ତଦନ୍ତଭୁକ୍ତ ହେବ ସ୍ବୀକୃତିପ୍ରାପ୍ତ ସେଲ୍ଫଫାଇନାନ୍ସ କଲେଜ

ଭୁବନେଶ୍ୱର, ୭।୨(ବ୍ୟୁରୋ):ରାଜ୍ୟରେ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ସେଲ୍ଫଫାଇନାନ୍ସ କଲେଜର ଯାଞ୍ଚ କରାଯିବ। ଅବହେଳା ପ୍ରଦର୍ଶନ କରୁଥିବା କିମ୍ବା ପିଲାଙ୍କ ଅଭିଯୋଗକୁ ଭିତ୍ତିକରି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନାନୁସାରେ, ରାଜ୍ୟ ବାହାରର ଅନାମଧେୟ ଅନୁଷ୍ଠାନରୁ ସ୍ବୀକୃତି ଆଣି ଏଠାରେ ଶିକ୍ଷା ନାଁରେ ଅନେକ ସେଲ୍ଫଫାଇନାନ୍ସ କଲେଜ ଖୋଲି ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି। ଆଉ କିଛି ନକଲି ସାର୍ଟିଫିକେଟ ଦେଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ତେବେ ସର୍ବଭାରତୀୟ ସ୍ତରରେ ୨୩ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହେବା ପରେ ଏବେ ବିଭାଗର ଚେତା ପଶିଛି। ରାଜଧାନୀ ସମେତ ରାଜ୍ୟର ସମସ୍ତ ଜିଲାରେ ଥିବା ବାହାର ଅନୁଷ୍ଠାନର ସ୍ବୀକୃତିପ୍ରାପ୍ତ କଲେଜଗୁଡ଼ିକ ତଦନ୍ତ ପରିସରଭୁକ୍ତ ହେବା ସହ ସେଗୁଡିକର ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥାକୁ ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ୪୦୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ରହିଛି, ଯେଉଁଗୁଡ଼ିକ ବାହାର ରାଜ୍ୟରୁ ସ୍ବୀକୃତି ଆଣି ସେଲ୍ଫଫାଇନାନ୍ସ କୋର୍ସ ପ୍ରଦାନ କରୁଛନ୍ତି। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ପାସ୍‌ କରିଦେବାର ଗ୍ୟାରେଣ୍ଟି ବି ଦେଉଛନ୍ତି। ଫଳରେ ଏଠାକାର ଛାତ୍ରୀଛାତ୍ରମାନେ ପାସ କରିବା ପାଇଁ ମଧ୍ୟ ପେପର୍‌ ପିଛା ଅଢ଼େଇ ହଜାରରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେଉଛନ୍ତି। ସରକାରଙ୍କର କୌଣସି ନିୟନ୍ତ୍ରଣ ନ ଥିବାରୁ ସମ୍ପୃକ୍ତ କଲେଜଗୁଡ଼ିକର ଆୟବ୍ୟୟର ହିସାବ ମଧ୍ୟ କାହା ପାଖରେ ନାହିଁ। ଫଳରେ ରାଜ୍ୟର ବହୁ ଗରିବ ମେଧାବୀ ପିଲା ଶୋଷଣର ଶିକାର ହେଉଛନ୍ତି। ତେଣୁ ଏ ଦିଗରେ ରୋକ୍‌ ଲଗାଇବା ପାଇଁ ସରକାର ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏକ ସ୍କ୍ବାଡ୍‌ ଗଠନ କରାଯିବ। ବାହାର ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ସ୍ବୀକୃତି ଆଣିଥିବା ଘରୋଇ କଲେଜଗୁଡ଼ିକର ସମସ୍ତ ତଥ୍ୟ ଯାଞ୍ଚ ହେବ। ତେବେ ଯାଞ୍ଚ ରିପୋର୍ଟ ମାର୍ଚ୍ଚ ଶେଷ ସୁଦ୍ଧା ସରକାରଙ୍କୁ ପ୍ରଦାନ କରାଯିବ। ଅପରପକ୍ଷେ ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ସ୍ବୀକୃତି ପାଇଥିବା ଅନୁଷ୍ଠାନକୁ ତଦନ୍ତରୁ ବାଦ୍‌ ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ଯାଞ୍ଚ କରାଯିବ। ୟୁଜିସି ପକ୍ଷରୁ ଯେପରି ସର୍ବଭାରତୀୟସ୍ତରରେ ନକଲି କଲେଜର ତାଲିକା ପ୍ରକାଶ ପାଉଛି, ସେହିପରି ରାଜ୍ୟରେ ଶିକ୍ଷା ନାଁରେ ବ୍ୟବ୍ୟସାୟ କରୁଥିବା କିମ୍ବା ନକଲି କଲେଜର ତାଲିକା ପ୍ରକାଶ କରାଯାଇ ଛାତ୍ରୀଛାତ୍ରଙ୍କୁ ସଚେତନ କରିବାକୁ ବିଭାଗ ପକ୍ଷରୁ ଯୋଜନା ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?