ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି

ରାଜ୍ୟ ସରକାର ଉଚ୍ଚଶିକ୍ଷା ଗବେଷଣା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି। ଏମ୍‌.ଫିଲ୍‌., ପିଏଚ୍‌.ଡି., ଡି.ଲିଟ୍‌ ଭଳି ଗବେଷଣା ଡିଗ୍ରୀ ପାଇବାକୁ ଛାତ୍ରୀଛାତ୍ରଙ୍କୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ସମୟରେ ଗବେଷଣା ଶେଷ ହେବା ସହ ଡିଗ୍ରୀ ମିଳିବ।
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ୧୪ ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି କାର୍ଯ୍ୟକାରୀ ହେବ। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ପକ୍ଷରୁ ଏ ନେଇ ଚିଠା ଗବେଷଣା ନୀତି ଓ ପଦ୍ଧତି (ଏ କମନ୍‌ ରିସର୍ଚ୍ଚ ପଲିସି ଆଣ୍ଡ ପ୍ରୋସିଜ୍ୟୁର ଫର୍‌ ଷ୍ଟେଟ୍‌ ୟୁନିଭର୍‌ସିଟିଜ୍‌ ଅଫ୍‌ ଓଡ଼ିଶା) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଉପରେ ଶିକ୍ଷାବିତ୍‌ମାନଙ୍କର ମତାମତ ନେବା ପରେ ଚୂଡ଼ାନ୍ତ ନୀତି କାର୍ଯ୍ୟକାରୀ କରାଯିବ। ଏମ.ଫିଲ୍‌., ପିଏଚ୍‌.ଡି., ଡି.ଏସ୍‌ସି., ଡି.ଲିଟ୍‌, ଏଲ୍‌ଏଲ୍‌ଡି ଗବେଷଣା ଡିଗ୍ରୀ ପାଇଁ ଏହି ନୂତନ ନୀତି କାର୍ଯ୍ୟକାରୀ ହେବ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଉକ୍ତ ଡିଗ୍ରୀ ପାଇଁ ଗବେଷଣା ଓ ନୀତି କାର୍ଯ୍ୟକାରୀ କରୁଛନ୍ତି। ତେବେ ଗବେଷଣା କିଏ କେତେବେଳେ କରୁଛନ୍ତି ଓ କେତେବେଳେ କାହାକୁ ଡିଗ୍ରୀ ମିଳୁଛି ତା’ର କୌଣସି ସମୟ ସୀମା ନିର୍ଦ୍ଧାରଣ ହୋଇନାହିଁ। ଏପରି କି ଡିଗ୍ରୀ ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ଅନେକ ବର୍ଷ ଲାଗିଯାଉଛି। ଏଥିଯୋଗୁ ସମୟ ବରବାଦ ହେବା ସହ ଗବେଷଣାର କୌଣସି ସୁଫଳ ମିଳିପାରୁ ନାହିଁ। ଏ ସବୁକୁ ବିଚାର କରି ସମସ୍ତ ଗବେଷଣାଭିତ୍ତିକ ଡିଗ୍ରୀକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରାଯିବ। ଏହାସହ ଉଚ୍ଚଶିକ୍ଷା ଗବେଷଣାର ବିକାଶ ପାଇଁ ରାଜ୍ୟ ସରକାର ଏହି ନୂତନ ନୀତି ଆଣିବାକୁ ଯାଉଛନ୍ତି। ଏହି ନୂତନ ନୀତିରେ ମଡେଲ ଗବେଷଣା ଗାଇଡ୍‌ଲାଇନ ପ୍ରସ୍ତୁତ ହେବ। କେଉଁ ସମୟରେ ସିନୋପ୍‌ସିସ ଦାଖଲ ଓ ପଞ୍ଜୀକରଣ କରାଯିବ, ପ୍ରାକ୍‌ ପିଏଚ୍‌.ଡି. ଥେସିସ୍‌ କିଭଳି ଉପସ୍ଥାପନ କରାଯିବ, ଚୂଡ଼ାନ୍ତ ଥେସିସ୍‌ କେତେବେଳେ ପ୍ରଦାନ କରାଯିବ ସେ ନେଇ ନୂତନ ନୀତିରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ। ଏଥିସହିତ କେଉଁ ସମୟ ମଧ୍ୟରେ ଥେସିସ୍‌ ମୂଲ୍ୟାୟନ ହେବ। ମୂଲ୍ୟାୟନ ସମୟ କେତେ ରହିବ। ମୌଖିକ ପରୀକ୍ଷା କେବେ ହେବ। ଗାଇଡ୍‌ଶିପ୍‌ କିଭଳି ହେବ ଏବଂ କେଉଁ ସମୟ ମଧ୍ୟରେ ପିଏଚ୍‌.ଡି. ଡିଗ୍ରୀ ଓ ଡି.ଲିଟ୍‌ ଶେଷ ହେବ ସେ ସମସ୍ତ ବିଷୟ ନିର୍ଦ୍ଧାରିତ ହେବ।
ମିଳିଥିବା ସୂଚନା ଅନୁଯାୟୀ ଛାତ୍ରୀଛାତ୍ରମାନେ ପିଏଚ୍‌.ଡି., ଡି.ଲିଟ୍‌ କିମ୍ବା ଅନ୍ୟ ଡିଗ୍ରୀ ପାଇଁ ମନଇଚ୍ଛା ଥେସିସ୍‌ ଦାଖଲ କରିପାରିବେ ନାହିଁ। ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଗବେଷଣା କରିବାକୁ ଚାହୁଁଛନ୍ତି ସେମାନେ ଏଥିପାଇଁ ନିଜକୁ କିଭଳି ପ୍ରସ୍ତୁତ କରୁଛନ୍ତି ସେ ସମସ୍ତ ବିଷୟକୁ ଅନୁଧ୍ୟାନ କରାଯିବ। ୨ ବର୍ଷ ପୂର୍ବରୁ ଗବେଷଣା ପାଇଁ ଥେସିସ୍‌ ଦାଖଲ କରିପାରିବେ ନାହିଁ।
କେବଳ ଛାତ୍ରୀଛାତ୍ର ନୁହନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଭିନ୍ନ ବିଷୟରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କୁ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ୪୫ ବର୍ଷରୁ କମ୍‌ ବୟସର ଅଧ୍ୟାପକମାନଙ୍କୁ ଗବେଷଣା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗତ ୨ ବର୍ଷରେ ୮୦ ଜଣ ଅଧ୍ୟାପକଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହନ ରାଶି ଦିଆଯାଇଛି। ଏହାଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଶିକ୍ଷାନୁଷ୍ଠାନରେ ଗବେଷଣାର କ୍ଷେତ୍ର ପ୍ରଶସ୍ତ ହେବ ବୋଲି ଉଚ୍ଚ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri