Posted inଫୁରସତ

ଗୋଟିଏ ସ୍ବପ୍ନ ବଦଳିଦେଲା ଜୀବନ: ମା’ଙ୍କୁ ସାଙ୍ଗରେ ଧରି ଦେଶ ବୁଲିଲେ ପୁଅ

ପିଲାମାନେ ବଡ଼ ହେଲେ ମା’ବାପାଙ୍କ ଯତ୍ନ ନେବା ସହ ଭଲ ପାଇବା ଓ ଦାୟିତ୍ୱ ତୁଲାଇବେ ବୋଲି ସମସ୍ତେ ଆଶା କରିଥାନ୍ତି। ହେଲେ ଆଜିକାଲି ପିଲାମାନେ ନିଜ ଗୋଡ଼ରେ ଠିଆ ହେବା ପରେ ମା’ବାପାଙ୍କୁ ପଚାରିବା ତ ଦୂରରେ କଥା ସେମାନଙ୍କ ଦାୟିତ୍ୱରୁ ଓହରି ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ହେଲେ ଏବେ ସୋସିଆଲ ମିଡ଼ିଆରେ ଜଣେ ଯୁବ ବ୍ୟବସାୟୀ ସରଥ କୃଷ୍ଣନଙ୍କ ତାଙ୍କ ମା’ଙ୍କ ସଙ୍ଗେ ଯାତ୍ରା କରୁଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଦେଶର ଅଧିକାଂଶ ସ୍ଥାନ ସରଥ ମା’ଙ୍କ ସହ ଯାତ୍ରା କରିସାରିଛନ୍ତି। ଅତୀତରେ ସେ ଏଭଳି କରିବା ପଛରେ ଥିବା କାରଣ ବିଷୟରେ ଉଲ୍ଲେଖ କରିଛନ୍ତି। ଦିନେ ସରଥ ମା’ଙ୍କ ହାତ ଧରି ବାରାଣସୀ ଘାଟରେ ବୁଲୁଥିବାର ଏକ ସ୍ପପ୍ନ ଦେଖିଥିଲେ। ହେଲେ ଆଖି ଖୋଲିବା ପରେ ଅନୁଭବ କରିଥିଲେ ଯେ ସେ ବାରାଣସୀରେ ନୁହେଁ ବରଂ ତ୍ରିଶୁରରେ ଅଛନ୍ତି। ଏହାପରେ ସେ ୨ଟି ବିମାନ ଟିକେଟ ବୁକ୍‌ କରି ମା’ ଗୀତା ରାମଚନ୍ଦ୍ରନଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ମା’ ଯେତେ ମନାକଲେ ବି ସରଥ ନିଜ ଜିଦ୍‌ରେ ଅଟଳ ରହିଥିଲେ। ୩ଦିନ ପାଇଁ ମା’ପୁଅ ବାରାଣସୀ ପାଇଁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।

ସେଠାରେ ବୁଲାବୁଲି କରି ଦୁହେଁ ବେଶ୍‌ ମଜା ଉଠାଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ୩ମାସରେ ଥରେ ମା’ ପୁଅ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ବାହାରିପଡ଼ନ୍ତି। ମା’ଙ୍କ ସହ ବୁଳାବୁଲି କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସରଥ କହିଛନ୍ତି। ପ୍ରଥମ ଯାତ୍ରା ତାଙ୍କର ମୁମ୍ବାଇରୁ ନାସିକ, ଶିରଡ଼ି ଓ ଅଜନ୍ତା-ଏଲୋରା ଗୁମ୍ଫା ରହିଥିଲା। ଏହି ଯାତ୍ରା ୧୧ ଦିନର ରହିଥିଲା। ଏପର୍ଯ୍ୟନ୍ତ ପୁଅ ସହ ଗୀତା ଦିଲ୍ଲୀ, ଅମୃତଶର, ଓ୍ବାଘା ବର୍ଡର, ତିବ୍ବତ, ନେପାଳ ଓ ମାଉଣ୍ଟ ଏଭରେଷ୍ଟ ମଧ୍ୟ ଯାଇସାରିଛନ୍ତି ବୋଲି କହିଛନ୍ତି। ସରଥଙ୍କ ଏଭଳି ମହାନ କାର୍ଯ୍ୟକୁ ସବୁ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri