ଦେଢ଼ମାସ ବିତିଲା, ମୃତ୍ୟୁ ରହସ୍ୟ ଖୋଲୁନି

ମୁରିବାହାଲ,୫ା୪(ଡ଼.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଡୁଡୁକାପଡା ଗ୍ରାମରେ ଗ୍ରାମ୍ୟ ପରିମଳ ବିଭାଗ ପାଣ୍ଠିରେ ଗଭୀର କୂଅ ଖନନ କାର୍ଯ୍ୟରେ ନିୟୋଜିତ ଜେସିବି ଡ୍ରାଇଭର ସିନ୍ଧେକେଲା ଥାନା ପାଣ୍ଡ୍ରିପାଏନ ହଁସପଡାର ପଦ୍ମନ ହସ (୨୪) ଙ୍କ କାର୍ଯ୍ୟସ୍ଥଳରେ ଗତ ଫେବୃଆରୀ ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ପରିବାର ଏହା ଏକ ହତ୍ୟା ମାମଲା ବୋଲି ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ଫେବୃଆରୀ ୧୭ ତାରିଖରେ ଏଡାକୁ ନେଇ ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତା ଅବରୋଧ କରାଯାଇଥିଲା। ଘଟଣା ଘଟିବାକୁ ଦେଢମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ହେଲେ ପୋଲିସ ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ନାହିଁ। ଏହି ବିଷୟକୁ ନେଉ ମଙ୍ଗଳବାର ମୁରିବାହାଲ ବ୍ଲକ ଯାଦବ ସମାଜ ତରଫରୁ ଥାନା ଅଧିକାରୀ କମଲ ଲୋଚନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯାଦବ ସମାଜ ବ୍ଲକ ସଭାପତି ତୀର୍ଥ ହାତୀଙ୍କ ନେତୃତ୍ୱରେ ଯାଦବ ସମାଜର ପ୍ରକଳ୍ପ ବିଭାଗ ରାଜ୍ୟ ସଭାପତି ଲଷ୍ମଣ ବାଗ, ଜିଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ଜିଲା ସଂଯୋଜକ ମନୋଜ କୁମାର ହାତୀ, ବଙ୍ଗୋମଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ସମ୍ପାଦକ ମୁନିରାମ ନାଗ, ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ଅର୍ଦ୍ଧେନ୍ଧୁ ଶେଖର ଯାଦବ ପ୍ରମୁଖଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ଉଚିତ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏ ନେଇ ପଦକ୍ଷେପ ନ ନେଲେ ମୁରିବାହାଲ ଥାନା ଘେରାଉ କରାଯିବ ବୋଲି ଚେତାବନୀ ସେମାନେ ଦେଇଛନ୍ତି। ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲ ଥାନା ଅଧିକାରୀ ବେହେରା ପ୍ରତିଶ୍ରୁତି ଦେଇ୍ରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri