Posted inଖେଳ

IPL 2025ର ପ୍ରଥମ ଦିନ ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ: ୧୭ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୩: କିଛି ଦିନ ପରେ IPL 2025 ଆରମ୍ଭ ହେବାକୁ ଯାଉଛି। ଏହା ଏହି ଟୁର୍ନାମେଣ୍ଟର ୧୮ତମ ସିଜିନ ହେବ। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ୨୨ ମାର୍ଚ୍ଚରେ ଏହି ମ୍ୟାଚ୍‌ ଜରିଆରେ ପ୍ରଶଂସକମାନେ ୨୦୦୮ ସିଜନର ଆକ୍ସନର ରିପ୍ଲେ ଦେଖିପାରିବେ। ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ସିଜିନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।

ଏହା ପୂର୍ବରୁ ୨୦୦୮ରେ ଘଟିଥିଲା। ଏହା ଆଇପିଏଲର ପ୍ରଥମ ସିଜିନ ଥିଲା ଏବଂ ସେହି ବର୍ଷ ମଧ୍ୟ ସିଜିନର ପ୍ରଥମ ମ୍ୟାଚ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା। ଆଇପିଏଲ ୨୦୦୮ ପରଠାରୁ ୧୭ ବର୍ଷ ପରେ, ଉଭୟ ଦଳ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ। ଆଇପିଏଲର ପ୍ରଥମ ସିଜିନରେ, କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ବେଙ୍ଗାଲୁରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ସେହି ସିଜିନରେ ସୌରଭ ଗାଙ୍ଗୁଲି କୋଲକାତାର ଅଧିନାୟକ ଥିଲେ। RCBର ଅଧିନାୟକ ଥିଲେ ରାହୁଲ ଦ୍ରାବିଡ।
୨୦୦୮ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ, ଆରସିବି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି, KKR ବ୍ରେଣ୍ଡନ ମ୍ୟାକକୁଲମଙ୍କ ବିସ୍ଫୋରକ ଶତକ ବଳରେ ସେହି ମ୍ୟାଚରେ ୨୦ ଓଭରରେ ୨୨୨ ରନ କରିଥିଲା। ମ୍ୟାକକୁଲମ ୭୩ ବଲ୍‌ରେ ୧୦ ଚୌକା ଏବଂ ୧୩ ଛକା ସହାୟତାରେ ଅପରାଜିତ ୧୫୮ ରନ କରିଥିଲେ। ଜବାବରେ, RCB ୧୫.୧ ଓଭରରେ ୮୨ ରନରେ ଅଲଆଉଟ ହୋଇଯାଇଥିଲା। ପ୍ରବୀଣ କୁମାର (୧୮ ଅପରାଜିତ)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। କୋଲକାତା ନାଇଟ ରାଇଡର୍ସ ସେହି ମ୍ୟାଚ କୁ ୧୪୦ ରନରେ ଜିତିଥିଲା।

୨୨ ମାର୍ଚ୍ଚରେ କୋଲକାତାର ଇଡେନ ଗାର୍ଡେନରେ KKR ଏବଂ RCB ପରସ୍ପରର ମୁହାଁମୁହିଁ ହେବେ, ସେମାନଙ୍କର ଲକ୍ଷ୍ୟ ହେବ ବିଜୟ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିବା। ଉଭୟ ଦଳ ଏହି ସିଜିନ ପାଇଁ ନୂତନ ଅଧିନାୟକ ଚୟନ କରିଛନ୍ତି। ଆଇପିଏଲ ୨୦୨୫ରେ, ଅଜିଙ୍କ୍ୟ ରାହାଣେ କୋଲକାତାର ଏବଂ ରଜତ ପତିଦାର ଆରସିବିର ଅଧିନାୟକ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

ଘରଡିହ, ସ୍ଥାୟୀ ପଟ୍ଟା ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଘରଡିହ, ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡାକଡି...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri