Posted inଫୁରସତ

ଏମିତି ଷ୍ଟଣ୍ଟ ଦେଖାଇଲେ କୁନି ବାଳକ, ଥରେ ଭିଡିଓ ଉପରେ ନଜର ପକାଇଲେ ଆଖି ଫେରିବନି

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ ନିଶ୍ଚିତ। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଏମିତି ଥାଏ, ଯାହା ବାରମ୍ବାର ଦେଖିବାକୁ ଆପଣ ବାଧ୍ୟ ହୋଇଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ କୁନି ବାଳକ ନିଜର ଅସାଧାରଣ ପ୍ରତିଭା ଦେଖାଇଛନ୍ତି।

ଏହି ଭିଡିଓରେ କୁନି ବାଳକ ଜଣକ ନିଜ ଘର ବଗିଚାରେ ନିର୍ମିତ ସେଟ୍‌ଅପ୍‌ରେ ଏତେ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି, ଯାହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭିଡିଓ ଏବଂ କୁନି ବାଳକଙ୍କର ଶକ୍ତି ଭିନ୍ନ ଏକ ଆଲୋଡ଼ନ ସୃଷ୍ଟି କରିଛି। ଆପଣ ମଧ୍ୟ ଏହି ଶକ୍ତିଶାଳୀ ଭିଡିଓ ଦେଖିବା ନିହାତି ଜରୁରୀ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ୮-୯ ର୍ଷର ବାଳକଙ୍କୁ ଏକ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିପାରିବେ। ବାଳକ ଜଣକ ଫ୍ଲୋରିଡ଼ାର। ସେ ତାଙ୍କ ଘରର ବଗିଚାରେ ତାଙ୍କ ପିତାଙ୍କ ଦ୍ୱାରା ନିର୍ମିତ ସେଟଅପ୍‌ରେ ଗୋଟିଏ ନିଃଶ୍ୱାସରେ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ଦୌଡ଼ିବାଠାରୁ ଜମ୍ପିଂ ଏବଂ ମଙ୍କି ବାର୍‌ ପର୍ଯ୍ୟନ୍ତ। ଯେଉଁ ଶକ୍ତି ସହିତ ବାଳକ ଜଣକ ଗୋଟିଏ ଷ୍ଟେପ୍‌ରେ ଯାଇ ପୂରା ସେଟଅପ୍‌ ଅତିକ୍ରମ କରିବାରେ ସକ୍ଷମ ହେଉଛନ୍ତି।

ଏହି ବାଳକଙ୍କ ନାମ ଇଷ୍ଟନ ଏବଂ ତାଙ୍କ ପିତା ଭିଡିଓଟିକୁ ଅପ୍‌ଲୋଡ କରିଛନ୍ତି। ଏତେ କମ୍‌ ବୟସରେ ପିଲାଟିର ଅସାଧାରଣ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପର୍ଯ୍ୟନ୍ତ ୧୭ ମିଲିୟନ ଲୋକ ଏହି ଭିଡିଓ ଦେଖିଥିବା ବେଳେ ୧୦ ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ହଜାର ହଜାର ୟୁଜର ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri