୪.୪୨ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା

ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍‌ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପୁଣି ବସ୍‌ଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ ବନ୍ଦ ହୋଇ ପଡ଼ିଛି। ପୂର୍ବପରି ନୟାଗଡ଼ ସହରର ଟ୍ରାଫିକ ପୋଷ୍ଟ ନିକଟସ୍ଥ ବସ୍‌ଷ୍ଟପ୍‌ରେ ବସ୍‌ ଅଟକୁଛି । ସେଠାରେ ହିଁ ଯାତ୍ରୀମାନଙ୍କ ଭିଡ଼ ଜମୁଛି । ଏଥିପାଇଁ ଟ୍ରାଫିକ ସମସ୍ୟା ବଢ଼ୁଛି।

ନୂଆ ବସ୍‌ଷ୍ଟାଣ୍ଡ ଏକାଧିକ ଥର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନର କିଛିଦିନ ବସ୍‌ ଚଳାଚଳ ସ୍ବାଭାବିକ ଭାବେ ଚାଲୁଛୁ ା ହେଲେ ଧିରେ ଧିରେ ସେଠାକୁ ବସ୍‌ ଚଳାଚଳ ବନ୍ଦ ହେଉଛି । ପ୍ରାୟ ୨୨ ବର୍ଷ ହେଲା ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ୨୦୨୧ ଡିସେମ୍ବର ୨୨ରେ ୪,୪୨ କୋଟି ଟଙ୍କା ବ୍ୟୟରେ ନୂଆ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ଏହା ପରେ ପୁରୁଣା ବସ୍‌ଷ୍ଟାଣ୍ଡରୁ ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଆସିଥିଲା। କିଛିଦିନ ସବୁ ଠିକ୍‌ଠାକ୍‌ ଚାଲିଲା । ହେଲେ ଭୁବନେଶ୍ୱର-ଭଞ୍ଜନଗର ଓ ଭଞ୍ଜନଗର-ଭୁବନେଶ୍ୱର ବସ୍‌ଗୁଡିକ ଆଦୌ ନୂଆ ବସ୍‌ଷ୍ଟାଣ୍ଟକୁ ଯାଇ ନ ଥିଲେ। ସରକାରୀ ନିର୍ଦ୍ଦେଶକୁ ଅଣଦେଖା କରିଥିବା ସେହି ବସ୍‌ ମାଲିକଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଗଲାନାହିଁ । ପରେ ଅନ୍ୟ ବସ୍‌ଗୁଡ଼ିକ ଆଦୌ ନୂଆ ବସ୍‌ଷ୍ଟାଣ୍ଡ ଗଲେ ନାହିଁ । ଯେଉଁ ହାତଗଣତି ବସ୍‌ ନୂଆ ବସ୍‌ଷ୍ଟାଣ୍ଡକୁ ଯାଉଥିଲେ ସେମାନେ ଦକ୍ଷିଣକାଳୀ ମନ୍ଦିର ନିକଟରୁ ବୁଲାଇ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବିଭିନ୍ନ ରାସ୍ତାରେ ଅଟକି ରହୁଛନ୍ତି। ଏଣୁ ଧିରେ ଧିରେ ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା ହେଉଥିବା ଅଭିଯୋଗ ହୋଇଛି।

ଫାଣ୍ଡି ପ୍ରତିଷ୍ଠାକୁ ଅଣଦେଖା:
ନୂଆ ବସ୍‌ଷ୍ଟାଣ୍ଡରେ ଏକ ପୋଲିସ ଫାଣ୍ଡିର ଆବଶ୍ୟକତା ରହିଛି । ଏହାର ସମ୍ମୁଖ ଭାଗରେ ନୟାଗଡ଼ ସଦର ଥାନା ରହିଛି । କିନ୍ତୁ ନୂଆ ବସ୍‌ଷ୍ଟାଣ୍ଡ ନୟାଗଡ଼ ଟାଉନ ଥାନା ଅଧୀନରେ ଯାଉଥିବାବେଳେ ଏହା ବସ୍‌ଷ୍ଟାଣ୍ଡଠାରୁ ୨ କିମି ଦୂରରେ ରହିଛି । ବସ୍‌ଷ୍ଟାଣ୍ଡ କାରଣରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଫାଣ୍ଡି ପ୍ରତିଷ୍ଠା ନ ହେଲେ ଅସୁବିଧା ସୃଷ୍ଟି ହୋଇପାରେ । ପୋଲିସ ସମ୍ମୁଖରେ ଘଟଣା ଘଟୁଥିଲେ ମଧ୍ୟ ସଦର ଥାନା ପୋଲିସ ନୀରବ ରହୁଥିବା ଦେଖିବାକୁ ମିଳୁଛି ା ଏଣୁ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣରେ ମତ ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପକ୍ଷେ ପୁରୁଣା ବସ୍‌ଷ୍ଟାଣ୍ଡରେ ଏକ ପୋଲିସ ଫାଣ୍ଡି ଅଛି । ଦରକାର ପଡିଲେ ଏହା ସ୍ଥାନାନ୍ତରିତ ହୋଇପାରେ ବୋଲି କୁହାଯାଉଥିଲା । କିନ୍ତୁ ପୁରୁଣା ବସ୍‌ଷ୍ଟାଣ୍ଡ ବସ୍‌ଷ୍ଟପର ମାନ୍ୟତା ପାଇବା ପରେ ଏଠାରେ ମଧ୍ୟ ଫାଣ୍ଡିର ଆବଶ୍ୟକତା ରହିଛି । ଏଣୁ ଏଠାରୁ ସ୍ଥାନାନ୍ତରିତ ନ କରିବାକୁ ଦାବି ହେଇଛି ା

ଟ୍ରାଫିକ ପୋଷ୍ଟର ନବକଳେବର ସ୍ବପ୍ନ:
୨୦୨୦ ଡିସେମ୍ବର ୩୦ ଓ ୨୦୨୧ ଅଗଷ୍ଟ ୧୩ରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବସି ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ନିର୍ଦ୍ଦେଶ ଦେଇଥିଲେ। ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ନୟାଗଡ଼ ସହରର ଟ୍ରାଫିକ ଛକରେ ଟ୍ରାଫିକ ଲାଇଟ୍‌ ପୋଷ୍ଟ ଲାଗିବ । ପୁରୁଣା ଟ୍ରାଫିକ ପୋଷ୍ଟ ହଟି ନୂଆ ଟ୍ରାଫିକ ପୋଷ୍ଟ ହେବ । ତେବେ ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବାରୁ ପୁରୁଣା ବସ୍‌ଷ୍ଟଣ୍ଡରେ ଟ୍ରାଫିକ ପୋଷ୍ଟ ହଟି ପାରୁ ନ ଥିଲା । ନୂଆ ଟ୍ରାଫିକ ଲାଇଟ ପୋଷ୍ଟ ଲାଗି ପାରୁ ନ ଥିଲା । ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ବାଟ ଫିଟିଯାଇଛି । ହେଲେ ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ବି ଟ୍ରାଫିକ ପୋଷ୍ଟ ନବକଳେବର କରା ନ ଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଏନେଇ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଶ୍ୱେତା ମିଶ୍ର କୁହନ୍ତି, ନୂଆ ବସ୍‌ଷ୍ଟାଣ୍ଡ ଭିତରେ ଥିବା ମାର୍କେଟ କମ୍ପେକ୍ସକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ବିଦ୍ୟୁତ୍‌ ସମସ୍ୟା ସମାଧାନ ହେଲେ ଖୁବ୍‌ଶୀଘ୍ର ମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ହେବ। ଏନେଇ ବିଦ୍ୟୁତ୍‌ ବିଭାଗ, ପୂର୍ତ୍ତ ଓ ମ୍ୟୁନିସିପାଲିଟି ମଧ୍ୟରେ ବୈଠକ ହୋଇ ଆଲୋଚନା ହୋଇ ସାରିଛି। ଅନ୍ୟପକ୍ଷେ ସହରରେ ବସ୍‌ଷ୍ଟପରେ ବସ୍‌ ଅଟକି ରହିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ନୂଆବସଷ୍ଟାଣ୍ଡକୁ ବସ୍‌ ଗଲେ ଏହି ସମସ୍ୟା ହଟିଯିବ । ନିର୍ବାଚନ ଯୋଗୁ ବସ୍‌ ଚଳାଚଳ ଓ ମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ନେଇ ପଦକ୍ଷେପ ନିଆ ଯାଇ ପାରୁ ନ ଥିଲା । ଏବେ ନୂଆ ବସ୍‌ଷ୍ଟାଣ୍ଡକୁ କିପରି ବସ୍‌ ଯିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri