Posted inଫୁରସତ

ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…

ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା ଶୁଣିବାକୁ ମିଳୁଛି। ଜଣେ ବ୍ୟକ୍ତି ୪ଥର ବିବାହ କରିଛନ୍ତି ଏବଂ ୩ ଥର ଛାଡପତ୍ର ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ବ୍ୟକ୍ତିଜଣଙ୍କ ୪ଥର ବିବାହ ଭିନ୍ନ ଭିନ୍ନ ମହିଳାଙ୍କୁ ନୁହେଁ ବରଂ ଜଣଙ୍କୁ କରିଛନ୍ତି ଏବଂ ତାଙ୍କୁ ୩ଥର ଛାଡପତ୍ର ମଧ୍ୟ ଦେଇଛନ୍ତି। ଏହାର ପଛର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ।
ତାଇପୋଇର ଏହି ବ୍ୟକ୍ତିଜଣଙ୍କ ବ୍ୟାଙ୍କରେ କ୍ଲର୍କଭାବେ କାମ କରନ୍ତି। ତେବେ ସେ ଅଫିସରୁ ଛିଟି ନେବା ପାଇଁ ଏପରି କରିଥିବା ଜଣାପଡ଼ିଛି। ଗତବର୍ଷ ଏପ୍ରିଲ ୬ରେ ସେ ପ୍ରଥମ ଥର ବିବାହ କରିଥିଲେ। ଏହି ସମୟରେ ତାଙ୍କୁ ୮ ଦିନରେ ପେଡ୍‌ ଲିଭ୍‌ ଦିଆଯାଇଥିଲା। ଛୁଟିରୁ ଫେରିବା ପରଦିନ ସେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ଏବଂ ପୁଣିଥରେ ତାଙ୍କୁ ବିବାହ କଲେ। ଏଥିପାଇଁ ସେ ଆଉ ଥରେ ଅଫିସରୁ ଛୁଟି ନେଲେ। ଏହିପରି ଭାବେ ସେ ୪ଥର ବିବାହ କରିଥିବା ବେଳେ ୩ ଥର ଛାଡପତ୍ର ନେଇଛନ୍ତି। ବ୍ୟକ୍ତିଜଣଙ୍କ କ’ଣ କରୁଛନ୍ତି ଏ ନେଇ ବ୍ୟାଙ୍କ ତରଫରୁ ତାଙ୍କୁ ନୋଟିସ କରାଯାଇଥିଲା। ଏମିତିରେ ୪ର୍ଥ ଥର ବିବାହ ପରେ ବ୍ୟାଙ୍କ ତାଙ୍କୁ ପେଡ୍‌ ଲିଭ୍‌ ଦେବାକୁ ମନା କରିଦେଲା। ତେଣୁ ସେ କମ୍ପାନୀ ବିପକ୍ଷରେ ତାଇପେଇ ସିଟି ଶ୍ରମିକ ବ୍ୟୁରୋରେ ଅଭିଯୋଗ କଲେ। ତାଙ୍କ ଅଭିଯୋଗ ଅନୁଯାୟୀ,ବ୍ୟାଙ୍କ ଲେବର କାନୁନ ଆର୍ଟିକିଲ-୨ର ଉଲ୍ଲଂଘନ କରିଛି।
ଆଇନ ଅନୁଯାୟୀ, କର୍ମଚାରୀଙ୍କୁ ବିବାହ ପାଇଁ ୮ ଦିନର ଛୁଟି ଦିଆଯିବ। ଏହି ବ୍ୟକ୍ତି ୪ ଥର ବିବାହ ପାଇଁ ୩୨ ଦିନ ଛୁଟି ନେଇସାରିଛନ୍ତି। ବ୍ୟକ୍ତିଙ୍କ ଅଭିଯୋଗ ପରେ ତାଇପେଇ ସିଟି ଲେବର ବ୍ୟୁରୋ ଏହି ମାମଲାର ଅନୁସନ୍ଧାନ କରି ବ୍ୟାଙ୍କ ଲେବର କାନୁନର ଉଲ୍ଲଂଘନ କରିଥିବା ଦର୍ଶାଇବା ସହ ଅକ୍ଟୋବର ୨୦୨୦ରେ ୨୦ ହଜାର ଡଲାର ଅର୍ଥାତ୍‌ ୫୨,୮୦୦ ଟଙ୍କା ବ୍ୟାଙ୍କ ଉପରେ ଚାର୍ଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri