Posted inଜାତୀୟ

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଜଣକ ଦୁଇ ସନ୍ତାନର ମାତା ବୋଲି ପୋଲିସ କହିଛି। ଶିବା ନାମ୍ନୀ ଜଣେ ମହିଳା ଥିରୁଭାନନ୍ତପୁରମର ଅରୁଣ କୁମାରଙ୍କ ମୁହଁ ଉପରେ ଏସିଡ ଫିଙ୍ଗିଥିଲେ। ଫଳରେ ତାଙ୍କ ଆଖି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପୋଲିସର ସୂଚନାନୁସାରେ, ଅରୁଣ କୁମାର ଏବଂ ଶିବା ଫେସବୁକ ସହ ବନ୍ଧୁ ଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପର ସହ ଚାଟିଂ କରୁଥିଲେ। ପରେ ଦୁହେଁ ପରସ୍ପରକୁ ନିଜ ନିଜ ନମ୍ବର ଦେଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ସମୟରେ ଅରୁଣ ଜାଣିବାକୁ ପାଇଲେ ଯେ ମହିଳା ବିବାହିତ ଏବଂ ଦୁଇ ସନ୍ତାନର ଜନନୀ। ସେ ଏହି ସମ୍ପର୍କକୁ ଆଉ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିଲେ। କିନ୍ତୁ ମହିଳା ତାଙ୍କୁ ବ୍ଲାକମେଲ କରିବାକୁ ଚାହୁଁଥିଲେ ଏବଂ ଟଙ୍କା ମାଗିଥିଲେ। ଅରୁଣ କୁମାର ଜଣେ ସମ୍ପର୍କୀୟ ତଥା ବନ୍ଧୁଙ୍କ ସହ ନଭେମ୍ବର ୧୬ ରେ ଆଡିମାଲିର ଏକ ଚର୍ଚ୍ଚ ନିକଟରେ ମହିଳାଙ୍କୁ ଟଙ୍କା ଦେବାକୁ ଯାଇଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ ମୁହଁରେ ଏସିଡ ଫିଙ୍ଗିଥିଲେ।

ଚର୍ଚ୍ଚ ପରିସରରେ ଥିବା ସିସିଟିଭି ଫୁଟେଜରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଛି। ସିସିଟିଭି ଫୁଟେଜରେ ଶିବା ଅରୁଣ କୁମାରଙ୍କ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ପରେ ସେ ଆଗକୁ ଆସି ଅରୁଣଙ୍କ ମୁହଁରେ ଏସିଡ ଢାଳିଥିଲେ। ପୋଲିସ କହିଛି ଯେ ଏନେଇ ଏକ ମାମଲା ରୁଜୁ ହେବା ସହିତ ଶିବାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି: ଯୋଗ ଦେବେ କନ୍ଧମାଳ ଏମ୍‌ପି

ରାଇକିଆ, ୧୪।୭(ପ୍ରଦିପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri