Posted inଖେଳ

ଇତିହାସର କଥା

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ଆନୁକୂଲ୍ୟରେ ୧୯୭୧ରେ ଆରମ୍ଭ ହୋଇଥିଲା ହକି ବିଶ୍ୱକପ। ପ୍ରତିଯୋଗିତାର ସର୍ବ ପ୍ରଥମ ସଂସ୍କରଣରେ ପାକିସ୍ତାନ ପିନ୍ଧିଥିଲା ବିଜୟ ମୁକୁଟ। ସ୍ପେନର ବାର୍ସିଲୋନାରେ ଅନୁଷ୍ଠିତ ଏହି ମେଗା ପ୍ରତିଯୋଗିତାର ଫାଇନାଲରେ ସ୍ପେନକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ପ୍ଲେ-ଅଫ୍‌ରେ କେନିୟାକୁ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ୧୯୭୩ ନେଦରଲାଣ୍ଡର ଆମଷ୍ଟେଲଭିନଠାରେ ଅନୁଷ୍ଠିତ ଦ୍ୱିତୀୟ ସଂସ୍କରଣରେ ଘରୋଇ ନେଦରଲାଣ୍ଡ ଟାଇଟଲ ହାସଲ କରିଥିଲା। ଏଥିରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲରେ ନେଦରଲାଣ୍ଡଠାରୁ ପେନାଲ୍ଟି ଷ୍ଟ୍ରୋକ୍‌ ୨-୪ ଗୋଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ପଶ୍ଚିମ ଜର୍ମାନୀ ତୃତୀୟ ଓ ପାକିସ୍ତାନ ୪ର୍ଥ ସ୍ଥାନ ପାଇଥିଲା। ୧୯୭୫ ମାଲେସିଆର କୁଆଲାଲମ୍ପୁରରେ ଅନୁଷ୍ଠିତ ୩ୟ ସଂସ୍କରଣରେ ଭାରତ ହୋଇଥିଲା ବିଶ୍ୱ ବିଜେତା। ଅଜିତ ପାଲ୍‌ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ହରାଇ ଚାମ୍ପିୟନ ହୋଇଥିଲା। ପଶ୍ଚିମ ଜର୍ମାନୀ ଓ ମାଲେସିଆ ପରିବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ। ୧୯୭୮ରେ ପାକିସ୍ତାନ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ପଶ୍ଚିମ ଜର୍ମାନୀ, ୧୯୮୨ରେ ପାକିସ୍ତାନ, ପଶ୍ଚିମ ଜର୍ମାନୀ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ୧୯୮୬ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପଶ୍ଚିମ ଜର୍ମାନୀ, ସୋଭିଏଟ୍‌ ୟୁନିୟନ, ୧୯୯୦ରେ ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ,ପଶ୍ଚିମ ଜର୍ମାନୀ, ୧୯୯୪ରେ ପାକିସ୍ତାନ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଜର୍ମାନୀ, ୧୯୯୮ରେ ନେଦରଲାଣ୍ଡ, ସ୍ପେନ, ଜର୍ମାନୀ, ଅଷ୍ଟ୍ରେଲିଆ, ୨୦୦୨ରେ ଜର୍ମାନୀ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଦକ୍ଷିଣ କୋରିଆ, ୨୦୦୬ରେ ଜର୍ମାନୀ, ଅଷ୍ଟ୍ରେଲିଆ, ସ୍ପେନ, ଦକ୍ଷିଣ କୋରିଆ, ୨୦୧୦ରେ ଅଷ୍ଟ୍ରେଲିଆ, ଜର୍ମାନୀ, ନେଦରଲାଣ୍ଡ, ଇଂଲଣ୍ଡ ଏବଂ ୨୦୧୪ରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଆର୍ଜେଣ୍ଟିନା ଓ ଇଂଲଣ୍ଡ ପ୍ରଥମ ୪ ସ୍ଥାନ ଅଧିକାର କରିଥିଲେ। ରେକର୍ଡ ଅନୁସାରେ ପାକିସ୍ତାନ ସର୍ବାଧିକ ୪ଥର, ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏ, ଜର୍ମାନୀ ୨ ଥର ଓ ଭାରତ ଥରେ ଚାମ୍ପିୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?