Posted inଜାତୀୟ

କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ

ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍‌ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ, କିଆ, ଆମେରିକୀୟ ଫାଷ୍ଟଫୁଡ୍‌ କମ୍ପାନୀ କେଏଫ୍‌ସି ଏବଂ ପିଜ୍ଜା ହଟ୍‌ ସମେତ ଡୋମିନୋସ୍‌, ଓସାକା ବ୍ୟାଟେରୀ, ଆଇସୁଜୁ ଡି-ମାକ୍ସ, ବୋସ୍କୋ ଫାର୍ମାସ୍ୟୁଟିକାଲ କମ୍ପାନୀ ପ୍ରମୁଖ ପାକିସ୍ତାନରେ କଶ୍ମୀର ଏକତା ଦିବସ ପାଳନ ଉପଲକ୍ଷେ କରିଥିବା ପୋଷ୍ଟକୁ ଭାରତରେ ତୀବ୍ର ବିରୋଧ କରାଯାଇଛି। ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀଗୁଡ଼ିକୁ ବଏକଟ୍‌ କରିବାକୁ ଟ୍ରେଣ୍ଡ୍‌ ଚଳାଇଛନ୍ତି। ସୁପ୍ରିମକୋର୍ଟ ଆଇନଜୀବୀ ବିନିତ ଜିନ୍ଦଲ କମ୍ପାନୀଗୁଡ଼ିକୁ ଭାରତରେ ବ୍ୟାନ୍‌ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ମଙ୍ଗଳବାର ଚିଠି ଲେଖି ଦାବି କରିଛନ୍ତି। ସେମାନେ କରିଥିବା ପୋଷ୍ଟ ଆପତ୍ତିଜନକ ଏବଂ ଏହା ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଥିବା ବିନିତ କହିଛନ୍ତି। ଘୋର ବିରୋଧ ଓ ସମାଲୋଚନାର ଶିକାର ହେବା ପରେ କେଏଫ୍‌ସି ଓ ହ୍ୟୁଣ୍ଡାଇ ଏଭଳି ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି। ସେପଟେ ପିଜ୍ଜା ହଟ୍‌ ଏହା ଉପରେ ନିଜର ସ୍ପଷ୍ଟୀକରଣ ରଖିଛି।
ଗତ ୫ ତାରିଖରେ ପାକିସ୍ତାନ ଦ୍ୱାରା ପାଳନ ହେଉଥିବା ‘କଶ୍ମୀର ଏକତା ଦିବସ’ ଉପରେ ହୁଣ୍ଡାଇ ପାକିସ୍ତାନ ପକ୍ଷରୁ ଏକ ଟୁଇଟ କରାଯାଇଥିଲା। ‘କଶ୍ମୀରବାସୀଙ୍କ ବଳିଦାନକୁ ମନେପକାଇ ସେମାନଙ୍କ ସ୍ବାଧୀନତା ସଂଗ୍ରାମକୁ ଆଗେଇ ନେବା’ ବୋଲି ଏଥିରେ ଲେଖାଯାଇଥିଲା। ଏଭଳି ପୋଷ୍ଟ କରି କଶ୍ମୀରରେ ଆତଙ୍କବାଦୀ ହିଂସାକୁ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦିଆଯାଇଥିବା ଏବଂ ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ବି ହ୍ୟୁଣ୍ଡାଇ ଏହାର ସ୍ବାଧୀନତା ଦାବି କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିରୋଧ ତୀବ୍ର ହେବାପରେ ବିବାଦୀୟ ଟୁଇଟ୍‌କୁ ହଟାଇ ଦିଆଯାଇଥିଲା। ସେହିପରି କଶ୍ମୀର ଖୁବଶୀଘ୍ର ଏକ ସାର୍ବଭୌମ ରାଷ୍ଟ୍ର ହେଉ ବୋଲି କେଏଫ୍‌ସି ପକ୍ଷରୁ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ କେଏଫ୍‌ସି ଓ ହ୍ୟୁଣ୍ଡାଇ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ମଙ୍ଗଳବାର ହ୍ୟୁଣ୍ଡାଇ ପକ୍ଷରୁ ଏ ନେଇ ଆଉ ଏକ ବିବୃତି ଜାରି ହୋଇଛି। କେଏଫ୍‌ସିର କେତେକ ସୋସିଆଲ ମିଡିଆ ଚ୍ୟାନେଲରେ ଏପରି ପୋଷ୍ଟ କରାଯାଇଥିବାରୁ ଦୁଃଖିତ। ‘ଭାରତ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ଗର୍ବର ସହ ଭାରତୀୟଙ୍କ ସେବା ପାଇଁ ଆମେ ପ୍ରତିବଦ୍ଧ’ ବୋଲି କେଏଫ୍‌ସି କହିଛି। ସେହିପରି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବିଷୟବସ୍ତୁକୁ ପିଜ୍ଜା ହଟ୍‌ ସମର୍ଥନ କରେ ନାହିଁ ବୋଲି କହିଛି। ମଙ୍ଗଳବାର ଦ୍ୱିତୀୟ ବିବୃତି ଜାରି କରି ହ୍ୟୁଣ୍ଡାଇ ପକ୍ଷରୁ କୁହାଯାଇଛି, ସେମାନଙ୍କ ବ୍ୟବସାୟ ନୀତି ଅନୁସାରେ ହ୍ୟୁଣ୍ଡାଇ ମୋଟର୍ସ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରାଜନୈତିକ କିମ୍ବା ଧାର୍ମିକ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦିଏ ନାହିଁ। ଏହି ନୀତି ବିରୋଧରେ ଯାଇ ପାକିସ୍ତାନର ସ୍ବାଧୀନ ବିତରକ ନିଜ ଆକାଉଣ୍ଟରୁ କଶ୍ମୀର ସମ୍ବନ୍ଧୀୟ ପୋଷ୍ଟ କରିଛନ୍ତି ବୋଲି କମ୍ପାନୀ ଟୁଇଟ୍‌ କରିଛି।

ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ

କଶ୍ମୀର ଉପରେ ହ୍ୟୁଣ୍ଡାଇର ବିବାଦୀୟ ପୋଷ୍ଟକୁ କେନ୍ଦ୍ର କରି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି। ରାଷ୍ଟ୍ରଦୂତ ଚାଙ୍ଗ୍‌ ଜେ-ବୋକ୍‌ଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମଗାଯାଇଛି। ସେହିପରି ସିଓଲରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶ୍ରୀପ୍ରିୟା ରଙ୍ଗନାଥନ ମଧ୍ୟ ହ୍ୟୁଣ୍ଡାଇ ମୁଖ୍ୟାଳୟକୁ କେତେଜଣ ଅଧିକାରୀଙ୍କୁ ପଠାଇଛନ୍ତି। ଭାରତର ଅଖଣ୍ଡତା ଉପରେ ଏହି ପ୍ରସଙ୍ଗ ଜଡ଼ିତ ଥିବାରୁ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବହିର୍ବ୍ୟାପାର
ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ବହିର୍ବ୍ୟାପାର ମନ୍ତ୍ରୀ ଚୁଙ୍ଗ୍‌ ୟି-ୟୋଙ୍ଗ୍‌ ମଙ୍ଗଳବାର ଭାରତ ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସମେତ ହ୍ୟୁଣ୍ଡାଇର ବିବାଦୀୟ ପୋଷ୍ଟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ହ୍ୟୁଣ୍ଡାଇ ପକ୍ଷରୁ କଶ୍ମୀର ଉପରେ କରାଯାଇଥିବା ପୋଷ୍ଟକୁ ନେଇ ୟି-ୟୋଙ୍ଗ୍‌ ଦୁଃଖ ପ୍ରକାଶ କରିଥିବା ଜୟଶଙ୍କର ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?