Posted inଜାତୀୟ

ପ୍ରେମିକାଙ୍କୁ ରକ୍ତରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ, ପରିବାର ଲୋକେ ଜାଣିବା ପରେ…

ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହାବେଳି ଖଡ଼ଗପୁରରସ୍ଥିତ ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଯୁବକଙ୍କର ଆଙ୍ଗୁଠି କାଟି ଯୁବତୀଙ୍କ ମଥାରେ ସିନ୍ଦୂର ଭରିଥିଲେ। ଏହା ପରେ ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରିବାର ଲୋକେ ସୋସିଆଲ ମିଡିଆରୁ ଏ ସମ୍ପର୍କରେ ଜାଣି ଉଭୟଙ୍କୁ ରୀତିନୀତି ଏବଂ ଆଇନଗତ ଭାବରେ ବିବାହ କରାଇଛନ୍ତି।

ଭାଇରାଲ ଭିଡିଓରେ, ଅଜଣା ବ୍ୟକ୍ତିମାନେ ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଖଡ଼ଗପୁର ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଯୁବକଙ୍କ ଆଙ୍ଗୁଠି କାଟି ଦେଇଥିଲେ, ପରେ ଯୁବତୀଙ୍କ ମୁଣ୍ଡରେ ରକ୍ତରେ ସିନ୍ଦୂର ଭରିଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ କେହି ଉକ୍ତ ସମସ୍ତ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଭିଡିଓ ଦେଖି ଯୁବକଙ୍କ ପରିବାର ସଦସ୍ୟ ଅପବାଦକୁ ଡରି ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭିଡିଓଟି ଖଡ଼ଗପୁର ଥାନା ଅନ୍ତର୍ଗତ ଏକ ଲେକ୍‌ ନିକଟରେ କରାଯାଇଛି ବୋଲି ଜଣାପଡ଼ିଛି। ପ୍ରେମୀଯୁଗଳ ଏହି ହ୍ରଦ ବୁଲିବାକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ୨ ମାସ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ଯୁବକଙ୍କ ନାମ ମିଥଲେଶ ଗୁପ୍ତା। ସେ ବରୀପୁର ଥାନା ଅଧିନସ୍ଥ ବାହାଦୂରପୁର ନିବାସୀ ମହେଶ ପ୍ରସାଦ ଗୁପ୍ତାଙ୍କ ପୁଅ। ଏଥିସହ ଶ୍ୟାମପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବନାରସୀ ଭାସା ଗାଁର ବାସିନ୍ଦା ବୋଲି ଜଣାପଡିଛି। ଯୁବତୀ ଜଣକ ଖଡ଼ଗପୁରରେ ପାଠ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri