Posted inଫୁରସତ

ଗରିବ ପିଲାଙ୍କ ପେଟ ବୁଝୁଥିବା ମା’

ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ। ସେ ଜଣେ ସିଙ୍ଗଲ ମଦର। ପ୍ରଥମେ ଅଟୋମୋବାଇଲ ବିକ୍ରେତାଭାବେ ସେ କାମ କରୁଥିଲେ। ହେଲେ ଏହି କାମରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ଚାକିରି ଛାଡିଦେଲେ। ହାତରେ କିଛି କାମ ନ ଥିବାରୁ ନିଷ୍ପତ୍ତି ନେଲେ ହାତ ରନ୍ଧା ରାଜମା ଚାଓ୍ବଲ ବିକ୍ରି କରିବେ। ତେଣୁ ନିଜ ସ୍କୁଟିରେ ସେ ଝିଅର ଷ୍ଟଡି ଟେବୁଲ୍‌କୁ ସଂଯୋଗ କରି ତା’ ଉପରେ ରାଜ୍‌ମା ଚାଓ୍ବଲ କଣ୍ଟେନର୍‌ ରଖି ବାହାରିଥିଲେ ପିରା ଗଢି। ଭାବିଥିଲେ ଯଦି ରାଜମା ଚାଓ୍ବଲ ବିକ୍ରି ନ ହୁଏ ତେବେ ବାଣ୍ଟି ଦେଇ ଚାଲି ଆସିବେ। ହେଲେ ପ୍ରଥମ ଦିନରୁ ହିଁ ଲୋକେ ତାଙ୍କ ହାତ ରନ୍ଧା ରାଜ୍‌ମା ଚାଓ୍ବଲକୁ ପସନ୍ଦ କଲେ। ଲୋକେ ଖୁସିରେ ଖାଇବା ସହ ଅନେକେ ପ୍ୟାକ୍‌ କରି ଘରକୁ ବି ନେଲେ। ଆଉ ଯାହା ବଳକା ହେଇଥିଲା ସେଦିନ ସେ ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଯେଉଁଥିରେ ସେ ଆତ୍ମସନ୍ତୋଷ ପାଇଥିଲେ। ଏହାପରେ ସେ ନିଷ୍ପତ୍ତି ନେଲେ ରାଜମା ଚାଓ୍ବଲକୁ ଯିଏ ପଇସା ଦେଇ ଖାଇପାରିବ ତାଙ୍କୁ ଦେବେ, ଯିଏ ଅଳ୍ପ ଟଙ୍କା ଦେବେ ତାକୁ ବି ସେ ଖାଇବାକୁ ଦେବେ ଓ ଯିଏ ଜମାରୁ ନ ଦେଇ ପାରିବ ତାକୁ ବି ସେ ଖାଲି ପେଟ ଛାଡିବେନି। ଏହି ନୀତିରେ ସେ ଦୀର୍ଘ ୨୦ ବର୍ଷ ହେବ ପିରା ଗଢି ଅଞ୍ଚଳରେ ରାଜମା ଚାଓ୍ବଲ ବିକ୍ରି କରୁଛନ୍ତି। ଆଉ ପଇସା ନ ଥିବା ଲୋକ ଓ ପିଲାଙ୍କୁ ମାଗଣାରେ ରାଜମା ଚାଓ୍ବଲ ଖୁଆଉଛନ୍ତି। ଫଳରେ ‘ଆଣ୍ଟି କା ଷ୍ଟଲ’ ଭାବେ ସେ ବେଶ୍‌ ପରିଚିତ ହୋଇପାରିଛନ୍ତି। କେବଳ ସେତିକି ନୁହେଁ ଭିକ ମାଗୁଥିବା ପିଲାଙ୍କୁ ସେ ଏଇ ସର୍ତ୍ତରେ ଖାଇବାକୁ ଦିଅନ୍ତି ଯେ, ଭିକ ମାଗିବା ବନ୍ଦ କରି ପଢିବା ଆରମ୍ଭ କଲେ ସେ ପ୍ରତିଦିନ ମାଗଣା ଖାଇବାକୁ ଦେବେ। ଏମିତି କରି ସେ ଅନେକ ପିଲାଙ୍କୁ ଭଲ ବାଟକୁ ବି ଆଣିଛନ୍ତି। ତା’ସହ ସେ ଗରିବ ପିଲାଙ୍କ ପାଇଁ ସ୍କୁଲ ଡ୍ରେସ୍‌, ବହି, ଜୋତା କିଣି ବି ବାଣ୍ଟି ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?