Posted inUncategorized

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଦାରିଆମ୍ବ ଗାଁର ଫଲିମନ ଶବର ଓରଫ ରେହନ (୩୩)।
ଫଲିମନ ୨୦୧୭ରେ ଗଞ୍ଜାମ ଜିଲା ପାଟପୁର ଅଞ୍ଚଳକୁ କୌଣସି କାମରେ ଆସି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ ବିବାହ କରିବାକୁ ଫଲିମନଙ୍କୁ କହିଥିଲେ। ଫଲିମନ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ନାବାଳିକାଙ୍କ ଘର ଲୋକେ ଏହା ଜାଣିବା ପରେ ବିବାହ କରିବାକୁ ଫଲିମନଙ୍କୁ କହିବାରୁ ସେ ମନା କରିବା ସହ ଧମକ ଦେଇଥିଲେ। ଏ ନେଇ ୨୦୧୭ ଅଗଷ୍ଟ ୧ତାରିଖରେ ପାଟପୁର ଥାନାରେ ଅଭିଯୋଗକ୍ରମେ ନଂ.୧୧୯/୧୭ରେ ମାମଲା ରୁଜୁ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଫଲିମନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପୀଡ଼ିତାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇ ୩ ମାସ ପରେ ତାର ମୃତ୍ୟୁ ଘଟିଥିଲା। ମାମଲାର ବିଚାର ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଜାମିନରେ ଥିବା ଫଲିମନ ରାୟ ପ୍ରକାଶ ବେଳେ କୋର୍ଟରେ ହାଜର ହୋଇଥିଲେ। ଜଜ୍‌ ରାୟ ପ୍ରକାଶ କରିବା ପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଡ. ଶିବ ପ୍ରସାଦ ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

ସରକାରଙ୍କ ବଡ଼ ନିଷ୍ପତ୍ତି, ୫ ବର୍ଷ ଲାଗି ବଢ଼ିଲା ସହାୟତ ରାଶି

ନୂଆଦିଲ୍ଲୀ, ୩୧ା୭: କେନ୍ଦ୍ର ସରକାର ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକ ଲାଗି ବଜେଟରେ ସହାୟତ ରାଶି ବୃଦ୍ଧି କରିଛନ୍ତି। ଖେଲୋ ଇଣ୍ଡିଆ ସ୍କିମକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri