Posted inଜାତୀୟ

ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ହେବ ରୁଜୁ , ଏସ୍‌ସିରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ମାମଲା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ଏସ୍‌ସି)ରେ ବୁଧବାର ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ରୁଜୁ ହେବ। ମଙ୍ଗଳବାର ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି ଏନଭି ରମନାଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ଦେଶଦ୍ରୋହ ଆଇନକୁ ସମୀକ୍ଷା କରିବା ପାଇଁ କେନ୍ଦ୍ରକୁ ଅଧିକ ସମୟର ଆବଶ୍ୟକତା ରହିଛି।

କିନ୍ତୁ ସୋଲିସିଟର ଜେନେରାଲ ସରକାରଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିବା ଉଚିତ ଏବଂ ବିଚାରାଧୀନ ମାମଲା ଏବଂ ଭବିଷ୍ୟତରେ ପଞ୍ଜୀକୃତ ହେବାକୁ ଥିବା ମାମଲା ଉପରେ ଏହାର ପ୍ରଭାବ କ’ଣ ହେବ ସେନେଇ ନିଜର ପକ୍ଷ ରଖିବା ଜରୁରୀ।

୧୨୪-ଏ ର ବିଚାରାଧୀନ ମାମଲାକୁ ସ୍ଥଗିତ ରଖାଯାଇପାରିବ କି ନାହିଁ ସେସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର ଉତ୍ତର ଦେବା ଆବଶ୍ୟକ। ବୁଧବାର ଅନୁଷ୍ଠିତ ଶୁଣାଣି ସମୟରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶଦ୍ରୋହ ଅପରାଧକୁ ପଞ୍ଜିକୃତ କରିବାରୁ ରୋକାଯାଇ ପାରିବ ନାହିଁ। ଶୁଣାଣି ସମୟରେ କୋର୍ଟରେ ଚାଲିଥିବା ମାମଲାଗୁଡ଼ିକର ଶୁଣାଣି ଜାରି ରଖିବାକୁ କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି ଯେ ୧୨୪-ଏ ମାମଲାରେ ଏସ୍‌ପିଙ୍କ ସନ୍ତୁଷ୍ଟ ହେବା ଜରୁରୀ। ତାଙ୍କର ହୃଦବୋଧ ପରେ ହିଁ ଦେଶଦ୍ରୋହ ମାମଲା ରୁଜୁ ହେବ।

ପ୍ରଧାନ ବିଚାରପତି ଏନ.ଭି ରାମନା ଏବଂ ଜଷ୍ଟିସ ସୁର୍ଯ୍ୟ କାନ୍ତ, ଜଷ୍ଟିସ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି କରି ଏଭଳି କହିଛନ୍ତି। ଆବେଦନକାରୀଙ୍କ ଆଇନଜୀବୀ କପିଲ ସିବଲ ଶୁଣାଣି ସମୟରେ କହିଛନ୍ତି ଯେ ଦେଶଦ୍ରୋହ ଆଇନକୁ ବନ୍ଦ କରିବା ଆମର ଦାବି ନୁହେଁ।

ଏନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଏହା ଏକ ପରବର୍ତ୍ତୀ ପ୍ରକ୍ରିୟା। ଏହି ସମସ୍ୟାର ଉପଯୁକ୍ତ ସମାଧାନ ବିଷୟରେ ଆଲୋଚନା କରିବାକୁ ଆମେ ଏଠାରେ ଅଛୁ ବୋଲି ସେ କହିଛନ୍ତି।

ନିକଟ ଅତୀତରେ ଏହାର ଅପବ୍ୟବହାର ଯୋଗୁ ପ୍ରାୟ ୧୫୦ ବର୍ଷ ପୁରୁଣା ଦେଶଦ୍ରୋହ ଆଇନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିସିର ଧାରା ୧୨୪-ଏ ଦେଶଦ୍ରୋହ ମାମଲା କ୍ଷେତ୍ରରେ ପ୍ରଯୁଜ୍ୟ। ୧୦ରୁ ଅଧିକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଏହା ଉପରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଅଭିବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ଦର୍ଶାଇ ଆବେଦନକାରୀମାନେ ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ପୂର୍ବ ଶୁଣାଣିରେ ସରକାର କହିଥିଲେ ଯେ ୧୯୬୨ରେ ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଏହି ଆଇନକୁ ବୈଧ ଘୋଷଣା କରିଛନ୍ତି। ’କେଦାରନାଥ ସିଂ ବନାମ ବିହାର ସରକାର ମାମଲାରେ ଦିଆଯାଇଥିବା ଏହି ନିଷ୍ପତ୍ତିରେ କୋର୍ଟ ଆଇନର ସୀମା ସ୍ଥିର କରିଛନ୍ତି। ସରକାରଙ୍କ ବିରୋଧରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବା ପାଇଁ ଏହି ଧାରା ଲାଗୁ କରାଯିବା ଉଚିତ ବୋଲି କୁହାଯାଇଥିଲା।

ସମ୍ପ୍ରତି, କେତେକ ରାଜ୍ୟରେ ଏହି ଧାରା ଆବଶ୍ୟକତା ନଥିବା କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି । ଏହାର ଅପବ୍ୟବହାର ବନ୍ଦ ହେବା ଆବଶ୍ୟକ ବୋଲି ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?