Posted inଜାତୀୟ

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ମୃତ୍ୟୁ ସଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନାଟକ, ଛତିଶଗଡ ଏବଂ ଗୁଜରାଟ ଭଳି ୬ଟି ରାଜ୍ୟରୁ ୮୦ ପ୍ରତିଶତ ନୂତନ କରୋନା ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨,୯୪, ୧୧୫ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୦୨୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୦୯ ହଜାର ୦୦୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧ କୋଟି ୩୨ଲକ୍ଷ ୬୯ ହଜାର ୮୬୩ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୨୧ ଲକ୍ଷ ୫୦ ହଜାର ୧୧୯ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୭୦କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଲୋଟା ଦୌଡ଼, ବାହାରେ ଶୌଚ ବନ୍ଦ ପାଇଁ ସଚେତନତା…

ଭୋପାଳ,୧୩।୧୦: ବାହାରେ ଶୌଚ ହେବା ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମହିଳାମାନେ ଏକ ନିଆରା ଦୌଡ଼ର ଆୟୋଜନ କରିଛନ୍ତି। ସେମାନେ ଲୋଟା ଧରି...

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।...

‘ମୋଦିଙ୍କ କିଛି ଅବଦାନ ନାହିଁ’

ନୂଆଦିଲ୍ଲୀ,୩ା୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଅବଦାନ ନାହିଁ। ଏପରି କି ରାମମନ୍ଦିର ପ୍ରତିଷ୍ଠା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବାବେଳେ...

ରାଜନୀତିରେ ଛକା ମାରିଲେ ସିଦ୍ଧୁ

ନୂଆଦିଲ୍ଲୀ,୧୮।୭: କଂଗ୍ରେସ ହାଇକମାଣ୍ଡ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ ରବିବାର ନିଯୁକ୍ତି ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଦଳରେ ଲାଗି ରହିଥିବା...

ସକ୍ରିୟ ମାମଲା ୧୨ ହଜାର ତଳେ …

ନୂଆଦିଲ୍ଲୀ, ୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ...

ନିର୍ବାଚନ କମିଶନଙ୍କ ଛାଟ, ବିଜୟ ଉତ୍ସବ ପାଳନ କରିବାକୁ ମନା…

କୋଲକାତା,୩।୧୦: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନ ଛାଟ ଦେଖାଇଛନ୍ତି। କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ରାଜ୍ୟ ସରକାରଙ୍କୁ...

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ...

୭ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି, ତରବରିଆ ଭାବେ ନିଆଯାଇଛି ଅନ୍‌ଲକ୍‌-୧ ନିଷ୍ପତ୍ତି: ବିଶେଷଜ୍ଞ

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧...

Advertisement
Archives

Model This Week