ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଅନେକ ମୃତଦେହ ବାହାରକୁ ଅଣାଯାଉଛି। କିନ୍ତୁ ରବିବାର ଦେଶରେ ଏକ ଚମତ୍କାର ଘଟଣା ଘଟିଛି। ଆଜି ବିପର୍ଯ୍ୟୟର ଠିକ୍‌ ୧୪୯ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଭଙ୍ଗା କୋଠାତଳୁ ଉଦ୍ଧାର କରିଛନ୍ତି।

ତୁର୍କୀର ଦକ୍ଷିଣ ପୂର୍ବ ପ୍ରଦେଶର ହାଟାରେ ରୋମାନିଆର ଏକ ଉଦ୍ଧାରକାରୀ ଦଳ ମୁସ୍ତାଫା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ବିଲ୍ଡିଂର ଆବର୍ଜନା ଭିତରୁ ବାହାର କରିଛନ୍ତି। ଉଦ୍ଧାରକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ସେ କଥାବାର୍ତ୍ତା କରୁଛନ୍ତି। ସେ କହୁଥିଲେ, ମୋତେ ଶୀଘ୍ର ଏଠାରୁ ବାହାର କର, ମୋର କ୍ଲାଷ୍ଟ୍ରୋଫୋବିୟା ଅଛି। ଏହା ପରେ ଦଳ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି

କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର...

ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ...

ଏବେ ଏଷ୍ଟୋନିଆ-ଲାଟିଭିଆ-ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ/ଓ୍ବାଶିଂଟନ, ୨୬।୨ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ କେବଳ ଏତିକିରେ ସନ୍ତୁଷ୍ଟ ହେବେ ନାହିଁ। ଅଗାମୀ...

ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୯।୧୨ : ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକା ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ...

୭ ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା,୨।୩: ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି।...

ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା

ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ...

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା।...

Advertisement
Archives

Model This Week