ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

ଭୁବନେଶ୍ବର,୧୭ା୧(ବ୍ୟୁରୋ):ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ହେବ। ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଥିକ୍ସ କମିଟି ବୈଠକରେ ହୋଇଥିବା ଆଲୋଚନା ମୁତାବକ, ୩ଟି ମୁଖ୍ୟ କାରଣ ଲାଗି ଏହି ବିଧାୟକ ଭବନ ନିର୍ମାଣ ନେଇ କମିଟି ଆଲୋଚନା କରିଛି। ପ୍ରତି ନିର୍ବାଚନମଣ୍ଡଳୀର ଲୋକମାନେ ଗୋଟିଏ ସ୍ଥାନରେ ଯେପରି ବିଧାୟକଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ ଏହା ଏକ ପ୍ରମୁଖ କାରଣ। ଗୋଟିଏ ଗୋଟିଏ ଏଭଳି ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ଲୋକଙ୍କୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସମସ୍ୟା ରହିଛି। ଫଳରେ ସମସ୍ୟାର ସମାଧାନ ସହଜ ହୋଇପାରୁ ନାହିଁ। ତେଣୁ ଖୁବ୍‌ଶୀଘ୍ର ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ବିଧାନସଭା ଏଥିକ୍ସ କମିଟି ପକ୍ଷରୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି। ଜନପ୍ରତିନିଧିମାନଙ୍କୁ ଲୋକମାନେ ଯେପରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଇପାରିବେ ସେନେଇ ଏହି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଅନେକ ସମୟରେ ବିଧାୟକ ଭବନ ସବୁ ନିର୍ବାଚନମଣ୍ଡଳୀରେ ଖୋଲିବା ପାଇଁ ବିଧାୟକମାନେ ବାରମ୍ବାର ଦାବି କରୁଥିବାରୁ ଏଥିକ୍ସ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏହାକୁ ସ୍ବାଗତ କରିଛନ୍ତି।
ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କ କାର୍ଯ୍ୟାଳୟ ରହିବା ଉଚିତ। ଏହା କୌଣସି ବ୍ୟକ୍ତିଗତ ନୁହେଁ। ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବେ ସେମାନେ ଉକ୍ତ କାର୍ଯ୍ୟାଳୟ ବ୍ୟବହାର କରିବେ। ଯାହାର ଯେଉଁ ସମସ୍ୟା ନେଇ ବିଧାୟକଙ୍କୁ ଭେଟିବାକୁ ଚାହିଁବେ ସେଠାରେ ଭେଟିପାରିବେ। ଫଳରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇପାରିବ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ। ଗରିବ ଲୋକମାନେ ଆସିଲେ ସେଠାରେ ବିଧାୟକଙ୍କୁ ପାଇପାରିବେ। ଫଳରେ ଲୋକଙ୍କ ସମସ୍ୟାଗୁଡିକ ମଧ୍ୟ ସହଜରେ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବିଧାୟକ ଭବନ ହେଲେ ଲୋକମାନେ ଦୁଇଟି ସୁବିଧା ପାଇପାରିବେ। ପ୍ରଥମତଃ ଯେଉଁ ଜନତା ଭୋଟ ଦେଇ ବିଧାୟକ ବାଛିଚନ୍ତି ସେମାନେ ତାଙ୍କ ଜନପ୍ରତିନିଧିଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପାଇପାରିବେ। ଏହାଦ୍ୱାରା କାର୍ଯ୍ୟାଳୟ ଠିକ୍‌ ଭାବେ କାର୍ଯ୍ୟ କରିବ। ଅନେକ ସମୟରେ ଭିସି ଯୋଗେ ବିଧାୟକମାନଙ୍କୁ ଯୋଗ ଦେବାକୁ ହେଲେ ବ୍ଲକ କିମ୍ବା ଜିଲାପାଳଙ୍କ ଅଫିସ୍‌ ଯିବାକୁ ପଡୁଛି, ବିଧାୟକ ଭବନ ହେଲେ ସେହି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?