ଖତଖାଉଛି ପୋର୍ଟେବଲ୍‌ ହେଲ୍‌ଥ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର,୧୮।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରୋଗୀ ସେବା ପାଇଁ ମାଳ ମାଳ କୋଠା ନିର୍ମାଣ ହୋଇଛି। କିନ୍ତୁ ନିମ୍ନମାନର କାମ ଯୋଗୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଛାତରୁ ପାଣି ଝରୁଛି। ଏବେ ମେଡିକାଲ ପରିସରରେ ଥିବା ପୋର୍ଟେବଲ୍‌ ହେଲଥ୍‌ କେୟାର୍‌ ୟୁନିଟ୍‌ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ସେଠାରେ ରୋଗୀ ରହୁ ନ ଥିବା ବେଳେ ପ୍ରତ୍ୟେକ ୟୁନିଟରେ ତାଲା ଝୁଲୁଛି। କେବଳ ସୁରକ୍ଷା କର୍ମୀ ଜଗି ରହୁଛନ୍ତି। ୟୁନିଟ୍‌ଗୁଡ଼ିକ ବ୍ୟବହାର ହେଉ ନଥିବାରୁ ସାମଗ୍ରୀ ଚୋରି ହେବାକୁ ଲାଗିଲାଣି। ଏଣୁ ଏଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଏମ୍‌କେସିଜି ମେଡିକାଲର କର୍କଟ ରୋଗ ବିଭାଗ ପଛପଟେ ପୋର୍ଟେବଲ୍‌ ହେଲଥ୍‌ କେୟାର୍‌ ୟୁନିଟ୍‌ ରହିଛି। ସେଠାରେ ରୋଗୀଙ୍କ ପାଇଁ ୫୦ଟି ଶଯ୍ୟାର ବ୍ୟବସ୍ଥା ରହିଛି। ଡାକ୍ତର ଚାମ୍ବରଠାରୁ ଆରମ୍ଭ କରି ଡ୍ୟୁଟି ରୁମ୍‌, ସାଧାରଣ ଶଯ୍ୟା, ଆଇସିୟୁ ଭଳି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ୟୁନିଟ ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସହିତ ରୋଗୀ ଚିକିତ୍ସା ପାଇଁ ଆବଶ୍ୟକ ସବୁ ସୁବିଧା ରହିଛି। କରୋନା ସମୟରେ ୨୦୨୧ ଡିସେମ୍ବର ୧୨ତାରିଖରେ ଏହାର ଉଦଘାଟନ କରାଯାଇଥିଲା। ଏହି ୟୁନିଟର କୋଠରିଗୁଡ଼ିକ ଅଲଗା ଅଲଗା ହୋଇଥିବାରୁ ଉଦ୍‌ଘାଟନ ପରେ ସେଠାରେ କରୋନା ଆକ୍ରାନ୍ତଙ୍କୁ ରଖାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। କରୋନା ଥମିବା ପରେ ସେହି ୟୁନିଟକୁ ବିଶୋଧନ କରାଯାଇ କର୍କଟ ରୋଗ ବିଭାଗ କରାଯାଇଥିଲା। କାରଣ କର୍କଟ ରୋଗ ବିଭାଗର କୋଠାଟି ପୁରୁଣା ହୋଇଯାଇଥିବାରୁ ମରାମତି ପାଇଁ ରୋଗୀଙ୍କୁ ପୋର୍ଟେବଲ୍‌ ହେଲଥ୍‌ କେୟାର ୟୁନିଟରେ ରଖାଯାଇଥିଲା। ଏବେ ସେହି ୟୁନିଟରେ ଆଉ ରୋଗୀଙ୍କୁ ରଖାଯାଉ ନ ଥିବାରୁ ଅତ୍ୟାଧୁନିକ ୟୁନିଟ୍‌ ଏବେ ଖତ ଖାଉଛି। ଏପରକି ରାତିରେ ତାହା ଅସାମାଜିକଙ୍କ ଆଡ଼ା ପାଲଟିଛି। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ୟୁନିଟର ରକ୍ଷଣାବେକ୍ଷଣ ନିହାତି ଆବଶ୍ୟକ ହୋଇପଡ଼ିଛି । ସେହି ୟୁନିଟ୍‌ ଡାକ୍ତରଖାନା ପରିସରରେ ଥିଲେ ସୁଦ୍ଧା ଅଲଗା ହୋଇ ରହିଛି। ସେଠାରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରେ ଆକ୍ରାନ୍ତ ସଂକ୍ରମିତଙ୍କୁ ପୃଥକବାସରେ ରଖାଯିବାକୁ ଯୋଜନା କରାଯାଇଛି। କିନ୍ତୁ ତାହା ବ୍ୟବହାର ହେଉ ନଥିବାରୁ ନଷ୍ଟ ହେବାକୁ ଲାଗିଲାଣି। ତାହା କାର୍ଯ୍ୟକ୍ଷମ ନହେଲେ ସୁଦ୍ଧା ରକ୍ଷଣାବେକ୍ଷଣ ଦିଗକୁ ଧ୍ୟାନ ଦେବାକୁ ଦାବି ହୋଇଛି। ଏନେଇ ଏମକେସିଜି ଅଧୀକ୍ଷକ ଡ. ସୁଚିତ୍ରା ଦାଶ କହିଛନ୍ତି ପୋର୍ଟେବଲ୍‌ ହେଲଥ କେୟାର୍‌ ୟୁନିଟ୍‌ ଦୀର୍ଘଦିନ ହେଲା ବନ୍ଦ ପଡିଛି। ତାହାକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?