ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ମାଲକାନଗିରି,୧୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୁନଗା ଜଙ୍ଗଲରେ ଡିଭିସିଏମ୍‌ ଦିନେଶ ମୋଡିୟମ୍‌, ଆକାଶ ହେମଲା, କମ୍ପନୀ ନଂ ୨ କମାଣ୍ଡର ବେଲ୍ଲା, ମିଲିସିୟା ପ୍ଲାଟୁନ କମାଣ୍ଡର କମଲୁ ଓ ଅନ୍ୟ ୩୦ରୁ ୪୦ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧୀୟ ସୁଚନା ପାଇ ଡିଆର୍‌ଜି ଯବାନମାନେ ଉକ୍ତ ଜଙ୍ଗଲକୁ କୋମ୍ବିଂ ଲାଗି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ପୂର୍ବରୁ ଉକ୍ତ ଜଙ୍ଗଲରେ ଆଇଇଡି ଖଞ୍ଜା ଯାଇଥିବା ବେଳେ ଯବାନମାନଙ୍କ କୋମ୍ବିଂ ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ଯବାନ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ଆଗକୁ ଯାଇଥିଲେ। ତେବେ ମାଓବାଦୀମାନେ ଯବାନଙ୍କ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲେ । ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିବା ବେଳେ ତାଙ୍କ ଆକ୍ରମଣକୁ ସାମନା କରି ନ ପାରି ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଜବାନମାନେ ଜଣେ ମାଓବାଦୀଙ୍କ ମୃତଦେହ ସହ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଆଇଇଡି ୬ ରିମୋଟ ସ୍ବିଚ୍‌ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

ଆଜି ଅବପାତ, ୩ ଯାଏ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୩୧ା୧୦ (ବନ୍ଦନା ସେଠୀ): ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ…

୨୦୨୭ରେ ଏତିକି ଦିନ ରହିବ ସରକାରୀ ଛୁଟି: ଆସିଲା ଲିଷ୍ଟ୍‌

ଭୁବନେଶ୍ୱର,୩୧ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ…

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ…

ଭାରତକୁ ହରାଇବା ପରେ ଖୁସି ପ୍ରକଟ କଲେ କିୱି ଅଧିନାୟକ: କହୁ କହୁ କହିଦେଲେ ଏମିତି, ଭାରତୀୟ ଖେଳାଳି ଶୁଣିଲେ…

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?