ବିଜୁ ଉତ୍ତରାଧିକାରୀ, ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା, ୧୬ା୫ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଜୁବାବୁଙ୍କ ରାଜନୈତିକ କର୍ମଭୂମି। ଏକଦା ବିଜୁବାବୁଙ୍କ ଘନିଷ୍ଠ ଥିଲେ ଏହି ଜିଲାର ନଳିନୀକାନ୍ତ ମହାନ୍ତି ଓ ବିଜୟ ମହାପାତ୍ର। ସେହିପରି ଘନିଷ୍ଠ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପୁଅ ବୈଜୟନ୍ତ ପଣ୍ଡା ୧୯୯୭ରେ ବିଜେଡିର ଗଠନ ସମୟରେ ନବୀନ ପଟ୍ଟନାୟକଙ୍କ ସହଯୋଗୀ ଥିଲେ। ସମୟକ୍ରମେ ନଳିନୀ, ବିଜୟ ଓ ବୈଜୟନ୍ତ ଦଳ ଛାଡିଥିବା ବେଳେ ନବୀନ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ନଳିନୀକାନ୍ତଙ୍କ ପୁଅ ଅଂଶୁମାନ ମହାନ୍ତି ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇ ବୈଜୟନ୍ତଙ୍କ ବିରୋଧରେ ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ ବିଜେଡିର ପାଟକୁରା ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷରେ ବୈଜୟନ୍ତ ୨୦୦୯ ଓ ୨୦୧୪ରେ ବିଜେଡିରେ ରହି ଏମ୍‌ପି ହୋଇଥିଲେ। ତେବେ ମନୋମାଳିନ୍ୟ ଫଳରେ ବୈଜୟନ୍ତ ଭାଜପାରେ ଯୋଗଦେଇ ୨୦୧୯ରେ ଲୋକ ସଭା ଆସନ ପ୍ରତିଦ୍ୱନ୍ଦ୍ୱିତା କରି ହାରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ବୈଜୟନ୍ତ ଏବେ କେନ୍ଦ୍ରାପଡ଼ା ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ। ଏଥିସହ ସେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି। ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ହାରିଥିଲେ। ପରେ ବିଜୁବାବୁ ଓ ବିଜେଡିର ଗଡ କୁହାଯାଉଥିବା ଏହି ଜିଲା ପାଇଁ ଚଳିତ ନିର୍ବାଚନ ବୈଜୟନ୍ତଙ୍କ ନିମନ୍ତେ ସମ୍ମାନର ପ୍ରଶ୍ନ ବୋଲି ଆଲୋଚନା ଜୋର ଧରିଛି। ରାଜ୍ୟରେ ବିଜେଡି ସରକାର ଆସିବା ପରେ କେନ୍ଦ୍ରାପଡ଼ା ଜିଲାର ତୃଣମୂଳସ୍ତରର ଦଳୀୟ ସଙ୍ଗଠନକୁ ମଜଭୁତ ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ବାଚନ ପାଇଁ ବିଜୟ ଓ ନଳିନୀଙ୍କ ପୁଅଙ୍କୁ ଆଣି ସେ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି। ଅଂଶୁମାନଙ୍କ ପରି କଂଗ୍ରେସର ସାଙ୍ଗଠନିକ ଶକ୍ତିପୁଞ୍ଜ ଗଣେଶ୍ୱର ବେହେରାଙ୍କୁ ବିଜେଡିରେ ସାମିଲ କରିଛନ୍ତି। ଏଥିସହ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ କରିଛନ୍ତି। ବିଜୁବାବୁଙ୍କ ଘନିଷ୍ଠ ତଥା ପୂର୍ବତନ ଏମ୍‌ପି ଓ ପୂର୍ବତନ ବିଧାୟକ ଶରତ ଦେବଙ୍କ ପୁଅ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଥିବା ବେଳେ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୁଅ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲାରେ ବିଜୁ ଉତ୍ତରାଧିକାରୀ ଓ ବୈଜୟନ୍ତଙ୍କ ଲଢ଼େଇ ସମ୍ପର୍କରେ ଜିଲା ବିଜେଡି ସଭାପତି ଧୀରେନ କୁମାର ସାହୁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ବିଜେଡିର ଅଭେଦ୍ୟ ଦୁର୍ଗ। ଏଠାରେ ଅନ୍ୟ ରାଜନୈତିକ ଦଳର ପ୍ରଭାବ ନ ଥିବା ବିଗତ ନିର୍ବାଚନରେ ଦେଖିବାକୁ ମିଳିଛି। ଜିଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ ଏହି ଦଳ ଗୁରୁତ୍ୱ ଦେଇ କରି ବହୁ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଗାମୀଦିନରେ ଜିଲାରେ ଶିଳ୍ପ ସମେତ ଯୁବବର୍ଗଙ୍କୁ କର୍ମନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ସେହିପରି ବିଜେଡି ଶାସନ କାଳରେ ମୌଳିକ ସମସ୍ୟାର ସମାଧାନ ହେଉଥିବାରୁ ସାଧାରଣ ଭୋଟର ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଭାଜପା ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, ୨୫ ବର୍ଷ ଧରି କେନ୍ଦ୍ରାପଡ଼ାବାସୀଙ୍କୁ ବିଜେଡି ସରକାର ଶିଳ୍ପ, ବନ୍ଦର, ତାପଜ ବିଦ୍ୟୁତ୍‌ କେନ୍ଦ୍ର ପରି ପ୍ରତିଶ୍ରୁତି ଓ ପ୍ରତାରଣା ଦେଇ ଆସିଛନ୍ତି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାରେ କ୍ଷେତକୁ ଜଳ ପରିଚାଳନା ଏକ ପ୍ରମୁଖ ସମସ୍ୟା। ଯୁବବର୍ଗଙ୍କୁ କର୍ମନିଯୁକ୍ତି, ପ୍ରତି ଗ୍ରାମକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଏହାବ୍ୟତୀତ ରାଜ୍ୟରେ ଏବେ ଶାସନଡୋରିକୁ କାର୍ତ୍ତିକ ପାଣ୍ଡିଆନ୍‌ ଧରି ଥିବାରୁ ପ୍ରବଳ ଜନ ଅସନ୍ତୋଷ ଅଛି। ଏହା ଜିଲାବାସୀ ଅନୁଭବ କରିଛନ୍ତି। ଏଭଳିସ୍ଥଳେ ମୋଦି ଲହର ଭାଜପା ପ୍ରାର୍ଥୀଙ୍କ ପାଇଁ ଉତ୍ସାହର କାରଣ ସାଜିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହି ନିର୍ବାଚନରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡା ଓ ବିଧାୟକ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇବାକୁ ଆସୁଛନ୍ତି। କେନ୍ଦ୍ରାପଡ଼ା ଜିଲାର ସମସ୍ତ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଥିବା ଜିଲା ଭାଜପା ସଭାପତି କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?