Posted inଫୁରସତ

ଗୋଟିଏ ସ୍ବପ୍ନ ବଦଳିଦେଲା ଜୀବନ: ମା’ଙ୍କୁ ସାଙ୍ଗରେ ଧରି ଦେଶ ବୁଲିଲେ ପୁଅ

ପିଲାମାନେ ବଡ଼ ହେଲେ ମା’ବାପାଙ୍କ ଯତ୍ନ ନେବା ସହ ଭଲ ପାଇବା ଓ ଦାୟିତ୍ୱ ତୁଲାଇବେ ବୋଲି ସମସ୍ତେ ଆଶା କରିଥାନ୍ତି। ହେଲେ ଆଜିକାଲି ପିଲାମାନେ ନିଜ ଗୋଡ଼ରେ ଠିଆ ହେବା ପରେ ମା’ବାପାଙ୍କୁ ପଚାରିବା ତ ଦୂରରେ କଥା ସେମାନଙ୍କ ଦାୟିତ୍ୱରୁ ଓହରି ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ହେଲେ ଏବେ ସୋସିଆଲ ମିଡ଼ିଆରେ ଜଣେ ଯୁବ ବ୍ୟବସାୟୀ ସରଥ କୃଷ୍ଣନଙ୍କ ତାଙ୍କ ମା’ଙ୍କ ସଙ୍ଗେ ଯାତ୍ରା କରୁଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଦେଶର ଅଧିକାଂଶ ସ୍ଥାନ ସରଥ ମା’ଙ୍କ ସହ ଯାତ୍ରା କରିସାରିଛନ୍ତି। ଅତୀତରେ ସେ ଏଭଳି କରିବା ପଛରେ ଥିବା କାରଣ ବିଷୟରେ ଉଲ୍ଲେଖ କରିଛନ୍ତି। ଦିନେ ସରଥ ମା’ଙ୍କ ହାତ ଧରି ବାରାଣସୀ ଘାଟରେ ବୁଲୁଥିବାର ଏକ ସ୍ପପ୍ନ ଦେଖିଥିଲେ। ହେଲେ ଆଖି ଖୋଲିବା ପରେ ଅନୁଭବ କରିଥିଲେ ଯେ ସେ ବାରାଣସୀରେ ନୁହେଁ ବରଂ ତ୍ରିଶୁରରେ ଅଛନ୍ତି। ଏହାପରେ ସେ ୨ଟି ବିମାନ ଟିକେଟ ବୁକ୍‌ କରି ମା’ ଗୀତା ରାମଚନ୍ଦ୍ରନଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ମା’ ଯେତେ ମନାକଲେ ବି ସରଥ ନିଜ ଜିଦ୍‌ରେ ଅଟଳ ରହିଥିଲେ। ୩ଦିନ ପାଇଁ ମା’ପୁଅ ବାରାଣସୀ ପାଇଁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।

ସେଠାରେ ବୁଲାବୁଲି କରି ଦୁହେଁ ବେଶ୍‌ ମଜା ଉଠାଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ୩ମାସରେ ଥରେ ମା’ ପୁଅ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ବାହାରିପଡ଼ନ୍ତି। ମା’ଙ୍କ ସହ ବୁଳାବୁଲି କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସରଥ କହିଛନ୍ତି। ପ୍ରଥମ ଯାତ୍ରା ତାଙ୍କର ମୁମ୍ବାଇରୁ ନାସିକ, ଶିରଡ଼ି ଓ ଅଜନ୍ତା-ଏଲୋରା ଗୁମ୍ଫା ରହିଥିଲା। ଏହି ଯାତ୍ରା ୧୧ ଦିନର ରହିଥିଲା। ଏପର୍ଯ୍ୟନ୍ତ ପୁଅ ସହ ଗୀତା ଦିଲ୍ଲୀ, ଅମୃତଶର, ଓ୍ବାଘା ବର୍ଡର, ତିବ୍ବତ, ନେପାଳ ଓ ମାଉଣ୍ଟ ଏଭରେଷ୍ଟ ମଧ୍ୟ ଯାଇସାରିଛନ୍ତି ବୋଲି କହିଛନ୍ତି। ସରଥଙ୍କ ଏଭଳି ମହାନ କାର୍ଯ୍ୟକୁ ସବୁ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri