ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ରେ ନେଗେଟିଭ୍‌ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଲଲିତା ୭୦୦ରୁ ଅଧିକ ବିଭିନ୍ନ ଭାଷା ଚଳଚ୍ଚିତ୍ରରେ କାମ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ଲଲିତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଏକ ଚାପୁଡ଼ା ତାଙ୍କ ହିରୋଇନ ହେବାର ସ୍ବପ୍ନକୁ ଭାଙ୍ଗି ଦେଇଥିଲା ଏବଂ ତା’ପରେ ପ୍ରକୃତ ଭଉଣୀ ପ୍ରତାରଣା କରି ତାଙ୍କ ସ୍ବାମୀଙ୍କୁ ଛଡ଼ାଇ ନେଇଥିଲେ। ଫଳରେ ସେ ନିଜ ଭଉଣୀର ସଉତୁଣୀ ସାଜିଥିଲେ।
୧୯୪୨ ମସିହାରେ ଜଙ୍ଗ-ଏ-ଆଜାଦି ଚଳଚ୍ଚିତ୍ରର ଶୁଟିଂ ସମୟରେ ଲଳିତାଙ୍କ ସହ-କଳାକାର ଭଗବାନ ଦାଦା ତାଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ଏତେ ଭୟଙ୍କର ଥିଲା ଯେ ତାଙ୍କ କାନ ପରଦା ଫାଟି ଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ଭୁଲ ଔଷଧ ଦେଇଥିଲେ, ଯେଉଁ କାରଣରୁ ଶରୀରର ଅଧା ଅଂଶ ଅଚଳ ହୋଇଯାଇଥିଲା। କିନ୍ତୁ ଲଳିତା ହାର ମାନି ନ ଥିଲେ ଏବଂ ନକାରାତ୍ମକ ଭୂମିକା ଗ୍ରହଣ କରିବା ଆରମ୍ଭ କରିଥିଲେ। ୯୦ ଦଶକରେ ପୌରାଣିକ ଉପରେ ଆଧାରିତ ରାମାୟଣରେ ସେ ମନ୍ଥରା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ। ଲଳିତା ପାୱାର ଗଣପତି ରାଓଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କ ନିଜ ଭୁଉଣୀ ତାଙ୍କୁ ଧୋକା ଦେଇ ଗଣପତିଙ୍କୁ ବିବାହ କରିଥିଲେ। ଏହା ପରେ ଲଳିତା ଦ୍ୱିତୀୟ ଥର ଚଳଚ୍ଚିତ୍ର ନିର୍ମାତା ରାଜକୁମାର ଗୁପ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ଅଛି, ଯାହାର ନାମ ଜୟ ପାୱାର।
ଲଳିତାଙ୍କ ଶେଷ ଦିନ ମଧ୍ୟ ଅନେକ ଅସୁବିଧାରେ ଗତି କରିଥିଲା। ତାଙ୍କୁ ପାଟି କର୍କଟ ରୋଗ ହୋଇଥିଲା। ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ସ୍ବାମୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପୁଅ ଦିଲ୍ଲୀରେ ଥିଲେ। ପୁଅ ଫୋନ କଲାବେଳେ ଲଳିତା ଫୋନ ନ ଉଠାଇବାରୁ ସେ ଘରକୁ ଆସି କବାଟ ଖୋଲିବା ପରେ ଜଣାପଡିଥିଲା ଯେ ସେ ୩ ଦିନ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?