ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ବୈଜ୍ଞାନିକ। କଡ଼ା ପଦକ୍ଷେପ ଗ୍ରହଣ କରି ତୃତୀୟ ଲହର ସହିତ ଲଢ଼େଇ କରିବାକୁ ହେବ ବୋଲି ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ କହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର କେବେ ଆସିବ ତାହା ଜଣା ନ ଥିଲେ ମଧ୍ୟ ଏହା ନିଶ୍ଚିତ ଆସିବ। ତେଣୁ ଏହାର ମୁକାବିଲା ଲାଗି ଯୋଜନାବଦ୍ଧ ଭାବେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ତୃତୀୟ ଲହରକୁ ସହଜରେ କାବୁ କରିହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ବିଭିନ୍ନ ରାଜ୍ୟ, ଜିଲା ତଥା ସହରସ୍ତରରେ ପ୍ରଭାବଶାଳୀ ଭାବେ ମାର୍ଗଦର୍ଶିକା ଲାଗୁ ହେବା ଜରୁରୀ ବୋଲି ସେ କହିଛନ୍ତି। ଦେଶରେ ଏବେ ୟୁକେ ଭ୍ୟାରିଆଣ୍ଟ୍‌ର ପ୍ରଭାବ କମିବାରେ ଲାଗିଛି। ତେବେ ନୂଆ ଭ୍ୟାରିଆଣ୍ଟ୍‌ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ସାବଧାନତା ଅବଲମ୍ବନ କଲେ ତୃତୀୟ ଲହରର ପ୍ରଭାବକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ

କୋଲକାତା,୧୬।୫: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲାର ଏଗ୍ରାଠାରେ ଏକ କାରଖାନା ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା...

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି।...

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ...

ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା...

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ...

ବିଦେଶୀ ଅନୁଦାନ ଲାଇସେନ୍ସ ହରାଇଲେ ୬ ହଜାର ଏନ୍‌ଜିଓ

ନୂଆଦିଲ୍ଲୀ, ୨।୧: ବିଦେଶୀ ଅନୁଦାନ ପାଇବାକୁ ହେଲେ ଯେକୌଣସି ସଂଗଠନ ଏବଂ ଏନ୍‌ଜିଓ ପାଇଁ ଏଫ୍‌ସିଆର୍‌ଏ ପଞ୍ଜୀକରଣ ବାଧ୍ୟତାମୂଳକ। ତେବେ ନୂଆବର୍ଷରେ ଅକ୍ସଫାମ୍‌ ଇଣ୍ଡିଆ, କମନ...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ସିଭିଲ ସୋସାଇଟିର ପ୍ରତିନିଧଙ୍କ ସହ ହେଲା ବୈଠକ

ନୂଆଦିଲ୍ଲୀ,୨୨ ।୮: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁଏଶନ କ୍ଲବ ଅଫ୍ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ ବଡ...

୬୩ କଳାକାରଙ୍କୁ ମିଳିଲା ୪ ମାସର ଅଗ୍ରୀମ ଭତ୍ତା

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ୬୩ କଳାକାରଙ୍କୁ ୪ ମାସର ଅଗ୍ରୀମ କଳାକାର ଭତ୍ତା...

Advertisement
Archives

Model This Week