ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିପିଆଇସି ସେଣ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଆଣ୍ଡ୍‌ ଇନୋଭେଶନ୍‌ ସେଣ୍ଟର (ଡିପିଆଇସି)। ଏଥିପାଇଁ ଶନିବାର ଓଡ଼ିଶା ସରକାର ଭାରତର ଶିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି। ଏହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍‌ ଲର୍ନିଂ ପରି ନୂତନ ଜ୍ଞାନକୌଶଳ ଉପଯୋଗରେ ପ୍ରମାଣଭିତ୍ତିକ ଶାସନକୁ ସକ୍ଷମ କରିବ। ଏହି ସହଭାଗୀତାରେ ଶିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନୀମାନେ ରାଜ୍ୟ, ଜିଲା ଓ ବ୍ଲକ୍‌ସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ତଥା ମୂଲ୍ୟାଙ୍କନ ଭିତ୍ତିକ ତଥ୍ୟ ପ୍ରଦାନ କରିବ। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡ଼ା, ଯୁବସେବା ଓ ସ୍ବରାଷ୍ଟ୍ର ବିଭାଗ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଓକାକ୍‌ର ଏମ୍‌.ଡି. ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ସିଇଓ ମନୋଜ ପଟ୍ଟନାୟକ ଓ ଶିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀଙ୍କ ମଧ୍ୟରେ ଭୁବନେଶ୍ୱରଠାରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ସିଇଓ ପଟ୍ଟନାୟକ କହିଛନ୍ତି, ଓଡ଼ିଶାକୁ ଏକ ଅଗ୍ରଣୀ ଡାଟା ସେଣ୍ଟର ହବ୍‌ରେ ପରିଣତ କରିବାକୁ ଆମେ ଉତ୍ସାହିତ। ପ୍ରମାଣ ସମର୍ଥିତ ଅନୁସନ୍ଧାନ ବ୍ୟବହାର କରି ଆମେ ଆଶା କରୁଛୁ ଡିପିଆଇସି ଅନେକ ଉତ୍ସରୁ ବଡ ତଥ୍ୟ ସଂଗ୍ରହ କରିବ, ସମସାମୟିକ ଅର୍ଥନୀତି ଏବଂ ପରିସଂଖ୍ୟାନ ମଡେଲ ବ୍ୟବହାର କରି ତଥ୍ୟ ବିଶ୍ଳେଷଣ ଓ ଆବଶ୍ୟକ ସୃଜନଶୀଳ ନୀତି ଉତ୍ପାଦନ ସହ ଏହା ଉତ୍କର୍ଷର କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଶିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳ, ପରିମଳ ଆଦି କ୍ଷେତ୍ରରେ ଅନୁସନ୍ଧାନ, ମନିଟରିଂ, ପ୍ରଭାବ ମୂଲ୍ୟାଙ୍କନ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା ସରକାରଙ୍କୁ ସାହାଯ୍ୟ କରିବେ। ଶିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ପ୍ରତିଷ୍ଠାନର ବରିଷ୍ଠ ତଥା ଏହି ପ୍ରକଳ୍ପର ବୈଷୟିକ ଅନୁସନ୍ଧାନ ପରାମର୍ଶଦାତା ଡ. ଅନନ୍ତ ସୁଦର୍ଶନ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରମାଣ ଭିତ୍ତିକ ଶାସନକୁ ସକ୍ଷମ କରିବାକୁ ଆମେ ବିଶ୍ଳେଷଣ କରିଥିବା ତିନି-ପ୍ରଗତିଶୀଳ ରଣନୀତି ବେଶ ସହାୟକ ହେବ। ଏହା ସାମର୍ଥ୍ୟ ବୃଦ୍ଧି ତଥା ସ୍ବାସ୍ଥ୍ୟ ଏବଂ ପରିବେଶ ସମସ୍ୟାକୁ ହ୍ରାସ କରିବ। ଡ. ଲେନି ଚୌଧୁରୀ କହିଛନ୍ତି, ଆମେ ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଅଭିନବ ଷ୍ଟାର୍‌ ରେଟିଙ୍ଗ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ସହ ହାତ ମିଶାଇ ଥିଲୁ। ବର୍ତ୍ତମାନର ସହଭାଗିତା ମାଧ୍ୟମରେ ବୃହତ ଡାଟା ବ୍ୟବହାରରେ ନୂଆ ତଥା ଅଭିନବ ସମାଧାନ ଆଣିବା ନେଇ ବହୁତ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?