ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା ଏବଂ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ହେଲେ କେତେକ ସ୍ଥାନରେ ବିଭାଗ ସହିତ ଚୁକ୍ତି ହେବାର ୩ ରୁ ୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏପରି କି କେତେକ ପ୍ରକଳ୍ପ ଆରମ୍ଭ ହୋଇଛି ସତ ହେଲେ ୫ ବର୍ଷ ପରେ ଶେଷ ହେବାର ନାଁ ଧରୁନାହିଁ। ଏହିକ୍ରମରେ ସଂପୃକ୍ତ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସହ ସେତୁ ଓ ରାସ୍ତା କାର୍ଯ୍ୟ ନ ସରିବାର କାରଣ ଦୁର୍ବଳ ନେତୃତ୍ୱ ଓ ଠିକାଦାରୀ ରାଜନୀତିକୁ ଦାୟୀ କରୁଛନ୍ତି। ଏଥିଯୋଗୁ ଚଳିତ ନିର୍ବାଚନରେ ସଂପୃକ୍ତ ପ୍ରାର୍ଥୀମାନେ ପ୍ରଚାର ପାଇଁ ଯାଉଥିବାବେଳେ ସେମାନେ ସମ୍ପୃକ୍ତ ଗ୍ରାମବାସୀଙ୍କ ରୋଷର ଶିକାର ହେଉଛନ୍ତି। ଏହି କ୍ରମରେ ନିର୍ବାଚନରେ ସେମାନେ ଅଡୁଆ ପରିସ୍ଥିତିର ସମ୍ମଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଜିଲାର ବହୁ ସ୍ଥାନରେ ଝୁଣ୍ଟିଥିବା ଦେଖିବାକୁ ମିଳିଥିଲା। ଏଠାରେ ଦଳୀୟ ଚିହ୍ନରେ ନିର୍ବାଚନ ହେଉଥିବା ୩୯ ଜିଲା ପରିଷଦର ଆସନରୁ ଭାଜପା ହାତକୁ ୬ ଯାଇଥିଲା। ଏହାପରେ ପ୍ରଶାସନିକ ସଂସ୍କାର ଦିଗରେ ବିଶେଷ ଗୁରୁତ୍ୱ ଦେଇ ସରକାଳୀ କଳର ଦୁର୍ବଳତା ସମ୍ପର୍କରେ ସମୀକ୍ଷା ହୋଇଥିଲା। ସରକାରୀ କଳରେ ଦୁର୍ନୀତି, ଦଳଗତ ବିଫଳତା ଓ ଟେକ୍ନୋଲୋଜିରେ ପଛୁଆ ନୀତି ହିଁ ସରକାରଙ୍କୁ କ୍ରମଶଃ ଅପ୍ରିୟ କରୁଥିବା ଜଣାପଡିଥିଲା। ଏହାପରେ ସରକାର ଅନୁଷ୍ଠିତ ଜିଲାପାଳ ସମ୍ମିଳନୀରେ ୩-ଟି ଅର୍ଥାତ୍‌ ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି କୌଶଳ ଆପଣାଇବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାର ୫-ଟି ନୀତି ଆପଣାଇଥିଲେ। ଫଳରେ ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ଜିଲାରେ ବହୁମାତ୍ରାରେ ସଫଳତା ମିଳିଥିଲା। ଦୁର୍ନୀତିକୁ ଦେଖ ଓ ଦୁର୍ନୀତିକୁ ରୋକ ସରକାରଙ୍କ ଆହ୍ବାନ ରହିଥିଲା। କିନ୍ତୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ଏହାର କୌଣସି ପ୍ରଭାବ ପଡି ନ ଥିବା କେତେକ ପ୍ରକଳ୍ପକୁ ଅବଲୋକନ କଲେ ଜଳଜଳ ହୋଇ ଦିଶୁଛି। ୫ ନମ୍ବର ଜାତୀୟ ରାଜପଥଠାରୁ ସପନପୁର ରାସ୍ତାର ସଫେଇ ନାଳା ଉପରେ ଏକ ବିଜୁ ସେତୁ ପ୍ରକଳ୍ପ ନିର୍ମାଣ କରିବାକୁ ଚୁକ୍ତି ହୋଇଛି। ବିଞ୍ଝାରପୁର ଅଞ୍ଚଳର ପ୍ରଥମ ଶ୍ରେଣୀ ଇଞ୍ଜିନିୟର କଣ୍ଟ୍ରାକ୍ଟର ଆଶିଷ କୁମାର ସାମଲଙ୍କୁ ଏହାର ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ୧୫ା୧୨ା୨୦୨୩ରୁ ଆରମ୍ଭ ହୋଇ ୧୪ା୧୨ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହାର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କାମ ଆରମ୍ଭ ହୋଇନାହିଁ। ଏନେଇ ସଂପୃକ୍ତ ଠିକାଦାରଙ୍କୁ ପୂର୍ବରୁ ବିଭାଗୀୟ ନୋଟିସ ହୋଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ। ତେଣୁ ଗତ ୮ା୪ା୨୦୨୪ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଠିକାଦାରଙ୍କୁ ପୁଣି ନୋଟିସ ଦେଇଛନ୍ତି। ସେହିପରି ଉଦୟନଗର ଗ୍ରାମ ନିକଟ ସାନଗେଙ୍ଗୁଟି ନଦୀ ଉପରେ ପ୍ରସ୍ତାବିତ ବିଜୁ ସେତୁ କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ। କଟକ ନୂଆପଡା ଗୋଶାଳା ରୋଡର ଡିପିଏସ୍‌ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଠିକାସଂସ୍ଥାକୁ ଏହି କାର୍ଯ୍ୟ ୧ା୩ା୨୦୨୪ରେ ଆରମ୍ଭ ହୋଇ ୩୧ା୮ା୨୦୨୪ ପର୍ଯ୍ୟନ୍ତ ଶେଷ କରିବାକୁ କାର୍ଯ୍ୟଦେଶ ଦିଆଯାଇଛି। କିନ୍ତୁ ଏହାର ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଧର୍ମଶାଳା ଚହଟା ଗ୍ରାମର ବିଜୟ କୁମାର ନାୟକଙ୍କୁ ମିଳିଥିବା ୨ଟି କାମ ଯଥା ବରକୋଳିପାଟଣା ଠାରୁ ନଠୁଆବର ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚୁକ୍ତିର ୨ ମାସ ଓ ବରଜୁପୁର ଠାରୁ ସାନଫୁଲଡି ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚୁକ୍ତିକୁ ୧ ମାସ, ଅଟଳପୁର ଗ୍ରାମର ରାମଚନ୍ଦ୍ର ସାହୁଙ୍କୁ ମିଳିଥିବା ୧୬ ନମ୍ବର ଜାତୀୟ ରାଜପଥ ଓରାଳି ଠାରୁ ମୁଗୁପାଳ ହାଇସ୍କୁଲ ଭାୟା ନିରଞ୍ଜନପୁର, ନୂଆ ମିର୍ଜାପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଚୁକ୍ତିକୁ ୨ ମାସ ଅତିକ୍ରାନ୍ତ ହୋଇଥିଲେ ତାହା ଏଯାଏ ଆରମ୍ଭ ହୋଇନାହିଁ। ଏହାସହ କୁମ୍ଭେଇ-ଉପୁଲା-ମୁଲିଝର ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କୁନ୍ଦଳ ଗ୍ରାମର ଦେବବ୍ରତ ସାମଲଙ୍କୁ ମିଳିଥିବାବେଳେ ୧୧ା୪ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହାର ଅବଧି ସମୟ ଶେଷ ହୋଇ ସାରିଥିଲେ ହେଁ ଏଯାଏ କାମ ଆରମ୍ଭ ହୋଇ ପାରିନାହିଁ। ଦିଲିପ କୁମାର ସାମଲଙ୍କୁ ମିଳିଥିବା ଚମ୍ପାପୁର ସ୍କୁଲ ଠାରୁ ଗୋପପୁର ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ୨୮ା୨ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଏଯାଏ ମାତ୍ର ୪୨% କାମ ହୋଇଛି। ଏଭଳି ଭାବେ ଗ୍ରାମାଞ୍ଚଳର ସାମୁହିକ ସ୍ବାର୍ଥ ପାଇଁ ସେତୁ ଓ ରାସ୍ତା ନିର୍ମାଣ ବାବଦକୁ ବିପୁଳ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କ୍ରମରେ ଜାରକା ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଅବିନାଶ ବାରିକ ସଂପୃକ୍ତ ଠିକାଦାରମାନଙ୍କୁ ଚେତାବନୀ ନୋଟିସ ଦେଇ ନିଜର ଦାୟିତ୍ୱ ସମ୍ପାଦନ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri