ଜେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ଭାଜପା ବିଧାୟକ ଦଳ ପ୍ରତିନିଧି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଭାଜପାର ୨୨ ଜଣ ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତା ୧୮ ଦିନ ହେବ ଜେଲରେ ରହିଛନ୍ତି। ଭାଜପା ବିଧାୟକ ଦଳର ଏକ ପ୍ରତିନିଧି ଦଳ ଶୁକ୍ରବାର ଝାରପଡ଼ା ଜେଲରେ ଥିବା ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତାଙ୍କୁ ଭେଟିଛନ୍ତି। କାଯର୍‌ୟକର୍ତ୍ତାମାନେ ଏ ପର୍ଯ୍ୟନ୍ତ ଜେଲରୁ ବାହାରିପାରି ନାହାନ୍ତି। ଦୀର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ଓଡ଼ିଶାର ଆଇନଶୃଙ୍ଖଳା ବିପର୍ଯ୍ୟୟ ହେବା ବିଜେଡି ସରକାରର ସବୁଠୁ ବଡ଼ ବିଫଳତା ବୋଲି ପ୍ରତିନିଧି ଦଳ ନେତାମାନେ କହିଛନ୍ତି। ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ଯୋଗୁ ଆଜି ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟବାସୀଙ୍କ ସ୍ବାର୍ଥରେ ଏହାର ପ୍ରତିବାଦ କରୁଥିବା ବିରୋଧୀଙ୍କ ସ୍ବରକୁ ବିଜେଡି ସରକାର ଦମନ କରିବାର ପ୍ରୟାସ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଲଜ୍ଜାଜନକ ା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ କରୁଥିବା ୨୨ ଜଣ ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତାଙ୍କୁ ମିଛ ଦଫା ଲଗାଇ ଜେଲରେ ଭର୍ତ୍ତି କରିଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଭବାନୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ନବଚରଣ ମାଝି, ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ଗଣେଶ ରାମ ଖୁଣ୍ଟିଆ, ସୂରଜ ସୂଯର୍‌ୟବଂଶୀ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମୁଖପାତ୍ର ଠାକୁର ରଣଜିତ୍‌ ଦାସ, କାଯର୍‌ୟକାରିଣୀ ସଦସ୍ୟ ପବିତ୍ର ଦାଶ, ରବି ବେହେରା, ରଶ୍ମିରଞ୍ଜନ କାନୁନଗୋ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ମିଶ୍ର, ସମ୍ବଲପୁର ଜିଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର...

ନମ୍ବର ପ୍ଲେଟ୍‌ ଦଣ୍ଡ: ୨,୬୭୪ ଯାନ ବିରୋଧରେ ଚାଲାଣ

ଭୁବନେଶ୍ବର, ୧୬ା୨(ବ୍ୟୁରୋ): କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ୨,୬୭୪ ଯାନ...

୩ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ୬,୫୩୯ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ୩ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସମ୍ପୃକ୍ତ ୩ଟି ପ୍ରକଳ୍ପରେ ମୋଟ ୧୭,୮୩୩କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ...

ବ୍ୟବସାୟୀଙ୍କ ଯୋଗୁ ବନ୍ଦ ହୋଇପାରୁନି ପଲିଥିନ୍‌

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର...

ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

୭ଦିନରେ ସ୍ପଷ୍ଟୀକରଣ ଦେବେ ସରକାର

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଘରୋଇ ସ୍କୁଲ ଫି’ ଛାଡ଼ ସମ୍ପର୍କିତ ମାମଲାରେ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। କେତେକ ଘରୋଇ ସ୍କୁଲ ପକ୍ଷରୁ ଆଗତ...

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ...

ଲେଖିକା ମଣିଦୀପାଙ୍କ ସନ୍ଦେହଜନକ ମୃତ୍ୟୁ : ୫ ଦିନ ପରେ ଘରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୫(ବ୍ୟୁରୋ) – ବିଶିଷ୍ଟ ଲେଖିକା ଡା. ମଣିଦୀପା ପଟ୍ଟନାୟକ(୪୮)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ରହୁଥିବା ପୁରୁଣା ଭୁବନେଶ୍ୱରର ଲିଙ୍କରାଜ ନଗରସ୍ଥିତ ବସେରା ଆପାର୍ଟମେଣ୍ଟରୁ...

Advertisement
Archives

Model This Week