Posted inଜାତୀୟ

ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ହେବ ରୁଜୁ , ଏସ୍‌ସିରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ମାମଲା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ଏସ୍‌ସି)ରେ ବୁଧବାର ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ରୁଜୁ ହେବ। ମଙ୍ଗଳବାର ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି ଏନଭି ରମନାଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ଦେଶଦ୍ରୋହ ଆଇନକୁ ସମୀକ୍ଷା କରିବା ପାଇଁ କେନ୍ଦ୍ରକୁ ଅଧିକ ସମୟର ଆବଶ୍ୟକତା ରହିଛି।

କିନ୍ତୁ ସୋଲିସିଟର ଜେନେରାଲ ସରକାରଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିବା ଉଚିତ ଏବଂ ବିଚାରାଧୀନ ମାମଲା ଏବଂ ଭବିଷ୍ୟତରେ ପଞ୍ଜୀକୃତ ହେବାକୁ ଥିବା ମାମଲା ଉପରେ ଏହାର ପ୍ରଭାବ କ’ଣ ହେବ ସେନେଇ ନିଜର ପକ୍ଷ ରଖିବା ଜରୁରୀ।

୧୨୪-ଏ ର ବିଚାରାଧୀନ ମାମଲାକୁ ସ୍ଥଗିତ ରଖାଯାଇପାରିବ କି ନାହିଁ ସେସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର ଉତ୍ତର ଦେବା ଆବଶ୍ୟକ। ବୁଧବାର ଅନୁଷ୍ଠିତ ଶୁଣାଣି ସମୟରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶଦ୍ରୋହ ଅପରାଧକୁ ପଞ୍ଜିକୃତ କରିବାରୁ ରୋକାଯାଇ ପାରିବ ନାହିଁ। ଶୁଣାଣି ସମୟରେ କୋର୍ଟରେ ଚାଲିଥିବା ମାମଲାଗୁଡ଼ିକର ଶୁଣାଣି ଜାରି ରଖିବାକୁ କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି ଯେ ୧୨୪-ଏ ମାମଲାରେ ଏସ୍‌ପିଙ୍କ ସନ୍ତୁଷ୍ଟ ହେବା ଜରୁରୀ। ତାଙ୍କର ହୃଦବୋଧ ପରେ ହିଁ ଦେଶଦ୍ରୋହ ମାମଲା ରୁଜୁ ହେବ।

ପ୍ରଧାନ ବିଚାରପତି ଏନ.ଭି ରାମନା ଏବଂ ଜଷ୍ଟିସ ସୁର୍ଯ୍ୟ କାନ୍ତ, ଜଷ୍ଟିସ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି କରି ଏଭଳି କହିଛନ୍ତି। ଆବେଦନକାରୀଙ୍କ ଆଇନଜୀବୀ କପିଲ ସିବଲ ଶୁଣାଣି ସମୟରେ କହିଛନ୍ତି ଯେ ଦେଶଦ୍ରୋହ ଆଇନକୁ ବନ୍ଦ କରିବା ଆମର ଦାବି ନୁହେଁ।

ଏନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଏହା ଏକ ପରବର୍ତ୍ତୀ ପ୍ରକ୍ରିୟା। ଏହି ସମସ୍ୟାର ଉପଯୁକ୍ତ ସମାଧାନ ବିଷୟରେ ଆଲୋଚନା କରିବାକୁ ଆମେ ଏଠାରେ ଅଛୁ ବୋଲି ସେ କହିଛନ୍ତି।

ନିକଟ ଅତୀତରେ ଏହାର ଅପବ୍ୟବହାର ଯୋଗୁ ପ୍ରାୟ ୧୫୦ ବର୍ଷ ପୁରୁଣା ଦେଶଦ୍ରୋହ ଆଇନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିସିର ଧାରା ୧୨୪-ଏ ଦେଶଦ୍ରୋହ ମାମଲା କ୍ଷେତ୍ରରେ ପ୍ରଯୁଜ୍ୟ। ୧୦ରୁ ଅଧିକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଏହା ଉପରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଅଭିବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ଦର୍ଶାଇ ଆବେଦନକାରୀମାନେ ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ପୂର୍ବ ଶୁଣାଣିରେ ସରକାର କହିଥିଲେ ଯେ ୧୯୬୨ରେ ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଏହି ଆଇନକୁ ବୈଧ ଘୋଷଣା କରିଛନ୍ତି। ’କେଦାରନାଥ ସିଂ ବନାମ ବିହାର ସରକାର ମାମଲାରେ ଦିଆଯାଇଥିବା ଏହି ନିଷ୍ପତ୍ତିରେ କୋର୍ଟ ଆଇନର ସୀମା ସ୍ଥିର କରିଛନ୍ତି। ସରକାରଙ୍କ ବିରୋଧରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବା ପାଇଁ ଏହି ଧାରା ଲାଗୁ କରାଯିବା ଉଚିତ ବୋଲି କୁହାଯାଇଥିଲା।

ସମ୍ପ୍ରତି, କେତେକ ରାଜ୍ୟରେ ଏହି ଧାରା ଆବଶ୍ୟକତା ନଥିବା କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି । ଏହାର ଅପବ୍ୟବହାର ବନ୍ଦ ହେବା ଆବଶ୍ୟକ ବୋଲି ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri