ସ୍ବଧାର ଗୃହରୁ ନାବାଳିକା ନିଖୋଜ

ଆନନ୍ଦପୁର,୧୮ା୩(ସ୍ବ.ପ୍ର.): ଘସିପୁରା ଥାନା ଧକୋଠାଠାରେ ଥିବା ସ୍ବାଧାର ଗୃହରୁ ଜଣେ ନାବାଳିକା ନିଖୋଜ ଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଗୁରୁବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ନିଖୋଜ ନାବାଳିକାଙ୍କର ଏଯାଏ କୌଣସି ସନ୍ଧାନ ମିଳିପାରିନି। ଗୁରୁବାର ରାତି ୭.୩୦ରୁ ୮ଟା ମଧ୍ୟରେ ନାବାଳିକାଙ୍କୁ ଖାଇବାକୁ ଡାକିବା ସମୟରେ ସେ ସେଠାରେ ଉପସ୍ଥିତ ନ ଥିବା ସପୁରିଟେଣ୍ଡେଣ୍ଟ ନମିତା ସାହୁ ସୂଚନା ଦେଇଛନ୍ତି। ସ୍ବାଧାର ଗୃହର କାଉନସିଲର ସୁମତି ସାହୁଙ୍କ କହିବା ଅନୁଯାୟୀ, ରାତି ଖାଇବା ପାଇଁ ପ୍ରାୟ ୮ଟାରେ ନାବାଳିକାଙ୍କୁ ସୂଚନା ଦେବା ସମୟରେ ତାଙ୍କୁ ପାଇ ନ ଥିଲୁ। ବହୁ ଖୋଜା ଖୋଜି କରିବା ପରେ ବିଫଳ ହୋଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନିକଟରେ ସମ୍ପୃକ୍ତ ନାବାଳିକାଙ୍କୁ ରାମଚନ୍ଦ୍ରପୁର ପୋଲିସ ସ୍ବାଧାର ଗୃହରେ ଥଇଥାନ କରିଥିଲେ। ତେବେ କେଉଁ ପରିସ୍ଥିତିରେ ନାବାଳିକା ଫେରାର ରହିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରୁନି। ସମ୍ପୃକ୍ତ ନାବାଳିକା ପୂର୍ବରୁ ଫେରାର ଥିଲେ, ତାଙ୍କୁ କୋଇମ୍ବାଟୁରରୁ ଉଦ୍ଧାର କରାଯାଇ ସ୍ବାଧାର ଗୃହରେ ଥାଇଥାନ କରାଯାଇଥିଲା। ପୁନର୍ବାର ନାବାଳିକା ଜଣଙ୍କ ଭଲ ପାଉଥିବା ପିଲା ସହିତ ଫେରାର ହୋଇଛନ୍ତି, ଖୁବ୍‌ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ଘସିପୁରା ଥାନାଧିକାରୀ ବିକ୍ରମ କୁମାର ଭୂୟାଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ଓଷା ହେଲା କାଳ: ନଦୀରେ ବୁଡ଼ି ୨ ଭଉଣୀଙ୍କ ଜୀବନଗଲା

କଟକ ସଦର,୧୮।୮: କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗ୍ରାମର ୨ ଭଉଣୀଙ୍କ ରବିବାର ଶୁକପାଇକା ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।...

ଶ୍ରୀହୀନ ହେଉଛି ସୁନାମୁହିଁ ପାର୍କ

ଖଣ୍ଡପଡ଼ା,୧୫ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ସହରାଞ୍ଚଳ ନିକଟ ଖଣ୍ଡପଡା-ନୟାଗଡ ମୁଖ୍ୟ ପୂର୍ତ୍ତ ବିଭାଗ ପାର୍ଶ୍ୱରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସୁନାମୁହିଁ ପର୍ଯ୍ୟଟନ ସ୍ଥଳଟି ଉପଯୁକ୍ତ...

ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’

ବେଗୁନିଆପଡ଼ା,୨୭ା୧୧(ଡି.ଏନ୍‌.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍‌ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି...

ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍‌ ତାର

ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩...

ବାହା ହେବାକୁ ଚାଲିଲେ ୨୮ କିଲୋମିଟର

ରାୟଗଡ଼ା,୧୭ା୩(ସ୍ବ.ପ୍ର.): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ଏପରିକି ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ବରଯାତ୍ରୀଙ୍କୁ ନେଇ ବର...

ବଦଳିବ ଜନଜାତି ସଂଗ୍ରହାଳୟ କଳେବର

ଢେଙ୍କାନାଳ ଅଫିସ, ୧୨।୩ ଢେଙ୍କାନାଳରେ ଥିବା ଜିଲାର ଏକମାତ୍ର ଜନଜାତି ସଂଗ୍ରହାଳୟର କଳେବର ବଦଳିବ। ପର୍ଯ୍ୟଟକ, ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ଆବଶ୍ୟକ ଭିତ୍ତିଭୂମିର...

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ...

ଡିଜେ ପାଇଁ ମେଳାରେ ହଙ୍ଗାମା

ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ...

Advertisement
Archives

Model This Week