Posted inଫୁରସତ

ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…

ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା ଶୁଣିବାକୁ ମିଳୁଛି। ଜଣେ ବ୍ୟକ୍ତି ୪ଥର ବିବାହ କରିଛନ୍ତି ଏବଂ ୩ ଥର ଛାଡପତ୍ର ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ବ୍ୟକ୍ତିଜଣଙ୍କ ୪ଥର ବିବାହ ଭିନ୍ନ ଭିନ୍ନ ମହିଳାଙ୍କୁ ନୁହେଁ ବରଂ ଜଣଙ୍କୁ କରିଛନ୍ତି ଏବଂ ତାଙ୍କୁ ୩ଥର ଛାଡପତ୍ର ମଧ୍ୟ ଦେଇଛନ୍ତି। ଏହାର ପଛର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ।
ତାଇପୋଇର ଏହି ବ୍ୟକ୍ତିଜଣଙ୍କ ବ୍ୟାଙ୍କରେ କ୍ଲର୍କଭାବେ କାମ କରନ୍ତି। ତେବେ ସେ ଅଫିସରୁ ଛିଟି ନେବା ପାଇଁ ଏପରି କରିଥିବା ଜଣାପଡ଼ିଛି। ଗତବର୍ଷ ଏପ୍ରିଲ ୬ରେ ସେ ପ୍ରଥମ ଥର ବିବାହ କରିଥିଲେ। ଏହି ସମୟରେ ତାଙ୍କୁ ୮ ଦିନରେ ପେଡ୍‌ ଲିଭ୍‌ ଦିଆଯାଇଥିଲା। ଛୁଟିରୁ ଫେରିବା ପରଦିନ ସେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ଏବଂ ପୁଣିଥରେ ତାଙ୍କୁ ବିବାହ କଲେ। ଏଥିପାଇଁ ସେ ଆଉ ଥରେ ଅଫିସରୁ ଛୁଟି ନେଲେ। ଏହିପରି ଭାବେ ସେ ୪ଥର ବିବାହ କରିଥିବା ବେଳେ ୩ ଥର ଛାଡପତ୍ର ନେଇଛନ୍ତି। ବ୍ୟକ୍ତିଜଣଙ୍କ କ’ଣ କରୁଛନ୍ତି ଏ ନେଇ ବ୍ୟାଙ୍କ ତରଫରୁ ତାଙ୍କୁ ନୋଟିସ କରାଯାଇଥିଲା। ଏମିତିରେ ୪ର୍ଥ ଥର ବିବାହ ପରେ ବ୍ୟାଙ୍କ ତାଙ୍କୁ ପେଡ୍‌ ଲିଭ୍‌ ଦେବାକୁ ମନା କରିଦେଲା। ତେଣୁ ସେ କମ୍ପାନୀ ବିପକ୍ଷରେ ତାଇପେଇ ସିଟି ଶ୍ରମିକ ବ୍ୟୁରୋରେ ଅଭିଯୋଗ କଲେ। ତାଙ୍କ ଅଭିଯୋଗ ଅନୁଯାୟୀ,ବ୍ୟାଙ୍କ ଲେବର କାନୁନ ଆର୍ଟିକିଲ-୨ର ଉଲ୍ଲଂଘନ କରିଛି।
ଆଇନ ଅନୁଯାୟୀ, କର୍ମଚାରୀଙ୍କୁ ବିବାହ ପାଇଁ ୮ ଦିନର ଛୁଟି ଦିଆଯିବ। ଏହି ବ୍ୟକ୍ତି ୪ ଥର ବିବାହ ପାଇଁ ୩୨ ଦିନ ଛୁଟି ନେଇସାରିଛନ୍ତି। ବ୍ୟକ୍ତିଙ୍କ ଅଭିଯୋଗ ପରେ ତାଇପେଇ ସିଟି ଲେବର ବ୍ୟୁରୋ ଏହି ମାମଲାର ଅନୁସନ୍ଧାନ କରି ବ୍ୟାଙ୍କ ଲେବର କାନୁନର ଉଲ୍ଲଂଘନ କରିଥିବା ଦର୍ଶାଇବା ସହ ଅକ୍ଟୋବର ୨୦୨୦ରେ ୨୦ ହଜାର ଡଲାର ଅର୍ଥାତ୍‌ ୫୨,୮୦୦ ଟଙ୍କା ବ୍ୟାଙ୍କ ଉପରେ ଚାର୍ଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri