ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ରେ ନେଗେଟିଭ୍‌ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଲଲିତା ୭୦୦ରୁ ଅଧିକ ବିଭିନ୍ନ ଭାଷା ଚଳଚ୍ଚିତ୍ରରେ କାମ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ଲଲିତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଏକ ଚାପୁଡ଼ା ତାଙ୍କ ହିରୋଇନ ହେବାର ସ୍ବପ୍ନକୁ ଭାଙ୍ଗି ଦେଇଥିଲା ଏବଂ ତା’ପରେ ପ୍ରକୃତ ଭଉଣୀ ପ୍ରତାରଣା କରି ତାଙ୍କ ସ୍ବାମୀଙ୍କୁ ଛଡ଼ାଇ ନେଇଥିଲେ। ଫଳରେ ସେ ନିଜ ଭଉଣୀର ସଉତୁଣୀ ସାଜିଥିଲେ।
୧୯୪୨ ମସିହାରେ ଜଙ୍ଗ-ଏ-ଆଜାଦି ଚଳଚ୍ଚିତ୍ରର ଶୁଟିଂ ସମୟରେ ଲଳିତାଙ୍କ ସହ-କଳାକାର ଭଗବାନ ଦାଦା ତାଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ଏତେ ଭୟଙ୍କର ଥିଲା ଯେ ତାଙ୍କ କାନ ପରଦା ଫାଟି ଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ଭୁଲ ଔଷଧ ଦେଇଥିଲେ, ଯେଉଁ କାରଣରୁ ଶରୀରର ଅଧା ଅଂଶ ଅଚଳ ହୋଇଯାଇଥିଲା। କିନ୍ତୁ ଲଳିତା ହାର ମାନି ନ ଥିଲେ ଏବଂ ନକାରାତ୍ମକ ଭୂମିକା ଗ୍ରହଣ କରିବା ଆରମ୍ଭ କରିଥିଲେ। ୯୦ ଦଶକରେ ପୌରାଣିକ ଉପରେ ଆଧାରିତ ରାମାୟଣରେ ସେ ମନ୍ଥରା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ। ଲଳିତା ପାୱାର ଗଣପତି ରାଓଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କ ନିଜ ଭୁଉଣୀ ତାଙ୍କୁ ଧୋକା ଦେଇ ଗଣପତିଙ୍କୁ ବିବାହ କରିଥିଲେ। ଏହା ପରେ ଲଳିତା ଦ୍ୱିତୀୟ ଥର ଚଳଚ୍ଚିତ୍ର ନିର୍ମାତା ରାଜକୁମାର ଗୁପ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ଅଛି, ଯାହାର ନାମ ଜୟ ପାୱାର।
ଲଳିତାଙ୍କ ଶେଷ ଦିନ ମଧ୍ୟ ଅନେକ ଅସୁବିଧାରେ ଗତି କରିଥିଲା। ତାଙ୍କୁ ପାଟି କର୍କଟ ରୋଗ ହୋଇଥିଲା। ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ସ୍ବାମୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପୁଅ ଦିଲ୍ଲୀରେ ଥିଲେ। ପୁଅ ଫୋନ କଲାବେଳେ ଲଳିତା ଫୋନ ନ ଉଠାଇବାରୁ ସେ ଘରକୁ ଆସି କବାଟ ଖୋଲିବା ପରେ ଜଣାପଡିଥିଲା ଯେ ସେ ୩ ଦିନ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri