ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି କରୁଛନ୍ତି। ଏଥିରେ ସମ୍ପୃକ୍ତ ଡ୍ରଗ୍ସ ଇନ୍ସପେକ୍ଟରମାନେ ଜାଣିଶୁଣି ହାତବାନ୍ଧି ବସିଛନ୍ତି। ଏପରି କି ଫାର୍ମାସିଷ୍ଟମାନଙ୍କ ମିଥ୍ୟା ପ୍ରମାଣପତ୍ରରେ ଲାଇସେନ୍ସ ଏବଂ ନବୀକରଣ କରାଯାଇ ଔଷଧ ଦୋକାନ ଖୋଲାଯାଇଛି। ଯେଉଁ ଫାର୍ମାସିଷ୍ଟମାନେ ସରକାରୀ ଓ ଅନ୍ୟ ସେକ୍ଟରରେ ନିୟୋଜିତ ଅଛନ୍ତି କିମ୍ବା ରାଜ୍ୟ ବାହାରେ ରହୁଛନ୍ତି ସେମାନଙ୍କ ନାମରେ ମଧ୍ୟ ଔଷଧ ଦୋକାନଗୁଡ଼ିକ ପଞ୍ଜୀକରଣ ହେଉଛି। ଏଭଳି ଭାବେ କେତେଜଣ ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବିକ୍ରୀ ହେଉଥିବାରୁ ଦୁର୍ବଳ ଶ୍ରେଣୀର ଲୋକେ ତଳିତଳାନ୍ତ ହେଉଛନ୍ତି। ଏହିକ୍ରମରେ ନକଲି ଔଷଧ ମଧ୍ୟ ଅଯୋଗ୍ୟ ବ୍ୟକ୍ତି ହାତରେ ବିକ୍ରି ହେଉଛି । ଓଡ଼ିଶା ଜନଶୁଣାଣୀ ପୋର୍ଟାଲରେ ଅକ୍ଷୟ କିଶୋର ଦାସଙ୍କ ଉପରୋକ୍ତ ଅଭିଯୋଗକୁ ଭିତ୍ତି କରି ଡ୍ରଗ୍ସ କଣ୍ଟ୍ରୋଲ ଡାଇରେକ୍ଟୋରେଟ ରାଜ୍ୟର ସମସ୍ତ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍ସ ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ଆଇନ ଖିଲାପକାରୀ ଔଷଧ ଦୋକାନଗୁଡିକୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହି ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି।
୨୦୦୭ ଜୁଲାଇ ୨୦ରେ ପ୍ରଥମେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିଠାରେ ଏକ ନକଲି ଔଷଧ ତିଆରି କାରଖାନା ଠାବ ହୋଇଥିଲା ା ଏହି ଘଟଣାଟି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ା ଉକ୍ତ କାରଖାନାରେ ଚଢ଼ାଉ ପରେ ସେଥିରୁ ଅନେକ ନାମୀଦାମୀ କମ୍ପାନୀ ନାମରେ ପ୍ରସ୍ତୁତ ଏଲୋପାଥି ଓ ଆୟୁର୍ବେଦ ଔଷଧ ଜବତ ହୋଇଥିଲା ା ପ୍ରଶାସନକୁ ହାତକରି ଦୀର୍ଘବର୍ଷ ଧରି କଣ୍ଟାବାଞ୍ଜି ସହରର ଜଣେ ବ୍ୟବସାୟୀ ନିଜ ପୁଅ ତଥା ସମ୍ପର୍କୀୟମାନଙ୍କ ଜରିଆରେ ଏହି ଅସାଧୁ ବ୍ୟବସାୟ ଚଳାଇ ଆସିଥିବା ଲୋକଲୋଚନକୁ ଆସିଥିଲା ା ସେହିପରି ସେପ୍ଟେମ୍ବର ୭ରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ମାଣିକ ଘୋଷ ବଜାରସ୍ଥିତ ୨ ମେଡିସିନ ଗୋଦାମରେ ନାମୀ ମେଡିସିନ କମ୍ପାନୀର ଲୋଗୋକୁ ପୂରା ନକଲ କରାଯାଇଥିବା ଚଢାଉରେ ଜଣାପଡିଥିଲା। ଏଭଳି ଭାବେ ଯେଉଁଟା ତଦନ୍ତରେ ଜଣାପଡୁଛି ତାହା ଲୋକଲୋଚନକୁ ଆସୁଥିବାବେଳେ ଅନେକ ନକଲି ଔଷଧ ଖୋଲାଖୋଲି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଭାରତରେ ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା ୮୪,୮୭୪ ନମୁନାରୁ ୨,୬୫୨ ଉପଯୁକ୍ତ ମାନର ଔଷଧ ହୋଇ ନ ଥିବା ଜଣାପଡିଛି। ଅର୍ଥାତ୍‌ ରୋଗ ଉପଶମ କରୁ ନ ଥିବା ଔଷଧଗୁଡିକୁ ଲୋକେ ସେବନ କରି କେତେକାଂଶରେ ମୃତ୍ୟୁମୁଖରେ ପଡୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଔଷଧ ଦୋକାନ ଚାଲିବା ମଧ୍ୟ କେତେକାଂଶରେ ଦାୟୀ ବୋଲି କୁହାଯାଇପାରେ। ସମସ୍ତଙ୍କୁ ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭ା୨ା୨୦୧୫ ତାରିଖରୁ ପତ୍ରସଂଖ୍ୟା ୪୫୩୮ରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ବାରଣ କରିଥିଲେ। ହେଲେ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ନିର୍ଦ୍ଦେଶନାମା ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୋକ୍ଷରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ସୁରକ୍ଷା ଦିଆଯାଇ ଆସୁଛି ା ନିରାମୟ ଯୋଜନାର ସଫଳତା ନେବାକୁ ଆସୁଥିବା ଗରିବ ଲୋକେ ଏଥିରୁ ଶୋଷଣର ଶିକାର ହେଉଛନ୍ତି। ଜିଲାର ୧୦ଟି ବ୍ଲକର ଗ୍ରାମାଞ୍ଚଳରେ ପ୍ରାୟ ୧୫୦ ନକଲି ଔଷଧ ଦୋକାନ ରହିଛି ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କେତେଜଣ ଫାର୍ମାସିଷ୍ଟଙ୍କ ପ୍ରମାଣପତ୍ରକୁ ଏକାଧିକ ଔଷଧ ଦୋକାନ ନାମରେ ପଞ୍ଜୀକୃତ କରାଯାଇଛି। ଏହି ନକଲି ଦୋକାନଗୁଡିକରେ ପାଠ ପଢିଥିବା ଫାର୍ମାସିଷ୍ଟମାନେ ଔଷଧ ବିକ୍ରି କରୁନାହାନ୍ତି। ଫଳରେ ଅଧିକାଂଶ ଦେକାନୀ ଅଳ୍ପ ଅଭିଜ୍ଞତାକୁ ପାଥେୟ କରି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ବିକ୍ରି କରୁଛନ୍ତି ା
ତେବେ ଏଭଳି ଅଭିଯୋଗକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଛି। ବିଭାଗୀୟ ସ୍ବତନ୍ତ୍ର ଅଧିକାରୀ ବିନୋଦ ବିହାରୀ ଦାଶ ଅଭିଯୋଗକାରୀଙ୍କୁ ଦେଇଥିବା ପତ୍ରରେ ଅଣଫାର୍ମାସିଷ୍ଟ ଔଷଧ ଦୋକାନଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଦର୍ଶାଇଛନ୍ତି। ଏହାସହ ନିୟମିତ ଭାବେ ଚଢାଉ କରି ଆଇନ ଖିଲାପକାରୀ ଔଷଧ ଦୋକାନଗୁଡିକ ବିରୋଧରେ କାରଣ ଦର୍ଶାଅ ନୋଟିସ ହେଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଜଣେ ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟରେ ଚାଲୁଥିବା ଏକାଧିକ ଔଷଧ ଦୋକାନ ସମ୍ପର୍କରେ ତଦନ୍ତ ଚାଲିଛି, ଔଷଧଗୁଡିକର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେଉଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିବ ସ୍ବତନ୍ତ୍ର ଯୁବ ବଜେଟ

ଭୁବନେଶ୍ୱର,୨୫।୪(ଅନିଲ ଦାସ)/ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା/ଶେରଗଡ଼(ସୂର୍ଯ୍ୟନାରାୟଣ ଦାଶ)ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ହେବ। ଯୁବ ବର୍ଗଙ୍କ ପାଇଁ ରାଜ୍ୟରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ। ୨୦୨୪ରୁ ୨୦୩୪ ଦଶକ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri