Posted inଜାତୀୟ

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଜଣକ ଦୁଇ ସନ୍ତାନର ମାତା ବୋଲି ପୋଲିସ କହିଛି। ଶିବା ନାମ୍ନୀ ଜଣେ ମହିଳା ଥିରୁଭାନନ୍ତପୁରମର ଅରୁଣ କୁମାରଙ୍କ ମୁହଁ ଉପରେ ଏସିଡ ଫିଙ୍ଗିଥିଲେ। ଫଳରେ ତାଙ୍କ ଆଖି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପୋଲିସର ସୂଚନାନୁସାରେ, ଅରୁଣ କୁମାର ଏବଂ ଶିବା ଫେସବୁକ ସହ ବନ୍ଧୁ ଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପର ସହ ଚାଟିଂ କରୁଥିଲେ। ପରେ ଦୁହେଁ ପରସ୍ପରକୁ ନିଜ ନିଜ ନମ୍ବର ଦେଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ସମୟରେ ଅରୁଣ ଜାଣିବାକୁ ପାଇଲେ ଯେ ମହିଳା ବିବାହିତ ଏବଂ ଦୁଇ ସନ୍ତାନର ଜନନୀ। ସେ ଏହି ସମ୍ପର୍କକୁ ଆଉ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିଲେ। କିନ୍ତୁ ମହିଳା ତାଙ୍କୁ ବ୍ଲାକମେଲ କରିବାକୁ ଚାହୁଁଥିଲେ ଏବଂ ଟଙ୍କା ମାଗିଥିଲେ। ଅରୁଣ କୁମାର ଜଣେ ସମ୍ପର୍କୀୟ ତଥା ବନ୍ଧୁଙ୍କ ସହ ନଭେମ୍ବର ୧୬ ରେ ଆଡିମାଲିର ଏକ ଚର୍ଚ୍ଚ ନିକଟରେ ମହିଳାଙ୍କୁ ଟଙ୍କା ଦେବାକୁ ଯାଇଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ ମୁହଁରେ ଏସିଡ ଫିଙ୍ଗିଥିଲେ।

ଚର୍ଚ୍ଚ ପରିସରରେ ଥିବା ସିସିଟିଭି ଫୁଟେଜରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଛି। ସିସିଟିଭି ଫୁଟେଜରେ ଶିବା ଅରୁଣ କୁମାରଙ୍କ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ପରେ ସେ ଆଗକୁ ଆସି ଅରୁଣଙ୍କ ମୁହଁରେ ଏସିଡ ଢାଳିଥିଲେ। ପୋଲିସ କହିଛି ଯେ ଏନେଇ ଏକ ମାମଲା ରୁଜୁ ହେବା ସହିତ ଶିବାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲାଉଡ୍‌ସ୍ପିକରକୁ ମସ୍‌ଜିଦ ଭିତର ଲଗାଅ’

ବେଙ୍ଗାଲୁରୁ,୪।୪: ମସ୍‌ଜିଦରେ ଲାଉଡ୍‌ସ୍ପିକରର ବ୍ୟବହାରକୁ କିଛି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସମାଧାନ ଲାଗି ଏକ ଉପାୟ ଦେଇଛନ୍ତି କର୍ନାଟକର ବରିଷ୍ଠ ମନ୍ତ୍ରୀ...

ଜେଲରେ ପରସ୍ପରକୁ ଭେଟି ପାରିବେନି ସିସୋଡିଆ-ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ଏବଂ ମନି ଲଣ୍ଡରିଂ ମାମଲାରେ ଗିରଫ ଥିବା ପୂର୍ବତନ ମନ୍ତ୍ରୀ...

ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା

ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ...

ନାଗା ପିପୁଲ୍‌ସ ଫ୍ରଣ୍ଟକୁ ଝଟକା, ଦଳ ଛାଡିଲେ ୨୧ ବିଧାୟକ, ଏନ୍‌ଡିପିପିରେ ହେଲେ ସାମିଲ

କୋହିମା,୩୦ ।୪: ନାଗାଲାଣ୍ଡରେ ଏକ ରୋଚକ ରାଜନୈତିକ ଘଟଣାକ୍ରମରେ ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୨୧ ବିଧାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ...

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ...

କର୍ନାଟକରେ ଭୂସ୍ଖଳନ, ୬ ଜଣଙ୍କ ମୃତ୍ୟୁ…

ବେଙ୍ଗାଲୁରୁ, ୩।୮ : କର୍ନାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲାରେ ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ...

ଘନେଇଲା ବାୟୁ ପ୍ରଦୂଷଣ ସଙ୍କଟ: ଦିଲ୍ଲୀରେ ଏକ୍ୟୁଆଇ ୩୪୬ ଟପିଲା

ନୂଆଦିଲ୍ଲୀ,୩୦।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ପୁଣି ଥରେ ଖରାପ୍‌ରୁ ଅତି ଖରାପ୍‌ ହେବାରେ ଲାଗିଛି। ସିଷ୍ଟମ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ...

ଦିନକରେ ସଂକ୍ରମଣ ୯୦% ବୃଦ୍ଧି

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌ ସଂକ୍ରମଣ ଗୋଟିଏ ଦିନରେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଯାଇଛି। ୨୪...

Advertisement
Archives

Model This Week