ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ

ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା ଥାନା ଡିମିରିଆ ଗ୍ରାମର ଉମାକାନ୍ତ ନାୟକ(୨୪) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବାରକୋଟ ଥାନାଂଚଳର ଜଣେ ନାବାଳିକା ଜଣକ ଗତ ମାର୍ଚ୍ଚ ୧୭ ତାରିଖ ଦିନ ବାରକୋଟ ବ୍ଲକ ସଦର ମହକୁମାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯାଉଛି କହି ଘରୁ ବାହାରିଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବାରୁ ତାଙ୍କ ମା’ଏନେଇ ବାରକୋଟ ଥାନାରେ ଏକ ନିଖୋଜ ଏତଲା ପ୍ରଦାନ କରିଥିଲେ । ଗତ ମାର୍ଚ୍ଚ ୧୯ ତାରିଖ ଦିନ ବାରକୋଟ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଉକ୍ତ ନାବାଳିକାଙ୍କୁ ଉମାକାନ୍ତ ଅପହରଣ କରିନେଇଥିବା ଜଣାପଡିଥିଲା।

ଘଟଣାର କିଛି ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଅଭିଯୁକ୍ତ ଉମାକାନ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରାଯାଇପାରି ନ ଥିଲା । ନାବାଳିକାଙ୍କୁ ପଚରା ଉଚୁରା ବେଳେ ଉମାକାନ୍ତ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହି ତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିବା ସେ ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ । ଫଳରେ ପୋଲିସ ଉମାକାନ୍ତ ବିରୁଦ୍ଧରେ ପକ୍ସୋ ସମେତ ବିଏନଏସ ରଦଫା ୧୩୭ (୨), ୮୭, ୬୪ (୨) (ଏମ) ରେ ଏକ ମାମଲା ଋଜୁ କରିବାସହ ତାକୁ ବିଭିନ୍ନ ସ୍ଥାନରେ ଖୋଜୁଥିଲା । ଶେଷରେ ଅଭିଯୁକ୍ତ ଉମାକାନ୍ତ ଚେନ୍ନାଇରେ ଥିବା ଜଣାପଡିବାରୁ ବାରକୋଟ ଥାନା ଅଧିକାରୀଣି ମମତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଚେନ୍ନାଇରୁ ଉମାକାନ୍ତଙ୍କୁ ଗିରଫ କରିବାସହ ତାକୁ କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri