Posted inଜାତୀୟ

କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ

ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍‌ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ, କିଆ, ଆମେରିକୀୟ ଫାଷ୍ଟଫୁଡ୍‌ କମ୍ପାନୀ କେଏଫ୍‌ସି ଏବଂ ପିଜ୍ଜା ହଟ୍‌ ସମେତ ଡୋମିନୋସ୍‌, ଓସାକା ବ୍ୟାଟେରୀ, ଆଇସୁଜୁ ଡି-ମାକ୍ସ, ବୋସ୍କୋ ଫାର୍ମାସ୍ୟୁଟିକାଲ କମ୍ପାନୀ ପ୍ରମୁଖ ପାକିସ୍ତାନରେ କଶ୍ମୀର ଏକତା ଦିବସ ପାଳନ ଉପଲକ୍ଷେ କରିଥିବା ପୋଷ୍ଟକୁ ଭାରତରେ ତୀବ୍ର ବିରୋଧ କରାଯାଇଛି। ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀଗୁଡ଼ିକୁ ବଏକଟ୍‌ କରିବାକୁ ଟ୍ରେଣ୍ଡ୍‌ ଚଳାଇଛନ୍ତି। ସୁପ୍ରିମକୋର୍ଟ ଆଇନଜୀବୀ ବିନିତ ଜିନ୍ଦଲ କମ୍ପାନୀଗୁଡ଼ିକୁ ଭାରତରେ ବ୍ୟାନ୍‌ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ମଙ୍ଗଳବାର ଚିଠି ଲେଖି ଦାବି କରିଛନ୍ତି। ସେମାନେ କରିଥିବା ପୋଷ୍ଟ ଆପତ୍ତିଜନକ ଏବଂ ଏହା ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଥିବା ବିନିତ କହିଛନ୍ତି। ଘୋର ବିରୋଧ ଓ ସମାଲୋଚନାର ଶିକାର ହେବା ପରେ କେଏଫ୍‌ସି ଓ ହ୍ୟୁଣ୍ଡାଇ ଏଭଳି ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି। ସେପଟେ ପିଜ୍ଜା ହଟ୍‌ ଏହା ଉପରେ ନିଜର ସ୍ପଷ୍ଟୀକରଣ ରଖିଛି।
ଗତ ୫ ତାରିଖରେ ପାକିସ୍ତାନ ଦ୍ୱାରା ପାଳନ ହେଉଥିବା ‘କଶ୍ମୀର ଏକତା ଦିବସ’ ଉପରେ ହୁଣ୍ଡାଇ ପାକିସ୍ତାନ ପକ୍ଷରୁ ଏକ ଟୁଇଟ କରାଯାଇଥିଲା। ‘କଶ୍ମୀରବାସୀଙ୍କ ବଳିଦାନକୁ ମନେପକାଇ ସେମାନଙ୍କ ସ୍ବାଧୀନତା ସଂଗ୍ରାମକୁ ଆଗେଇ ନେବା’ ବୋଲି ଏଥିରେ ଲେଖାଯାଇଥିଲା। ଏଭଳି ପୋଷ୍ଟ କରି କଶ୍ମୀରରେ ଆତଙ୍କବାଦୀ ହିଂସାକୁ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦିଆଯାଇଥିବା ଏବଂ ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ବି ହ୍ୟୁଣ୍ଡାଇ ଏହାର ସ୍ବାଧୀନତା ଦାବି କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିରୋଧ ତୀବ୍ର ହେବାପରେ ବିବାଦୀୟ ଟୁଇଟ୍‌କୁ ହଟାଇ ଦିଆଯାଇଥିଲା। ସେହିପରି କଶ୍ମୀର ଖୁବଶୀଘ୍ର ଏକ ସାର୍ବଭୌମ ରାଷ୍ଟ୍ର ହେଉ ବୋଲି କେଏଫ୍‌ସି ପକ୍ଷରୁ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ କେଏଫ୍‌ସି ଓ ହ୍ୟୁଣ୍ଡାଇ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ମଙ୍ଗଳବାର ହ୍ୟୁଣ୍ଡାଇ ପକ୍ଷରୁ ଏ ନେଇ ଆଉ ଏକ ବିବୃତି ଜାରି ହୋଇଛି। କେଏଫ୍‌ସିର କେତେକ ସୋସିଆଲ ମିଡିଆ ଚ୍ୟାନେଲରେ ଏପରି ପୋଷ୍ଟ କରାଯାଇଥିବାରୁ ଦୁଃଖିତ। ‘ଭାରତ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ଗର୍ବର ସହ ଭାରତୀୟଙ୍କ ସେବା ପାଇଁ ଆମେ ପ୍ରତିବଦ୍ଧ’ ବୋଲି କେଏଫ୍‌ସି କହିଛି। ସେହିପରି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବିଷୟବସ୍ତୁକୁ ପିଜ୍ଜା ହଟ୍‌ ସମର୍ଥନ କରେ ନାହିଁ ବୋଲି କହିଛି। ମଙ୍ଗଳବାର ଦ୍ୱିତୀୟ ବିବୃତି ଜାରି କରି ହ୍ୟୁଣ୍ଡାଇ ପକ୍ଷରୁ କୁହାଯାଇଛି, ସେମାନଙ୍କ ବ୍ୟବସାୟ ନୀତି ଅନୁସାରେ ହ୍ୟୁଣ୍ଡାଇ ମୋଟର୍ସ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରାଜନୈତିକ କିମ୍ବା ଧାର୍ମିକ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦିଏ ନାହିଁ। ଏହି ନୀତି ବିରୋଧରେ ଯାଇ ପାକିସ୍ତାନର ସ୍ବାଧୀନ ବିତରକ ନିଜ ଆକାଉଣ୍ଟରୁ କଶ୍ମୀର ସମ୍ବନ୍ଧୀୟ ପୋଷ୍ଟ କରିଛନ୍ତି ବୋଲି କମ୍ପାନୀ ଟୁଇଟ୍‌ କରିଛି।

ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ

କଶ୍ମୀର ଉପରେ ହ୍ୟୁଣ୍ଡାଇର ବିବାଦୀୟ ପୋଷ୍ଟକୁ କେନ୍ଦ୍ର କରି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି। ରାଷ୍ଟ୍ରଦୂତ ଚାଙ୍ଗ୍‌ ଜେ-ବୋକ୍‌ଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମଗାଯାଇଛି। ସେହିପରି ସିଓଲରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶ୍ରୀପ୍ରିୟା ରଙ୍ଗନାଥନ ମଧ୍ୟ ହ୍ୟୁଣ୍ଡାଇ ମୁଖ୍ୟାଳୟକୁ କେତେଜଣ ଅଧିକାରୀଙ୍କୁ ପଠାଇଛନ୍ତି। ଭାରତର ଅଖଣ୍ଡତା ଉପରେ ଏହି ପ୍ରସଙ୍ଗ ଜଡ଼ିତ ଥିବାରୁ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବହିର୍ବ୍ୟାପାର
ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ବହିର୍ବ୍ୟାପାର ମନ୍ତ୍ରୀ ଚୁଙ୍ଗ୍‌ ୟି-ୟୋଙ୍ଗ୍‌ ମଙ୍ଗଳବାର ଭାରତ ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସମେତ ହ୍ୟୁଣ୍ଡାଇର ବିବାଦୀୟ ପୋଷ୍ଟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ହ୍ୟୁଣ୍ଡାଇ ପକ୍ଷରୁ କଶ୍ମୀର ଉପରେ କରାଯାଇଥିବା ପୋଷ୍ଟକୁ ନେଇ ୟି-ୟୋଙ୍ଗ୍‌ ଦୁଃଖ ପ୍ରକାଶ କରିଥିବା ଜୟଶଙ୍କର ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri