ଜାପାନର ସମଲିଙ୍ଗୀଙ୍କ ପାଇଁ ଆଶାର କିରଣ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ କହିଲେ କୋର୍ଟ…

ଟୋକିଓ,୮।୬ : : ଜାପାନର ଏକ କୋର୍ଟ ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜାପାନର ଏଲଜିବିଟି ସମ୍ପ୍ରଦାୟ ମଧ୍ୟରେ ଆଶାର କିରଣ ଦେଖାଦେଇଛି। ଜାପାନର ଫୁକୁଓକା ଜିଲା କୋର୍ଟ ଗୁରୁବାର କହିଛନ୍ତି ସମଲିଙ୍ଗୀ ବିବାହକୁ ଅନୁମତି ନ ଦେବା ଅସାମ୍ବିଧାନିକ। ଜାପାନ ଭିତ୍ତିକ ଏନଏଚକେ ବ୍ରଡକାଷ୍ଟର ଏହି ସୂଚନା ଦେଇଛି।

ଏହାର ଏକ ସପ୍ତାହ ପୂର୍ବରୁ ଜାପାନର ଏକ ଜିଲା କୋର୍ଟ କହିଥବଲେ ସମଲିଙ୍ଗୀ ବିବାହକୁ ଅନୁମତି ନ ଦେବା ଅସାମ୍ବିଧାନିକ।

ଜାପାନ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଏ ନାହିଁ । ଏଲଜିବିଟି ସମ୍ପ୍ରଦାୟ ଲୋକଙ୍କ ପାଇଁ ଅନ୍ୟାନ୍ୟ ସମାନ ଅଧିକାର ସୁରକ୍ଷା ମଧ୍ୟ ପ୍ରଦାନ କରେ ନାହିଁ । ତଥାପି, ଜାପାନରେ ଏଲଜିବିଟି ସମ୍ପ୍ରଦାୟ ପାଇଁ କୋର୍ଟଙ୍କର ଏଭଳି ନିଷ୍ପତ୍ତି ଆଶାର କିରଣ ପାଲଟିଛି। ସମଲିଙ୍ଗୀ ବିବାହ ସମ୍ବନ୍ଧରେ ଜାପାନରେ ବର୍ତ୍ତମାନ ପାଞ୍ଚଟି ନିୟମ ରହିଛି।

ଏଠାରେ, ଜାପାନରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଦେଶରେ ସମଲିଙ୍ଗୀ ବିବାହ ଉପରେ ନିଷେଧାଦେଶ ବଜାୟ ରଖିବା ସମାଜ ପାଇଁ କ୍ଷତିକାରକ, କାରଣ ସମଲିଙ୍ଗୀ ବିବାହ ପାଇଁ ଆଇନଗତ ସଂରକ୍ଷଣର ଅଭାବ ସେମାନଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରୁଛି।

ଏଥିସହ, ମତଦାନରୁ ଜଣାପଡିଛି ଜାପାନର ପ୍ରାୟ ୭୦ ଜନସାଧାରଣ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ରକ୍ଷଣଶୀଳ ଶାସକ ଦଳ ଏହାକୁ ବିରୋଧ କରୁଛନ୍ତି।
ଗତ ମାସରେ ଜାପାନରେ ଅନୁଷ୍ଠିତ ଜି -୭ ନେତାଙ୍କ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଆମେରିକା ସମେତ ଜି -୭ ଦେଶଗୁଡିକ ଦ୍ୱାରା ଏହି ପ୍ରସଙ୍ଗକୁ ଜୋରଦାର ପ୍ରଶ୍ନ କରାଯାଇଥିଲା, କିନ୍ତୁ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଏହା ଉପରେ ନୀରବ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri