ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ

ନୂଆଦିଲ୍ଲୀ,୧୭।୮:ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ। ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ଅଗଷ୍ଟ ୧୯ରେ ଆକାଶରେ ଜହ୍ନ ବଦଳିଯିବ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ । ତେବେ ବ୍ଲୁ ମୁନ କଣ ଓ ଏହା ପଛର ବୈଜ୍ଞାନିକ କାରଣ କଣ ଆସନ୍ତୁ ଜାଣିବା।

ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେବେଳେ ପୃଥିବୀର ନିକଟତର ହୋଇଥାଏ। ପୁଣି ବେଳେବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ । ଯେତେବେଳେ ଏହା ପୃଥିବୀର ଅଧିକ ନିକଟବର୍ତ୍ତୀ ହୋଇଯାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ । ତାହାକୁ ସୁପରମୁନ କୁହାଯାଏ ।

ଅନ୍ୟପକ୍ଷରେ ନୀଳଜହ୍ନ ବା ବ୍ଲୁମୁନ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ କିମ୍ବା ଗୋଟିଏ ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଲେ ୩ୟ ପୂର୍ଣ୍ଣିମାକୁ ନୀଳ ଜହ୍ନ କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । କହିରଖୁଛୁ କି ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ । ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଜହ୍ନ ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ ମେ ୩୧, ୨୦୨୬ରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri