପ୍ରଶାସନିକ ବ୍ୟବସ୍ଥାରେ ଯେକୌଣସି ଦଳ କ୍ଷମତାକୁ ନିର୍ବାଚିତ ହେଉଥିଲେ ମଧ୍ୟ ସମସ୍ତଙ୍କୁ ଅମଲାତନ୍ତ୍ର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏବେ ଦେଖାଯାଉଛି ଯେ, ଭାରତୀୟ ଅମଲାତନ୍ତ୍ର ବା କାର୍ଯ୍ୟପାଳିକା କୋଭିଡ୍‌ ମହାମାରୀକୁ ସାମ୍ନା କରିବା ଭଳି ଦକ୍ଷତା ରଖିନାହିଁ। ଲୋକଙ୍କୁ ଦମନ କରିବା, ଭୁଆଁ ବୁଲାଇବା, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ କରିବାରେ ମାହିର ହୋଇଥିବା ଅମଲାତନ୍ତ୍ର ଏବେ ନାଗରିକଙ୍କ ହିତ ସକାଶେ କାମ କରିବାରେ ଅସଫଳ ପ୍ରମାଣିତ ହେଉଛି। ଏଥିସହିତ ଆଜିର ରାଜନୈତିକ ନେତୃତ୍ୱ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇ ଭୋଟ୍‌ ରାଜନୀତିରେ ମାତିଥିବା ହେତୁ ସରକାର କିମ୍ବା ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ରାଜ୍ୟରେ ବସିଥିବା ହାଇକୋର୍ଟ ବିଚାରପତିମାନେ ଏଭଳି ଅସହାୟ ସ୍ଥିତି ଦେଖି ବ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ। ଅନ୍ୟପଟେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ହେଉଛନ୍ତି ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ। ଏଠାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ସୁଚିନ୍ତିତ ରାୟକୁ ଅସମ୍ମାନିତ କରିବା ଦ୍ୱାରା ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ନ ବିତୁଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ହାଇକୋର୍ଟଙ୍କ କଥାକୁ ନାକଚ କରାଇ ଦେଇପାରିବା ପଛରେ ସର୍ବୋଚ୍ଚ ଅଦାଲତଙ୍କର ସରକାର ସପକ୍ଷବାଦୀ ଚିନ୍ତାଧାରା ପ୍ରତିଫଳିତ ହୋଇଥାଇପାରେ। ତଥାପି ଶୀର୍ଷ ନ୍ୟାୟାଳୟକୁ ଅଗଣତାନ୍ତ୍ରିକ ବୋଲି କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଆପାତତଃ ଲୋକ ବିରୋଧୀ ମନେହୋଇପାରେ, କିନ୍ତୁ ଦୀର୍ଘମିଆଦୀ ଚିନ୍ତା କଲେ ହାଇକୋର୍ଟଗୁଡ଼ିକୁ ବିନା ଲଗାମରେ ଛାଡ଼ି ଦେବା ବିରାଟ ଭୁଲ ହୋଇଥାଆନ୍ତା। ସରକାରଙ୍କୁ କେବଳ ନାଗରିକ ନିର୍ଦ୍ଦେଶ ଦେଇପାରିବେ। ସେହି ନିର୍ଦ୍ଦେଶ ୫ ବର୍ଷରେ ଥରେ ଦେଇପାରିବେ। ଅବଶ୍ୟ ଆଜିର ସ୍ବାସ୍ଥ୍ୟଜନିତ ଜରୁରିକାଳୀନ ସ୍ଥିତିରେ କେଉଁ ପଦକ୍ଷେପ ଗଣତାନ୍ତ୍ରିକ କିମ୍ବା ଅଗଣତାନ୍ତ୍ରିକ ତାହାର ସୂକ୍ଷ୍ମ ତଫାତ୍‌ ବୁଝିବା କଷ୍ଟକର ହୋଇପଡ଼ୁଛି। ଏହାସତ୍ତ୍ୱେ ଯାହା ଓ ଯେକୌଣସି ପଦକ୍ଷେପ ଜନକଲ୍ୟାଣକାରୀ ବିଶେଷକରି ଅଧିକ ଲୋକଙ୍କ ସ୍ବାର୍ଥରକ୍ଷା ଦିଗରେ ଅଭିପ୍ରେତ, ତାହା ନିଶ୍ଚିତ ଭାବେ ଗଣତାନ୍ତ୍ରିକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?