Posted inଫୁରସତ

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି ମହିଳା ଜେଲର ଜଣକ କଏଦୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ସ୍କାରଲେଟ୍‌ ଏଲ୍ଡରିଚ୍‌ ନାମକ ଏହି ମହିଳା ଜଣେ ଅପରାଧୀଙ୍କ ସହ ପ୍ରେମସମ୍ପର୍କ ରଖିଥିଲେ। ଜେଲ୍‌ ଅଧିକାରୀଙ୍କୁ ଏକଥା ଜଣାପଡ଼ିଲା ଯେତେବେଳେ ମହିଳା ଜେଲର ଡାକ୍ତରୀ ପରୀକ୍ଷା ଦେବାକୁ ଗଲେ। ସ୍କାରଲେଟ୍‌ ତାଙ୍କ ଗୋଡ଼ରେ ଏକ ସିକ୍ରେଟ୍‌ ଟାଟୁ ଆଙ୍କିଥିଲେ। ଏହି ଟାଟୁରେ କଏଦୀଙ୍କ ନମ୍ବର ଲେଖାଥିଲା। ଜେଲ୍‌ ଅଧିକାରୀ ଏ ବିଷୟ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ।

ସ୍କାରଲେଟ୍‌ ଏବଂ ତାଙ୍କ ପିତା ହେଉଛନ୍ତି ପୋଲିସ ଅଫିସର। ସେମାନେ ୟାର୍କର ଫୁଲ ସଟନ ଜେଲ୍‌ରେ କାମ କରନ୍ତି। ଏହି ସମୟରେ ଜଣେ ଅପରାଧୀଙ୍କ ପ୍ରେମରେ ପଡ଼ିଥିଲେ ସ୍କାର୍‌ଲେଟ୍‌। ସେ କଏଦୀଙ୍କୁ ପ୍ରେମ ଚିଠି ବି ଦେଉଥିଲେ। ସମସ୍ତ ବିଷୟ ଜଣାପଡ଼ିବା ପରେ ମହିଳା ଜେଲରଙ୍କୁ ଅପରାଧୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା

ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା।...

ଯେଉଁଠାରେ ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ। କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି...

ଯେଉଁଠି ଭାତ ଥାଳିକୁ ଗୋଡରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା

ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ...

୨ ଦିନରେ ଜେଲ୍‌ରେ କଏଦୀ ତିଆରି କଲେ ୨୦୦୦ ମାସ୍କ

ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦...

ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ...

ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ‘ଆର୍ଥ’

ସୌରମଣ୍ଡଳର ଗ୍ରହଗୁଡ଼ିକର ନାମକରଣ ପ୍ରାୟତଃ ଗ୍ରୀକ୍‌ ବା ରୋମ୍‌ ଦେବତାଙ୍କ ନାମାନୁସାରେ ନାମିତ ହୋଇଥାଏ। ମାର୍ସ, ନେପ୍‌ଚ୍ୟୁନ୍‌ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ମାତ୍ର...

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି...

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି...

Advertisement


Archives

Model This Week