Posted inଜାତୀୟ

ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ୧୦ କିମି ଚାଲିଲେ ବାପା

ଅମ୍ବିକାପୁର,୨୬।୩: ଛତିଶଗଡ଼ରେ ଓଡ଼ିଶାର ଦାନ ମାଝୀ ଭଳି ଘଟଣାର ପୁନରାବୃତ୍ତି। ଫରକ କେବଳ ସମ୍ପର୍କର। ଛତିଶଗଡର ଅମ୍ବିକାପୁର ଗାଁରୁ ଆସିଥିବା ଏଭଳି ଚିତ୍ର ଏବେ ସମସ୍ତଙ୍କୁ ବିଚଳିତ କରୁଛି। ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ବାପାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଥିବା ବାପା ହେଲେ ଅମଦାଲା ନିବାସୀ ଈଶ୍ୱର ଦାସ। ଗତ କିଛି ଦିନ ଧରି ତାଙ୍କ ସାତ ବର୍ଷର ଝିଅ ସୁରେଖା ଅସୁସ୍ଥ ଥିଲେ। ପ୍ରବଳ ଜ୍ସର ସାଙ୍ଗେ ପେଟରେ ଯନ୍ତ୍ରଣା ହେବା କାରଣରୁ ଈଶ୍ୱର ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ଥିବା ନର୍ସ ତାଙ୍କୁ ଇଞ୍ଜେକ୍‌ଶନ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ନାକରୁ ରକ୍ତ ବାହାରିବା ସହ ମୃତ୍ୟୁ ହୋଇଯାଇଥିଲା।

ଝିଅକୁ ହରାଇବା ପରେ ମୃତଦେହକୁ ନେବା ଲାଗି ଈଶ୍ୱର ଆମ୍ବୁଲାନ୍ସକୁ ଡାକିଲେ। ଏଥିଲାଗି କିଛି ଘଣ୍ଟା ଅପେକ୍ଷା କରିଥିଲେ। ହେଲେ ବ୍ୟବସ୍ଥା ହୋଇ ନ ପାରିବାରୁ ସେ ନିଜ କାନ୍ଧରେ ଝିଅଙ୍କ ମୃତଦେହ ବୋହି ଗାଁ ଅଭିମୁଖେ ବାହାରିଥିଲେ। ଦୀର୍ଘ ୧୦ କିଲୋମିଟର ରାସ୍ତା ସେ ଚାଲିଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଛତିଶଗଡର ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ବିଏମ୍‌ଓ ଡା. ପିଏସ୍‌ ମାର୍କୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପିଲାଟି ଦେହରେ ଅକ୍ସିଜେନର ଅଭାବ ଥିଲା। ତାଙ୍କୁ ୧୫ ଦିନ ଧରି ଜ୍ୱର ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା କର୍ମଚାରୀ ତାଙ୍କୁ ଇଞ୍ଜେକ୍ସନ ଲଗାଇଥିଲେ। ଏହାପରେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା। ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲଖନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସର ସମସ୍ୟା ଥିବାରୁ ରୋଗୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାବାବୁଙ୍କ ଭଳି ହେବ ନୀତୀଶଙ୍କ ଅବସ୍ଥା: ପିକେ…

ପାଟନା,୨୫।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି।...

କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ...

‘ଗାନ୍ଧୀ ପରିବାରର ବିଶ୍ୱସ୍ତଙ୍କୁ ପଦ ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୭।୩: ବୁଧବାର ରାତିରେ କଂଗ୍ରେସର ‘ଜି-୨୩’ ବୈଠକରେ ନେତାମାନେ ଏବେ ଦଳ ଛାଡ଼ିବାକୁ ମନା କରି ଦେଇଛନ୍ତି। ଅତ୍ୟନ୍ତ ଦୁର୍ବଳ ଥିବା କଂଗ୍ରେସ ଏବେ ଏହାକୁ...

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୧୬।୯: ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ ରିଅଲ ଟାଇମ ବିଲିୟନେୟାର ଇଣ୍ଡେକ୍ସରେ ଆଦାନୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ଅତିକ୍ରମ...

ବ୍ୟାପମ୍‌ ଦୁର୍ନୀତି: ୩୧ ଜଣଙ୍କୁ ଜେଲ

ନୂଆଦିଲ୍ଲୀ,୨୬ା୧୧: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍‌ ନିଯୁକ୍ତି ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୧ ଜଣଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଗ୍ବାଲିୟରର ପ୍ରଦୀପ ତ୍ୟାଗୀଙ୍କୁୁ ୧୦ ବର୍ଷ...

ଭାଜପାରେ ଯୋଗ ଦେଲେ ଏଏପି ନେତା କପିଲ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଲ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ...

ରାହୁଲଙ୍କ ଲଦ୍ଦାଖ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୦।୮: ଲଦ୍ଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦାବି କରିଛନ୍ତି କି ଚାଇନାର ସେନା ଲଦ୍ଦାଖରେ ଅନୁପ୍ରବେଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ...

ଅଶାନ୍ତ ପଶ୍ଚିମବଙ୍ଗ: ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ; ୩ ମୃତ

କୋଲକତା,୧୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନି। ଶନିବାର ମୁର୍ଶିଦାବାଦ୍‌ରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ କଂଗ୍ରେସ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତୃଣମୂଳ...

Advertisement
Archives

Model This Week