Posted inଫୁରସତ

ଏମିତି ସ୍ଥାନ, ଯେଉଁଠି ବହେ ରକ୍ତ ଝରଣା

ଦୁନିଆରେ ଅଜବ ଜିନିଷ ସବୁ ଦେଖିବାକୁ ମିଳିଥାଏ। ଯାହା ବିଷୟରେ କେହି ବି କିଛି ଜାଣି ନ ଥାନ୍ତି। ଏହି ଯେମିତି ବିଶ୍ୱର ସବୁଠାରୁ ଶୀତଳ ସ୍ଥାନରେ ଲାଲ୍‌ ବରଫ ଦେଖିବାକୁ ମିଳିଥାଏ। ଏହାର କାରଣ ବୈଜ୍ଞାନିକଙ୍କୁ ମଧ୍ୟ ଅଛପା ରହିଛି।

ଏହାକୁ ‘ବ୍ଲଡ୍‌ ଫଲ୍‌ସ’ର କୁହାଯାଏ। ଯାହାର ରହସ୍ୟ ବର୍ଷ ବର୍ଷ ଧରି ବୈଜ୍ଞାନିକଙ୍କୁ ଚକିତ କରି ରଖିଛି। ପରେ ବୈଜ୍ଞାନିକମାନେ ଏକ ସତ୍ୟ ଆବିଷ୍କାର କରିଛନ୍ତି । ଯାହା ପରେ ଲୋକମାନେ ଜାଣିବାକୁ ପାଇଲେ ଯେ, ଏହା ପ୍ରକୃତରେ ନାଲି ବରଫ କିମ୍ବା ରକ୍ତ ନୁହେଁ। ପ୍ରକୃତିର ସ୍ବତନ୍ତ୍ରତା ହେତୁ ଏହା ହିଁ ହୋଇଥାଏ। ‘ଟେଲର ଗ୍ଲେସିୟର’ ନାମରେ ଏହା ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ଏକ ଗ୍ଲେସିୟର ଅଛି, ଯେଉଁଠାରୁ ଲାଲ୍‌ ରଙ୍ଗ ବାହାରୁଥିବା ଦେଖାଯାଏ। ଏହା ମ୍ୟାକ ମର୍ଡୋ ଡ୍ରାଏ ଭ୍ୟାଲିରେ ରହିଛି। ଏହା ପ୍ରଥମେ ୧୯୧୧ରେ ଆବିଷ୍କୃତ ହୋଇଥିଲା। ଦଶନ୍ଧି ଧରି ବୈଜ୍ଞାନିକମାନେ ଏହାର ରହସ୍ୟ ଖୋଜିବାରେ ନିୟୋଜିତ ଥିଲେ।

Why is this Antarctic Glacier “Bleeding?” | NOVA | PBS

ନିକଟ ଅତୀତରେ, ଆଲାସ୍କା ଫେୟାରବ୍ୟାଙ୍କ ବିଶ୍ୱବିଦ୍ୟାଳୟ ଏହି ରହସ୍ୟର ସମାଧାନ କରିଛି। ଅନୁସନ୍ଧାନ ଅନୁଯାୟୀ, ଲାଲ୍‌ ଗ୍ଲେସିୟର କିମ୍ବା ବରଫ ଆଜିଠାରୁ ନୁହେଁ, ଏହା ପ୍ରାୟ ୧.୫ ମିଲିୟନ ବର୍ଷରୁ ରହିଆସିଛି। ଏହା କ୍ରମାଗତ ଅକ୍ସିଡେସନ କାରଣରୁ ହୋଇଥାଏ। ବାସ୍ତବରେ, ଏହି ଉପତ୍ୟକାରେ ଲୁଣିଆ ପାଣି ଅଛି, ଯେଉଁଥିରେ ଲୌହର ପରିମାଣ ବହୁତ ଅଧିକ। ଏହା ଏକ ବନ୍ଦ ଝରଣାରେ ରହିଛି। ଯେଉଁଠାରେ ସୂର୍ଯ୍ୟକିରଣ କିମ୍ବା ଅମ୍ଳଜାନ ସଠିକ ଭାବରେ ପହଞ୍ଚେ ନାହିଁ। ଏହି କାରଣରୁ ଏଥିରେ ଅମ୍ଳଜାନ ପରିମାଣ ବହୁତ କମ୍‌ ଅଟେ।

Researchers solve century-old mystery of Antarctica's red waterfall - The Statesman

ଯେତେବେଳେ ଜଳର ପ୍ରବାହ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସେ, ଏଥିରେ ଥିବା ଲୁହା କଳଙ୍କିତ ହୋଇଯାଏ। ଯାହା ହେତୁ ଏହା ଜଳର ରଙ୍ଗକୁ ଲାଲ୍‌ କରିଦିଏ। ଲୋକମାନେ ଏହି ଅଞ୍ଚଳରେ ରୁହନ୍ତି ନାହିଁ। କାରଣ ଏଠାରେ ପାଗ ଅତ୍ୟଧିକ ଥଣ୍ଡା। ବ୍ଲଡ ଫଲ୍ସରେ ପହଞ୍ଚିବା ପାଇଁ ହେଲିକପ୍ଟର ହେଉଛି ଏକମାତ୍ର ବିକଳ୍ପ। ଯାହା ଆମେରିକାର ମ୍ୟାକ୍‌ମର୍ଡୋ ଷ୍ଟେଶନରୁ କିମ୍ବା ନ୍ୟୁଜିଲାଣ୍ଡର ସ୍କଟ ବେସ୍‌ରୁ ମିଳିପାରିବ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସେହି ଜଳରେ ଅନେକ ଜୀବାଣୁ ବାସ କରନ୍ତି, ଯାହା ସମାନ ଲୌହ ଏବଂ ସଲଫେଟ ସାହାଯ୍ୟରେ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri