ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି କରୁଛନ୍ତି। ଏଥିରେ ସମ୍ପୃକ୍ତ ଡ୍ରଗ୍ସ ଇନ୍ସପେକ୍ଟରମାନେ ଜାଣିଶୁଣି ହାତବାନ୍ଧି ବସିଛନ୍ତି। ଏପରି କି ଫାର୍ମାସିଷ୍ଟମାନଙ୍କ ମିଥ୍ୟା ପ୍ରମାଣପତ୍ରରେ ଲାଇସେନ୍ସ ଏବଂ ନବୀକରଣ କରାଯାଇ ଔଷଧ ଦୋକାନ ଖୋଲାଯାଇଛି। ଯେଉଁ ଫାର୍ମାସିଷ୍ଟମାନେ ସରକାରୀ ଓ ଅନ୍ୟ ସେକ୍ଟରରେ ନିୟୋଜିତ ଅଛନ୍ତି କିମ୍ବା ରାଜ୍ୟ ବାହାରେ ରହୁଛନ୍ତି ସେମାନଙ୍କ ନାମରେ ମଧ୍ୟ ଔଷଧ ଦୋକାନଗୁଡ଼ିକ ପଞ୍ଜୀକରଣ ହେଉଛି। ଏଭଳି ଭାବେ କେତେଜଣ ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବିକ୍ରୀ ହେଉଥିବାରୁ ଦୁର୍ବଳ ଶ୍ରେଣୀର ଲୋକେ ତଳିତଳାନ୍ତ ହେଉଛନ୍ତି। ଏହିକ୍ରମରେ ନକଲି ଔଷଧ ମଧ୍ୟ ଅଯୋଗ୍ୟ ବ୍ୟକ୍ତି ହାତରେ ବିକ୍ରି ହେଉଛି । ଓଡ଼ିଶା ଜନଶୁଣାଣୀ ପୋର୍ଟାଲରେ ଅକ୍ଷୟ କିଶୋର ଦାସଙ୍କ ଉପରୋକ୍ତ ଅଭିଯୋଗକୁ ଭିତ୍ତି କରି ଡ୍ରଗ୍ସ କଣ୍ଟ୍ରୋଲ ଡାଇରେକ୍ଟୋରେଟ ରାଜ୍ୟର ସମସ୍ତ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍ସ ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ଆଇନ ଖିଲାପକାରୀ ଔଷଧ ଦୋକାନଗୁଡିକୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହି ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି।
୨୦୦୭ ଜୁଲାଇ ୨୦ରେ ପ୍ରଥମେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିଠାରେ ଏକ ନକଲି ଔଷଧ ତିଆରି କାରଖାନା ଠାବ ହୋଇଥିଲା ା ଏହି ଘଟଣାଟି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ା ଉକ୍ତ କାରଖାନାରେ ଚଢ଼ାଉ ପରେ ସେଥିରୁ ଅନେକ ନାମୀଦାମୀ କମ୍ପାନୀ ନାମରେ ପ୍ରସ୍ତୁତ ଏଲୋପାଥି ଓ ଆୟୁର୍ବେଦ ଔଷଧ ଜବତ ହୋଇଥିଲା ା ପ୍ରଶାସନକୁ ହାତକରି ଦୀର୍ଘବର୍ଷ ଧରି କଣ୍ଟାବାଞ୍ଜି ସହରର ଜଣେ ବ୍ୟବସାୟୀ ନିଜ ପୁଅ ତଥା ସମ୍ପର୍କୀୟମାନଙ୍କ ଜରିଆରେ ଏହି ଅସାଧୁ ବ୍ୟବସାୟ ଚଳାଇ ଆସିଥିବା ଲୋକଲୋଚନକୁ ଆସିଥିଲା ା ସେହିପରି ସେପ୍ଟେମ୍ବର ୭ରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ମାଣିକ ଘୋଷ ବଜାରସ୍ଥିତ ୨ ମେଡିସିନ ଗୋଦାମରେ ନାମୀ ମେଡିସିନ କମ୍ପାନୀର ଲୋଗୋକୁ ପୂରା ନକଲ କରାଯାଇଥିବା ଚଢାଉରେ ଜଣାପଡିଥିଲା। ଏଭଳି ଭାବେ ଯେଉଁଟା ତଦନ୍ତରେ ଜଣାପଡୁଛି ତାହା ଲୋକଲୋଚନକୁ ଆସୁଥିବାବେଳେ ଅନେକ ନକଲି ଔଷଧ ଖୋଲାଖୋଲି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଭାରତରେ ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା ୮୪,୮୭୪ ନମୁନାରୁ ୨,୬୫୨ ଉପଯୁକ୍ତ ମାନର ଔଷଧ ହୋଇ ନ ଥିବା ଜଣାପଡିଛି। ଅର୍ଥାତ୍‌ ରୋଗ ଉପଶମ କରୁ ନ ଥିବା ଔଷଧଗୁଡିକୁ ଲୋକେ ସେବନ କରି କେତେକାଂଶରେ ମୃତ୍ୟୁମୁଖରେ ପଡୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଔଷଧ ଦୋକାନ ଚାଲିବା ମଧ୍ୟ କେତେକାଂଶରେ ଦାୟୀ ବୋଲି କୁହାଯାଇପାରେ। ସମସ୍ତଙ୍କୁ ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭ା୨ା୨୦୧୫ ତାରିଖରୁ ପତ୍ରସଂଖ୍ୟା ୪୫୩୮ରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ବାରଣ କରିଥିଲେ। ହେଲେ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ନିର୍ଦ୍ଦେଶନାମା ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୋକ୍ଷରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ସୁରକ୍ଷା ଦିଆଯାଇ ଆସୁଛି ା ନିରାମୟ ଯୋଜନାର ସଫଳତା ନେବାକୁ ଆସୁଥିବା ଗରିବ ଲୋକେ ଏଥିରୁ ଶୋଷଣର ଶିକାର ହେଉଛନ୍ତି। ଜିଲାର ୧୦ଟି ବ୍ଲକର ଗ୍ରାମାଞ୍ଚଳରେ ପ୍ରାୟ ୧୫୦ ନକଲି ଔଷଧ ଦୋକାନ ରହିଛି ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କେତେଜଣ ଫାର୍ମାସିଷ୍ଟଙ୍କ ପ୍ରମାଣପତ୍ରକୁ ଏକାଧିକ ଔଷଧ ଦୋକାନ ନାମରେ ପଞ୍ଜୀକୃତ କରାଯାଇଛି। ଏହି ନକଲି ଦୋକାନଗୁଡିକରେ ପାଠ ପଢିଥିବା ଫାର୍ମାସିଷ୍ଟମାନେ ଔଷଧ ବିକ୍ରି କରୁନାହାନ୍ତି। ଫଳରେ ଅଧିକାଂଶ ଦେକାନୀ ଅଳ୍ପ ଅଭିଜ୍ଞତାକୁ ପାଥେୟ କରି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ବିକ୍ରି କରୁଛନ୍ତି ା
ତେବେ ଏଭଳି ଅଭିଯୋଗକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଛି। ବିଭାଗୀୟ ସ୍ବତନ୍ତ୍ର ଅଧିକାରୀ ବିନୋଦ ବିହାରୀ ଦାଶ ଅଭିଯୋଗକାରୀଙ୍କୁ ଦେଇଥିବା ପତ୍ରରେ ଅଣଫାର୍ମାସିଷ୍ଟ ଔଷଧ ଦୋକାନଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଦର୍ଶାଇଛନ୍ତି। ଏହାସହ ନିୟମିତ ଭାବେ ଚଢାଉ କରି ଆଇନ ଖିଲାପକାରୀ ଔଷଧ ଦୋକାନଗୁଡିକ ବିରୋଧରେ କାରଣ ଦର୍ଶାଅ ନୋଟିସ ହେଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଜଣେ ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟରେ ଚାଲୁଥିବା ଏକାଧିକ ଔଷଧ ଦୋକାନ ସମ୍ପର୍କରେ ତଦନ୍ତ ଚାଲିଛି, ଔଷଧଗୁଡିକର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେଉଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?