ତୁର୍କୀ ଆକାଶରେ ବିଚିତ୍ର ବାଦଲ

ଅଙ୍କାରା,୨୮।୧: ତୁର୍କୀ ଏବଂ ବୁର୍ସା ଆକାଶରେ ଏକ ବିରଳ ବାଦଲ ସୃଷ୍ଟି ହୋଇଛି, ଯାହା ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ) ସଦୃଶ ଦେଖାଯାଉଛି। ଗୁରୁବାର ସକାଳେ ଆଖି ସଦୃଶ ଏହି ବିଚିତ୍ର ବାଦଲକୁ ଦେଖିବା ପରେ ଇଣ୍ଟରନେଟରେ ଏହାକୁ ନେଇ ଜୋର୍‌ଦାର ଚର୍ଚ୍ଚା ହୋଇଥିଲା। ଏହି ବାଦଲ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟ ହୋଇଥିଲା। ଅନେକ ଇଣ୍ଟରନେଟ୍‌ ୟୁଜର ଉକ୍ତ ବିରଳ ଦୃଶ୍ୟକୁ ସେମାନଙ୍କ ଫୋନ୍‌ରୁ ଉଠାଇ ଶେୟାର କରିଛନ୍ତି। ସୂର୍ଯ୍ୟୋଦୟ ସମୟରେ ଉକ୍ତ ବାଦଲ ସୃଷ୍ଟି ହୋଇଥିଲା, ଯାହାର ମଧ୍ୟଭାଗରେ ଏକ ଗର୍ତ୍ତ ରହିଥିଲା। ତୁର୍କୀରେ ସକାଳ ସମୟ ଅସାଧାରଣ ଥିଲା। ବିରଳ ପ୍ରାକୃତିକ ଅଦ୍ଭୁତ ଘଟଣାର ଫଟୋକୁ ୟୁଏଫ୍‌ଓ ଲେଣ୍ଟିକୁଲାର କୁହାଯାଉଥିବା ଜଣେ ୟୁଜର ଲେଖିଛନ୍ତି। ଏହି ବିଚିତ୍ର ବାଦଲର ଫଟୋ ସାରା ବିଶ୍ୱରେ ଭାଇରାଲ ହୋଇଛି। ତେବେ ଏହା ସାଧାରଣ ଭାବେ ଲେଣ୍ଟିଲ ଭଳି ଦେଖାଯାଉଥିବା ବାଦଲ ବୋଲି ତୁର୍କୀର ପାଣିପାଗ ସେବା ବିଭାଗ ରିପୋର୍ଟରେ କୁହାଯାଇଛି। ଏଭଳି ବାଦଲ ବର୍ତ୍ତୁଳାକାର ଏବଂ ଏକ ପ୍ଲେଟ୍‌ ଭାସିଲା ଭଳି ଦେଖାଯାଇଥାଏ। ଏଗୁଡ଼ିକ ସାଧାରଣତଃ ୨,୦୦୦ରୁ ୫,୦୦୦ ମିଟର ଉଚ୍ଚତାରେ ଦୃଶ୍ୟ ହୋଇଥାଏ। ବାୟୁ ସ୍ଥିର ଓ ଆର୍ଦ୍ର ଥିବାବେଳେ ପାହାଡ଼ ପର୍ବତ ଉପରେ ବାୟୁ ବେଗରେ ଅସ୍ଥିରତା ଯୋଗୁ ଏଭଳି ବାଦଲ ସୃଷ୍ଟି ହୋଇଥାଏ ବୋଲି ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଶା ମାରିବେ ମଶାଙ୍କୁ, ଶହେ କୋଟି ମଶା ଛାଡ଼ିଲା ଆମେରିକା…

ଓ୍ବାଶିଂଟନ, ୩।୪ : କଥାରେ ଅଛି ଲୁହା ଲୁହାକୁ କାଟେ। ଏହି ମର୍ମରେ ଏବେ ଆମେରିକା ମଶାଙ୍କୁ ମାରିବା ପାଇଁ ମଶା ଛାଡ଼ିଛି। ବିଗତ କିଛି...

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର...

ଅନିଶ୍ଚିତତା, ଅଚଳାବସ୍ଥା

ନୂଆଦିଲ୍ଲୀ/କାବୁଲ/ଓ୍ବାଶିଂଟନ,୫ା୮ : ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନର ଭାଗ୍ୟାକାଶରେ ଘୋଟିଛି ଅନିଶ୍ଚିତତାର ଘନକଳା ବାଦଲ। ରାଜଧାନୀ କାବୁଲର ସ୍ପୋଟର୍‌ସ ଲାଉଞ୍ଜରୁ ଲୋଗାର ପ୍ରଦେଶର ଚାଷ ଜମି, ସବୁଠି...

ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ

ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି...

ଜାକର୍ତ୍ତାର ତେଲ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ଅତିକମରେ ୧୬ ମୃତ ଅନେକେ ଆହତ

ଜାକର୍ତ୍ତା,୪ ।୩: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଏକ ତେଲ ଭଣ୍ଡାର କେନ୍ଦ୍ରରେ ଭିଷଣ ଅଗ୍ନିକାଣ୍ଡ ହେବାରୁ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…

ମସ୍କୋ,୨୪।୧୨ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର...

ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ...

ସୁପ୍ରିମ୍‌କୋର୍ଟ ବିରୋଧରେ ପଦକ୍ଷେପ ଗ୍ରହଣ କଲା ପାକିସ୍ତାନର ଶାସକ ମେଣ୍ଟ…

ଇସଲାମାବାଦ,୨୫।୨ : ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା...

Advertisement
Archives

Model This Week