ସନାତନଙ୍କ ଭୂମିକା ଉପରେ ନଜର

କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ଦଳର କର୍ମୀ, ନେତା ନିରାଶ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେନ୍ଦୁଝର ଲୋକ ସଭା ଆସନ ସହିତ ୬ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମେ ୨୫ରେ ନିର୍ବାଚନ ହେବ। ଯଦିଓ ଏକ ମାସରୁ ଅଧିକ ସମୟ ବାକି ରହିଛି, ତଥାପି ଯେଉଁଭଳି ଭାବରେ ପ୍ରାର୍ଥୀ ଘୋଷଣା ହେଉଛି ତାହା ବିଚିତ୍ର ସ୍ଥିତି ସୃଷ୍ଟି କରୁଛି।
ଲୋକ ସଭା ପ୍ରାର୍ଥୀ ସମେତ ୬ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ପଛରେ ପଡ଼ିଯାଇଛି। ଏପରିକି ଦଳର ପ୍ରଚାର ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ଚିନ୍ତାରେ ଆଶାୟୀ ପ୍ରାର୍ଥୀମାନେ ରହିଥିବା ବେଳେ ବିଶେଷକରି ବିଜେଡି ଛାଡ଼ିି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ଯଶୋବନ୍ତ ନାରାୟଣ ସିଂ ଲାଗୁରି ଓ ତାଙ୍କ ସ୍ତ୍ରୀ ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ ଏବଂ ପୂର୍ବତନ ସଦର ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ଓ ତାଙ୍କ ସ୍ତ୍ରୀ ପୂର୍ବତନ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ପ୍ରତିଭା ମଞ୍ଜରୀ ନାଏକଙ୍କ ମଧ୍ୟରୁ ୨ଜଣ ଟିକେଟ ପାଇବା ସ୍ପଷ୍ଟ ସୂଚନା ମିଳିଥିଲେ ହେଁ ତୁରନ୍ତ ଘୋଷଣା ହେଉ ନ ଥିବାରୁ ସମସ୍ତେ ଚିନ୍ତାରେ ରହିଛନ୍ତି। ବିଜେଡି ଓ ଭାଜପା ଏମ୍‌ପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆନନ୍ଦପୁର, ତେଲକୋଇ, ପାଟଣା ଓ ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେହିଭଳି ଭାଜପା ଘଷିପୁରା, ତେଲକୋଇ, ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ।
ବର୍ତ୍ତମାନ ସନାତନ ମହାକୁଡ଼ଙ୍କ ପାଇଁ କେନ୍ଦୁଝର ରାଜନୈତିକ ସମୀକରଣ ଅଟକି ରହିଥିବାବେଳେ ସେ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବେ। ଏହାସହ ଚମ୍ପୁଆରୁ ଟିକେଟ ନେଇ ପାଟଣା, ତେଲକୋଇ, ଆନନ୍ଦପୁରରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଛିଡ଼ାକରାଇ ଜିତାଇବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କୁଶ ଆପଟଙ୍କ ପ୍ରାର୍ଥୀ ହେବା ଆଶା ମଉଳି ଯାଇପାରେ। ତେବେ ଏନେଇ ସନାତନ ମୁହଁ ଖୋଲି ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଏଭଳି କୁହାକୁହି ହେଉଛନ୍ତି। ସନାତନ ଗୋଟିଏ ଦଳରେ ମିଶିବେ ଏବଂ ଚମ୍ପୁୁଆ ସହିତ ଅନ୍ୟ କେତେକ ନିର୍ବାଚନମଣ୍ଡଳୀରେ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହଁୁଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି।
ବିଜେଡି ଏମ୍‌ପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କ ନାମ ଘୋଷଣା କରିଥିବା ବେଳେ ଭାଜପା ପୂର୍ବତନ ଏମ୍‌ପି ଅନନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଥିବାରୁ ଦୁଇ ପ୍ରାର୍ଥୀ ପ୍ରଚାର, ବନ୍ଧୁ ମିଳନ, ସଭାସମିତି ଆଦି ଆରମ୍ଭ କରିଦେଇଛନ୍ତି। ସେହିପରି ବିଜେଡି ଘଷିପୁରା ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ପାଟଣା ପାଇଁ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକଙ୍କ ନାମ ଘୋଷଣା କରିଛି। ଆନନ୍ଦପୁରରେ ଭାଜପା ଆଲୋକ ସେଠୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝିଙ୍କ ନାମ ଘୋଷଣା କରିଥିବା ବେଳେ ଭାଜପା ପୂର୍ବତନ ବିଧାୟକ ମୋହନ ମାଝିଙ୍କୁ ରିପିଟ୍‌ କରିଛି। ଗତ ନିର୍ବାଚନରେ ମୋହନ ମାତ୍ର ୧,୨୦୦ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ଜିଲା ପରିଷଦ ସଭ୍ୟ ଆସନ ହାସଲ କରି ସ୍ଥିତିକୁ ମଜଭୁତ କରିପାରିଛି। ଏଣୁ ପଞ୍ଚାୟତସ୍ତରରେ ବିଜେଡି ସୃଦୃଢ଼ ଥିବାରୁ ମୋହନ କିପରି ମୀନାଙ୍କୁ ମୁକାବିଲା କରିବେ ତାହା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri