ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି।

ଚିକିତ୍ସା ବିଜ୍ଞାନ ପାଇଁ ଏହା ଏକ ବଡ଼ ଖବର। ଏହା ଦ୍ୱାରା ହୃଦୟ ପ୍ରତିରୋପଣ କ୍ଷେତ୍ରରେ ବିପ୍ଳବ ଆସିବାର ଆଶା ରହିଛି। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ହାର୍ଟ ପ୍ରତିରୋପଣ ପାଇଁ ଏହା ଏକ ନୂତନ ପଥ ଖୋଲିଛି। ଆମେରିକାର ଔଷଧ ନିୟାମକ ଏଫଡିଏ ଏହି ଅସ୍ତ୍ରୋପଚାର ପାଇଁ ଅନୁମୋଦନ ପ୍ରଦାନ କରିଥିଲା। ଘୁଷୁରି ହାର୍ଟ ପ୍ରତିରୋପଣ ପାଇଁ ଏହି ଜରୁରୀକାଳୀନ ଅନୁମୋଦନ କ୍ରମେ ୫୭ ବର୍ଷୀୟ ପୀଡିତାର ଜୀବନ ବଞ୍ଚାଇବା ପାଇଁ ଶେଷ ବିକଳ୍ପ ଥିଲା।

ଏହି ଐତିହାସିକ ଅସ୍ତ୍ରୋପଚାର ଶୁକ୍ରବାର ଶେଷ ହୋଇଥିଲା। ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି ଏହି ଅସ୍ତ୍ରୋପଚାର ବିଷୟରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ଏହି ଅସ୍ତ୍ରୋପଚାର ଦ୍ୱାରା ପ୍ରାଣୀ ଅଙ୍ଗକୁ ମନୁଷ୍ୟ ମଧ୍ୟରେ ପ୍ରତିରୋପଣ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ବିବୃତି ଅନୁଯାୟୀ ପୀଡିତା ଡେଭିଡ ବେନେଟଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଡେଭିଡଙ୍କ ଅବସ୍ଥାରେ ବର୍ତ୍ତମାନ ସୁଧୁରୁଛି ଏବଂ ନୂତନ ଅଙ୍ଗ କିପରି କାମ କରୁଛି ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବେନେଟଙ୍କର ହାର୍ଟ ପ୍ରତିରୋପଣ ସାଧାରଣ ଭାବେ ହେବା ସମ୍ଭବ ନ ଥିଲା। ତେଣୁ ଡାକ୍ତରମାନେ ଏହି ବଡ ନିଷ୍ପତ୍ତି ନେଇ ଏକ ଘୁଷୁରୀର ହୃଦୟକୁ ପ୍ରତିରୋପଣ କରିବାକୁ ଯୋଜନା କରିଥିଲେ।

ଗୋଟିଏ ପଟେ ମୃତ୍ୟୁ। ଅନ୍ୟ ପଟେ ଏକ ନୂତନ ଜୀବନ ପାଇଁ ଆଶା। ମେରିଲ୍ୟାଣ୍ଡରେ ରହୁଥିବା ଡେଭିଡ ଅସ୍ତ୍ରୋପଚାରର ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ ତାଙ୍କ ସାମ୍ନାରେ କେବଳ ଦୁଇଟି ରାସ୍ତା ଅଛି। ଗୋଟିଏ ପଟେ ମୃତ୍ୟୁ ଏବଂ ଅନ୍ୟ ପଟେ ଏହି ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଏକ ନୂତନ ଜୀବନର ଆଶା। ଅନ୍ଧାର ପଛରେ ଗୋଡ଼ାଇବା ମୋର ଶେଷ ବିକଳ୍ପ ଥିଲା। ସେ ଗତ କିଛି ମାସ ଧରି ଏକ ହାର୍ଟ-ଲଙ୍ଗସ୍‌ ବାଇପାସ ମେସିନ ସାହାରାରେ ଶଯ୍ୟାରେ ପଡ଼ି ରହୁଥିଲେ। ସେ ଆଶା କରୁଛନ୍ତି ଯେ ବର୍ତ୍ତମାନ ପୁଣି ଠିଆ ହୋଇ ପାରିବେ।

ଘୁଷୁରି ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା କ୍ଷେତ୍ରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ସର୍ଜନ ବାର୍ଟଲି ଗ୍ରିଫିଥ କହିଛନ୍ତି ଯେ ଏହା ଅସ୍ତ୍ରୋପଚାର ଇତିହାସରେ ଏକ ବଡ଼ ସଫଳତା। ଏହା ଅଙ୍ଗ ଦାନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତିମ ସଂସ୍କାରବେଳେ ଜୀବନ୍ତ ହୋଇଗଲେ ଯୁବତୀ; ତାପରେ…

ମିରଟ, ୨୭।୮: ଉତ୍ତର ପ୍ରଦେଶର ମିରଟ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ମଓ୍ବାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଡାକ୍ତର ମୃତ...

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ...

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ...

କ୍ୟାରୋଲିନ୍‌ଙ୍କୁ ପୁଲିଜର ପୁରସ୍କାର

ଓ୍ବାଶିଂଟନ୍‌,୧୦ା୫: ସାମ୍ବାଦିକତା ଓ କଳା କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ପାଇଁ ୧୯୧୭ ମସିହାରୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ...

ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାର ହେଲା ଦୁବାଇ…

ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା  ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା...

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ...

୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ...

ଫଲ୍‌ସ ଫ୍ଲାଗ୍‌ ଆଟାକ୍‌ ଯୋଜନା କରୁଛି ରୁଷିଆ: ଜେଲେନ୍‌ସ୍କି

ମସ୍କୋ/କିଭ୍‌, ୨୬ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ମାସ ଧରି ଆକ୍ରମଣ ଜାରି ରଖିଥିବା ବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍ବ’ ବ୍ୟବହାର କରିପାରେ...

Advertisement
Archives

Model This Week