ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିପିଆଇସି ସେଣ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଆଣ୍ଡ୍‌ ଇନୋଭେଶନ୍‌ ସେଣ୍ଟର (ଡିପିଆଇସି)। ଏଥିପାଇଁ ଶନିବାର ଓଡ଼ିଶା ସରକାର ଭାରତର ଶିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି। ଏହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍‌ ଲର୍ନିଂ ପରି ନୂତନ ଜ୍ଞାନକୌଶଳ ଉପଯୋଗରେ ପ୍ରମାଣଭିତ୍ତିକ ଶାସନକୁ ସକ୍ଷମ କରିବ। ଏହି ସହଭାଗୀତାରେ ଶିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନୀମାନେ ରାଜ୍ୟ, ଜିଲା ଓ ବ୍ଲକ୍‌ସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ତଥା ମୂଲ୍ୟାଙ୍କନ ଭିତ୍ତିକ ତଥ୍ୟ ପ୍ରଦାନ କରିବ। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡ଼ା, ଯୁବସେବା ଓ ସ୍ବରାଷ୍ଟ୍ର ବିଭାଗ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଓକାକ୍‌ର ଏମ୍‌.ଡି. ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ସିଇଓ ମନୋଜ ପଟ୍ଟନାୟକ ଓ ଶିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀଙ୍କ ମଧ୍ୟରେ ଭୁବନେଶ୍ୱରଠାରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ସିଇଓ ପଟ୍ଟନାୟକ କହିଛନ୍ତି, ଓଡ଼ିଶାକୁ ଏକ ଅଗ୍ରଣୀ ଡାଟା ସେଣ୍ଟର ହବ୍‌ରେ ପରିଣତ କରିବାକୁ ଆମେ ଉତ୍ସାହିତ। ପ୍ରମାଣ ସମର୍ଥିତ ଅନୁସନ୍ଧାନ ବ୍ୟବହାର କରି ଆମେ ଆଶା କରୁଛୁ ଡିପିଆଇସି ଅନେକ ଉତ୍ସରୁ ବଡ ତଥ୍ୟ ସଂଗ୍ରହ କରିବ, ସମସାମୟିକ ଅର୍ଥନୀତି ଏବଂ ପରିସଂଖ୍ୟାନ ମଡେଲ ବ୍ୟବହାର କରି ତଥ୍ୟ ବିଶ୍ଳେଷଣ ଓ ଆବଶ୍ୟକ ସୃଜନଶୀଳ ନୀତି ଉତ୍ପାଦନ ସହ ଏହା ଉତ୍କର୍ଷର କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଶିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳ, ପରିମଳ ଆଦି କ୍ଷେତ୍ରରେ ଅନୁସନ୍ଧାନ, ମନିଟରିଂ, ପ୍ରଭାବ ମୂଲ୍ୟାଙ୍କନ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା ସରକାରଙ୍କୁ ସାହାଯ୍ୟ କରିବେ। ଶିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ପ୍ରତିଷ୍ଠାନର ବରିଷ୍ଠ ତଥା ଏହି ପ୍ରକଳ୍ପର ବୈଷୟିକ ଅନୁସନ୍ଧାନ ପରାମର୍ଶଦାତା ଡ. ଅନନ୍ତ ସୁଦର୍ଶନ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରମାଣ ଭିତ୍ତିକ ଶାସନକୁ ସକ୍ଷମ କରିବାକୁ ଆମେ ବିଶ୍ଳେଷଣ କରିଥିବା ତିନି-ପ୍ରଗତିଶୀଳ ରଣନୀତି ବେଶ ସହାୟକ ହେବ। ଏହା ସାମର୍ଥ୍ୟ ବୃଦ୍ଧି ତଥା ସ୍ବାସ୍ଥ୍ୟ ଏବଂ ପରିବେଶ ସମସ୍ୟାକୁ ହ୍ରାସ କରିବ। ଡ. ଲେନି ଚୌଧୁରୀ କହିଛନ୍ତି, ଆମେ ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଅଭିନବ ଷ୍ଟାର୍‌ ରେଟିଙ୍ଗ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ସହ ହାତ ମିଶାଇ ଥିଲୁ। ବର୍ତ୍ତମାନର ସହଭାଗିତା ମାଧ୍ୟମରେ ବୃହତ ଡାଟା ବ୍ୟବହାରରେ ନୂଆ ତଥା ଅଭିନବ ସମାଧାନ ଆଣିବା ନେଇ ବହୁତ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri