ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ବୀକୃତି ପ୍ରଦାନ କରାଯାଇଛି। ତେଲଙ୍ଗାନାରେ ଏଭଳି ଭାକ୍ସିନ୍‌ ଯୋଗାଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଭଳି ପ୍ରୟୋଗାତ୍ମକ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଦୃଶ୍ୟତା ସୀମା ମଧ୍ୟରେ ହିଁ ସୀମିତ ରହିବ ବୋଲି ମନ୍ତ୍ରଣାଳୟ କହିଛି। ଏନେଇ ରାଜ୍ୟ ସରକାର କହିଛନ୍ତି ଯେ, ‘ମେଡ଼ିସିନ୍‌ ଫ୍ରମ୍‌ ସ୍କାଏ’ କାର୍ଯ୍ୟକ୍ରମକୁ ଏକ ବର୍ଷ ପାଇଁ ଅନୁମତି ମିଳିଛି। ଏହା ଉପରେ ଦୃଶ୍ୟତା ସୀମା ମଧ୍ୟରେ ବ୍ୟାପକ ଗବେଷଣା କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ଲାଗୁ କରାଯିବାର ଯୋଜନା ରହିଥିବା ରାଜ୍ୟ ସରକାର କହିଛନ୍ତି। ମେ’ ଶେଷ ସୁଦ୍ଧା ପ୍ରୟୋଗାତ୍ମକ ଭାବେ ‘ମେଡ଼ିସିନ୍‌ ଫ୍ରମ୍‌ ସ୍କାଏ’ କାର୍ଯ୍ୟକ୍ରମର ଆରମ୍ଭ କରାଯିବାର ସମ୍ଭାବନା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତରତ୍ନ ସମ୍ପର୍କିତ ପ୍ରସ୍ତାବ ଦିଲ୍ଲୀ ବିଧାନସଭାରେ ପାସ୍‌

ନୂଆଦିଲ୍ଲୀ,୨୯ ।୭: ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ଦାବି କରିଥିଲେ ଦିଲ୍ଲୀ ସରକାର । ଏବେ ଏହାକୁ ନେଇ ଗୁରୁବାର ଏକ ପ୍ରସ୍ତାବ ଦିଲ୍ଲୀ...

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ...

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌…

ଜୟପୁର, ୨୩।୧ : ରବିବାର ସକାଳେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ରବିବାର ସକାଳ ୧୧ଟା ୨୮ରେ ରାଜ୍ୟପାଳଙ୍କ ଟୁଇଟର...

ଭାରତ-ପାକିସ୍ତାନ କରିବେ ମିଳିତ ସମରାଭ୍ୟାସ…

ନୂଆଦିଲ୍ଲୀ, ୧୩।୮ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ...

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ...

ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ପ୍ରେମିକ, କହିଲେ ମୋ’ର କିଛି ଦୋଷ ନାହିଁ

ନୂଆଦିଲ୍ଲୀ,୩୦ା୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଆଫତାବ ପୁନାଓ୍ବାଲା ନିଜ ଦୋଷ ସ୍ବୀକାର କରିଛନ୍ତି। ମଙ୍ଗଳବାର ଆଫତାବଙ୍କ ପଲିଗ୍ରାଫ...

Advertisement
Archives

Model This Week