ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

ଭୁବନେଶ୍ବର,୧୭ା୧(ବ୍ୟୁରୋ):ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ହେବ। ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଥିକ୍ସ କମିଟି ବୈଠକରେ ହୋଇଥିବା ଆଲୋଚନା ମୁତାବକ, ୩ଟି ମୁଖ୍ୟ କାରଣ ଲାଗି ଏହି ବିଧାୟକ ଭବନ ନିର୍ମାଣ ନେଇ କମିଟି ଆଲୋଚନା କରିଛି। ପ୍ରତି ନିର୍ବାଚନମଣ୍ଡଳୀର ଲୋକମାନେ ଗୋଟିଏ ସ୍ଥାନରେ ଯେପରି ବିଧାୟକଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ ଏହା ଏକ ପ୍ରମୁଖ କାରଣ। ଗୋଟିଏ ଗୋଟିଏ ଏଭଳି ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ଲୋକଙ୍କୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସମସ୍ୟା ରହିଛି। ଫଳରେ ସମସ୍ୟାର ସମାଧାନ ସହଜ ହୋଇପାରୁ ନାହିଁ। ତେଣୁ ଖୁବ୍‌ଶୀଘ୍ର ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ବିଧାନସଭା ଏଥିକ୍ସ କମିଟି ପକ୍ଷରୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି। ଜନପ୍ରତିନିଧିମାନଙ୍କୁ ଲୋକମାନେ ଯେପରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଇପାରିବେ ସେନେଇ ଏହି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଅନେକ ସମୟରେ ବିଧାୟକ ଭବନ ସବୁ ନିର୍ବାଚନମଣ୍ଡଳୀରେ ଖୋଲିବା ପାଇଁ ବିଧାୟକମାନେ ବାରମ୍ବାର ଦାବି କରୁଥିବାରୁ ଏଥିକ୍ସ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏହାକୁ ସ୍ବାଗତ କରିଛନ୍ତି।
ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କ କାର୍ଯ୍ୟାଳୟ ରହିବା ଉଚିତ। ଏହା କୌଣସି ବ୍ୟକ୍ତିଗତ ନୁହେଁ। ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବେ ସେମାନେ ଉକ୍ତ କାର୍ଯ୍ୟାଳୟ ବ୍ୟବହାର କରିବେ। ଯାହାର ଯେଉଁ ସମସ୍ୟା ନେଇ ବିଧାୟକଙ୍କୁ ଭେଟିବାକୁ ଚାହିଁବେ ସେଠାରେ ଭେଟିପାରିବେ। ଫଳରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇପାରିବ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ। ଗରିବ ଲୋକମାନେ ଆସିଲେ ସେଠାରେ ବିଧାୟକଙ୍କୁ ପାଇପାରିବେ। ଫଳରେ ଲୋକଙ୍କ ସମସ୍ୟାଗୁଡିକ ମଧ୍ୟ ସହଜରେ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବିଧାୟକ ଭବନ ହେଲେ ଲୋକମାନେ ଦୁଇଟି ସୁବିଧା ପାଇପାରିବେ। ପ୍ରଥମତଃ ଯେଉଁ ଜନତା ଭୋଟ ଦେଇ ବିଧାୟକ ବାଛିଚନ୍ତି ସେମାନେ ତାଙ୍କ ଜନପ୍ରତିନିଧିଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପାଇପାରିବେ। ଏହାଦ୍ୱାରା କାର୍ଯ୍ୟାଳୟ ଠିକ୍‌ ଭାବେ କାର୍ଯ୍ୟ କରିବ। ଅନେକ ସମୟରେ ଭିସି ଯୋଗେ ବିଧାୟକମାନଙ୍କୁ ଯୋଗ ଦେବାକୁ ହେଲେ ବ୍ଲକ କିମ୍ବା ଜିଲାପାଳଙ୍କ ଅଫିସ୍‌ ଯିବାକୁ ପଡୁଛି, ବିଧାୟକ ଭବନ ହେଲେ ସେହି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri