ସନାତନଙ୍କ ଭୂମିକା ଉପରେ ନଜର

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ଦଳର କର୍ମୀ, ନେତା ନିରାଶ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେନ୍ଦୁଝର ଲୋକ ସଭା ଆସନ ସହିତ ୬ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମେ ୨୫ରେ ନିର୍ବାଚନ ହେବ। ଯଦିଓ ଏକ ମାସରୁ ଅଧିକ ସମୟ ବାକି ରହିଛି, ତଥାପି ଯେଉଁଭଳି ଭାବରେ ପ୍ରାର୍ଥୀ ଘୋଷଣା ହେଉଛି ତାହା ବିଚିତ୍ର ସ୍ଥିତି ସୃଷ୍ଟି କରୁଛି।
ଲୋକ ସଭା ପ୍ରାର୍ଥୀ ସମେତ ୬ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ପଛରେ ପଡ଼ିଯାଇଛି। ଏପରିକି ଦଳର ପ୍ରଚାର ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ଚିନ୍ତାରେ ଆଶାୟୀ ପ୍ରାର୍ଥୀମାନେ ରହିଥିବା ବେଳେ ବିଶେଷକରି ବିଜେଡି ଛାଡ଼ିି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ଯଶୋବନ୍ତ ନାରାୟଣ ସିଂ ଲାଗୁରି ଓ ତାଙ୍କ ସ୍ତ୍ରୀ ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ ଏବଂ ପୂର୍ବତନ ସଦର ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ଓ ତାଙ୍କ ସ୍ତ୍ରୀ ପୂର୍ବତନ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ପ୍ରତିଭା ମଞ୍ଜରୀ ନାଏକଙ୍କ ମଧ୍ୟରୁ ୨ଜଣ ଟିକେଟ ପାଇବା ସ୍ପଷ୍ଟ ସୂଚନା ମିଳିଥିଲେ ହେଁ ତୁରନ୍ତ ଘୋଷଣା ହେଉ ନ ଥିବାରୁ ସମସ୍ତେ ଚିନ୍ତାରେ ରହିଛନ୍ତି। ବିଜେଡି ଓ ଭାଜପା ଏମ୍‌ପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆନନ୍ଦପୁର, ତେଲକୋଇ, ପାଟଣା ଓ ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେହିଭଳି ଭାଜପା ଘଷିପୁରା, ତେଲକୋଇ, ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ।
ବର୍ତ୍ତମାନ ସନାତନ ମହାକୁଡ଼ଙ୍କ ପାଇଁ କେନ୍ଦୁଝର ରାଜନୈତିକ ସମୀକରଣ ଅଟକି ରହିଥିବାବେଳେ ସେ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବେ। ଏହାସହ ଚମ୍ପୁଆରୁ ଟିକେଟ ନେଇ ପାଟଣା, ତେଲକୋଇ, ଆନନ୍ଦପୁରରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଛିଡ଼ାକରାଇ ଜିତାଇବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କୁଶ ଆପଟଙ୍କ ପ୍ରାର୍ଥୀ ହେବା ଆଶା ମଉଳି ଯାଇପାରେ। ତେବେ ଏନେଇ ସନାତନ ମୁହଁ ଖୋଲି ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଏଭଳି କୁହାକୁହି ହେଉଛନ୍ତି। ସନାତନ ଗୋଟିଏ ଦଳରେ ମିଶିବେ ଏବଂ ଚମ୍ପୁୁଆ ସହିତ ଅନ୍ୟ କେତେକ ନିର୍ବାଚନମଣ୍ଡଳୀରେ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହଁୁଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି।
ବିଜେଡି ଏମ୍‌ପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କ ନାମ ଘୋଷଣା କରିଥିବା ବେଳେ ଭାଜପା ପୂର୍ବତନ ଏମ୍‌ପି ଅନନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଥିବାରୁ ଦୁଇ ପ୍ରାର୍ଥୀ ପ୍ରଚାର, ବନ୍ଧୁ ମିଳନ, ସଭାସମିତି ଆଦି ଆରମ୍ଭ କରିଦେଇଛନ୍ତି। ସେହିପରି ବିଜେଡି ଘଷିପୁରା ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ପାଟଣା ପାଇଁ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକଙ୍କ ନାମ ଘୋଷଣା କରିଛି। ଆନନ୍ଦପୁରରେ ଭାଜପା ଆଲୋକ ସେଠୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝିଙ୍କ ନାମ ଘୋଷଣା କରିଥିବା ବେଳେ ଭାଜପା ପୂର୍ବତନ ବିଧାୟକ ମୋହନ ମାଝିଙ୍କୁ ରିପିଟ୍‌ କରିଛି। ଗତ ନିର୍ବାଚନରେ ମୋହନ ମାତ୍ର ୧,୨୦୦ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ଜିଲା ପରିଷଦ ସଭ୍ୟ ଆସନ ହାସଲ କରି ସ୍ଥିତିକୁ ମଜଭୁତ କରିପାରିଛି। ଏଣୁ ପଞ୍ଚାୟତସ୍ତରରେ ବିଜେଡି ସୃଦୃଢ଼ ଥିବାରୁ ମୋହନ କିପରି ମୀନାଙ୍କୁ ମୁକାବିଲା କରିବେ ତାହା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?